ଓଡିଶା ପ୍ରସିଦ୍ଧ କଂସା ବାସନ ରେ ଅତିଥି ମାନଙ୍କୁ ଖାଦ୍ୟ ଖାଇବାକୁ ଦିଆଯାଇଥିଲା
ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ୍ ) ନବୀନ ନିବାସ 28.2.2020 :- ନବୀନ ନିବାସରେ ମଧ୍ୟ୍ୟାହ୍ନ ଭୋଜନ କଲେ ଅମିତ ଶାହା , ନୀତୀଶ କୁମାର ଓ ମମତା ବାନାର୍ଜୀ । ନବୀନ ନିବାସରେ ଅତିଥିଙ୍କ ପାଇଁ ଭବ୍ୟ ମଧ୍ୟାହ୍ନ ଭୋଜନ ର ଆୟୋଜନ ହୋଇଥିଲା । ଖାଦ୍ୟ ତାଲିକାରେ ଉଭୟ ନିରାମିଷ ଓ ଆମିଷ ଖାଦ୍ୟ ରହିଥିଲା । ପ୍ଲେନ ରାଇସ୍, ଫ୍ରାଏଡ ରାଇସ୍ ସହ ରହିଥିଲା ।
ଓଡିଆ ଖାଦ୍ୟ ଭାତ, ଡାଲି, ଆଳୁ,ମଟର ତରକାରୀ, ବାଇଗଣ ଭଜା, ପନିର, ଟମାଟୋ ଚଟଣୀ, ପାମ୍ପଡ,ବୁନ୍ଦି ରାଇତା, ଛେନାପୋଡ, ରସ ମଲାଇ ଖାଇଥିଲେ ନବୀନଙ୍କ ଅତିଥି । ଘରୋଇ ଶୈଳୀରେ ପ୍ରସ୍ତୁତ ମାଛ ବେସର,ଭଜା ମାଛ ବି ଏହି ମଧାହ୍ନ ଭୋଜନରେ ପରଷା ଯାଇଥିଲା । ଏହି ମେନୁ ରେ ନଥିିଲା ଚିକେନ, ମଟନ ଏହି ଓଡିଆ ଖାଦ୍ୟ ଖାଇ କରି ଅମିତ ଶାହା , ମମତା ବାନାର୍ଜୀ ନବୀନ ବାବୁ ଙ୍କୁ ଖୁସି ହୋଇ ବହୁ ପ୍ରଶଂସା କରିଥିଲେ ।