କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି (ଓଡିଶା ତାଜା ନ୍ୟୁଜ୍ ) ନିଶ୍ଚିନ୍ତକୋଇଲି 28.2.2020 :- କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଶିକ୍ଷା ବିଭାଗର ଶିକ୍ଷାଦାନ ବ୍ୟବସ୍ଥା ଭୁଶୁଡି ଗଲାଣି। କେତେବେଳେ ପାଚିକା ନିଯୁକ୍ତି ରେ ଦୁର୍ନୀତି ତ ଆଉ କେତେବେଳେ ମାତାଲ୍ ହେଉଛନ୍ତି ଶିକ୍ଷକ, ଏବେ ଦୁଇ ଶିକ୍ଷକ ଯିଏ କି ସିଆରସିସି ଭାବେ ନିଯୁକ୍ତ ଅଛନ୍ତି ଏକ ହୋଟେଲରେ ମତୁଆଲା ହେଉଥିବା ଭିଡିଓ ଭାଇରାଲ ହେଇଚି ।
ଗତ ଫେବୃଆରୀ ୨ ତାରିଖ ରେ କେନ୍ଦୁପାଟଣା ସ୍ଥିତ ଏକ ମଦ ବାର୍ ରେ ଦିନଦ୍ୱିପ୍ରହରରେ ନିଶ୍ଚନ୍ତ କୋଇଲି ଶିକ୍ଷା ବିଭାଗର ଦୁଇ (ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ) ଶିକ୍ଷକ ମଦ ପିଉଥିବା ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।ଆଉ ଏହି ଦୁଇ ଶିକ୍ଷକ ହେଲେ ମୃତ୍ୟୁଞ୍ଜୟ ସେନାପତି ଏବଂ ନାରାୟଣ ଚାନ୍ଦ। ରାସ୍ତାକଡ ବାର ରେ ଖୋଲାଖୋଲି ବସି ମାଦ ପି ମତୁଆଲା ହେଉଛନ୍ତି, ଏ ବାବଦରେ ସଂପୃକ୍ତ CRCC ନାରାୟଣ ଚାନ୍ଦ ଙ୍କୁ ପଚାରିବାରୁ ସେ ସେହି ଦିନ ଛୁଟି ନେଇ ବିବାହ ଭୋଜିରେ ଯିବା ପାଇଁ ମଦ ବାର୍ ରେ ବସି ଥିଲେ ସଫେଇ ଦେଇଚନ୍ତୁ, ସେଦିନ ଛୁଟି ନେଇ ଥିଲେ କି ନାହିଁ ପଚାରିବାରୁ ସେ କହିଲେ ନିଶ୍ଚିନ୍ତକୋଇଲି ବିଇଓ ମନୋରଞ୍ଜନ ବାରିକ ଙ୍କୁ ଛୁଟି ଦରଖାସ୍ତ ଦେଇଥିଲେ ବୋଲି ସଫେଇ ଦେଇଥିଲେ ।
ସୂଚନାଯୋଗ୍ୟ ଯେ ସରକାର ଙ୍କ ନିତି ଅନୁସାରେ ସରକାରୀ କର୍ମଚାରୀ ଛୁଟି ନେଲେ ଅନ ଲାଇନ୍ ରେ ଛୁଟି ପାଇଁ ଆବେଦନ କରିବାର ନିଅମ ରହିଥିଲା ବେଳେ କିପରି ଦୁଇ CRCC ଙ୍କ ଛୁଟି ଦରଖାସ୍ତ କୁ ସଂଯୁକ୍ତ ବିଇଓ ଗ୍ରହଣ କରିଥିଲେ ତାହା ବିଇଓ ଙ୍କ କାର୍ଯ୍ୟକଳାପକୁ ନେଇ ପ୍ରଶ୍ନ ଉଠିଛି, ସଂପୃକ୍ତ ବିଇଓ ବାରିକ ବାବୁ ଏଠି ସରକାରୀ ନିୟମ କୁ ଚୂଲିରେ ଜାଳି ନିଜ ଆଇନି ଚଲାଇଛନ୍ତି। ଆଉ ଏହି ଦୁଇ ମଦୁଆ CRCC ଙ୍କୁ କିପରି ବଞ୍ଚେଇବେ ସେଥିପାଇଁ କଳବଳ ସବୁ ଲଗାଇ ଦେଇଛନ୍ତି। ସରକାର ଏହାର ଗୁରୁତ୍ଵ କୁ ଅନୁଭବ କରି ଯଦି ସଂପୃକ୍ତ ବିଇଓ ଏବଂ ଦୁଇ ଜଣ CRCC ଙ୍କ ଉପରେ ଆଖି ଦୃଷ୍ଟିଆ ପଦକ୍ଷେପ ନିଅନ୍ତେ ତେବେ ତଳକୁ ଯାଉଥିବା ଶିକ୍ଷା ବିଭାଗ ନିଶ୍ଚିତ ସଧୁରି ପାରନ୍ତା ବୋଲି ବୁଦ୍ଧିଜୀବିମାନେ ମତବ୍ୟକ୍ତ କରିଛନ୍ତି।