No Result
View All Result
ଓଡିଶା ତାଜା ନ୍ୟୁଜ (୨୬ ଏପ୍ରିଲ , ସୋମବାର ) ଭୁବନେଶ୍ୱର :- ସେଣ୍ଟ୍ରାଲ ମେଡିକାଲ ସର୍ଭିସେସ୍ ସୋସାଇଟି ବା ସିଏମ୍ଏସ୍ଏସ୍ର ଅବହେଳା ଯୋଗୁଁ ରାଜ୍ୟରେ ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ ବିଳମ୍ବ ହୋଇଛି ବୋଲି ଡିଏମଇଟି ସିବିକେ ମହାନ୍ତି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସିଏମ୍ଏସ୍ଏସ୍ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧିନରେ ଏକ ସ୍ୱୟଂ ଶାସିତ ସଂସ୍ଥା । ପିଏମ୍ କେୟାର ଅଧୀନରେ ରାଜ୍ୟକୁ ମିଳିଥିବା ୭ଟି ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନରେ ଅହେତୁକ ବିଳମ୍ବ ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି । ଅକ୍ସିଜେନ ପ୍ଲାଣ୍ଟସ୍ଥାପନରେ ରାଜ୍ୟ ସରକାରଙ୍କ କୌଣସି ଭୂମିକା ନାହିଁ । ବରଂ ରାଜ୍ୟ ସରକାର ତ୍ୱରିତ ଭାବେ ଏହି ପ୍ରସ୍ତାବକୁ ଗ୍ରହଣ କରି ୭ଟି ସ୍ଥାନ ଚିହ୍ନଟ କରି କେନ୍ଦ୍ରକୁ ଜଣାଇଛନ୍ତି ।
ଗତବର୍ଷ ଅକ୍ଟୋବରରେ ପିଏମ୍ କେୟାର ଫଣ୍ଡରୁ ସାରା ଦେଶର ବିଭିନ୍ନ ସଦର ମହକୁମା ହସ୍ପିଟାଲରେ ୧୬୨ଟି ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ ପାଇଁ ଟେଣ୍ଡର ହୋଇଥିଲା ।ଏହି କ୍ରମରେ ଓଡ଼ିଶା ଭାଗରେ ୭ଟି ପଡିଥିଲା । ତେବେ ସ୍ଥାନ ଚିହ୍ନଟ କରିବା ରାଜ୍ୟ ସରକାରଙ୍କ ଦାୟିତ୍ୱ । କିନ୍ତୁ ଜାଗା ଚିହ୍ନଟ ହେଲା ପରେ ବି କାମ ଆଜି ପର୍ଯ୍ୟନ୍ତ ଆଗେଇଲା ନାହିଁ ବୋଲି କହିଛନ୍ତି ସିବିକେ ମହାନ୍ତି । ଅନ୍ୟପକ୍ଷରେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬ ହଜାରରୁ ଅଧିକ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୯ ଜଣଙ୍କର ମୃତ୍ୟୁ ହୋଇଛି । ଗତ ୫ ଦିନ ହେବ ସଂକ୍ରମଣ ସଂଖ୍ୟା ପାଖାପାଖି ସମାନ ରହୁଛି । ତେଣୁ ଏବେ ସଂକ୍ରମଣ ପ୍ଲାଟୋ ଷ୍ଟେଜକୁ ଆସିଲାଣି ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଯାହା ରାଜ୍ୟବାସୀଙ୍କୁ କିଛି ମାତ୍ରାରେ ଆଶ୍ୱସ୍ତି କରିପାରେ । ପ୍ଲାଟୋ ଷ୍ଟେଜକୁ ଅ ।ସିବା ପରେ ସଂକ୍ରମଣ ପରିସଂଖ୍ୟାନ କମିପାରେ ।
କିନ୍ତୁ ଅ ।ଗକୁ କଣ ହେବ ତାହା ଏବେଠୁ ନିର୍ଦ୍ଦିଷ୍ଟ ଭାବେ କହିହେବନି । କିନ୍ତୁ ପଜିଟିଭ ସଂଖ୍ୟା ସ୍ଥିର କିମ୍ବା କମିପାରେ ବୋଲି ଆଶା କରାଯାଉଛି । ତେବେ କରୋନା ସଂକ୍ରମଣ ଭିତରେ ଲୋକଙ୍କ ଭିତରେ ସନ୍ଦେହ ହେଉଛି ଯେ ରାଜ୍ୟରେ ଆଇସିୟୁ ବେଡ କମିଯାଉଛି । ଏପରିକି ଲକ୍ଷଣବିହୀନ ଲୋକ ହସ୍ପିଟାଲରେ ଆଡମିଟ ହୋଇ ବେଡ ମାଡି ବସୁଛନ୍ତି । ଯାହାଦ୍ୱାରା ଜଣେ ଗୁରୁତର ରୋଗୀ ଅ ।ସିଲେ ମଧ୍ୟ ତାକୁ ବେଡ ମିଳିବାରେ ଅସୁବିଧା ଦେଖାଦେଇପାରେ । ଏହାସେ ୍ୱ ମଧ୍ୟ ରାଜ୍ୟରେ ଯଥେଷ୍ଟ ସଂଖ୍ୟାରେ ବେଡ ରହିଛି ଓ ଅ ।ଗକୁ ଯଦି ସଂକ୍ରମଣ ବଢେ ତେବେ ସେହି ଅନୁପାତରେ ଭେଣ୍ଟିଲେଟର ମଧ୍ୟ ବଢାଯିବ ବୋଲି କହିଛନ୍ତି ସିବିକେ ମହାନ୍ତି । ଅନ୍ୟପଟେ ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, ଯେଉଁ ହସ୍ପିଟାଲରେ ବେଡ଼ ଫିଲପ ହେଇ ଯାଉଛି ଅନ୍ୟ ଜିଲ୍ଲାକୁ ରୋଗୀମାନଙ୍କୁ ପଠା ଯାଉଛି ।
No Result
View All Result