• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

୫୫ ବର୍ଷରେ କଂଗ୍ରେସ ଓଡିଶା ପାଇଁ ଯାହା କରିନିଥିଲା ବିଜେପି ୫ ବର୍ଷରେ କରିଛି : ଶ୍ରୀ ଅମିତ ଶାହା

Proprietor Abhimanyu Maharana by Proprietor Abhimanyu Maharana
February 28, 2020
in Uncategorized, ଓଡ଼ିଶା, ରାଜନୀତି, ହୋମ୍
0
୫୫ ବର୍ଷରେ କଂଗ୍ରେସ ଓଡିଶା ପାଇଁ ଯାହା କରିନିଥିଲା ବିଜେପି ୫ ବର୍ଷରେ କରିଛି : ଶ୍ରୀ ଅମିତ ଶାହା
Share on FacebookShare on TwitterWhatsapp

ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର 28.2.2020 :- ଲୋକସଭା ନିର୍ବାଚନରେ ଓଡିଶାବାସୀ ବିଜେପିକୁ ଏବଂ କେନ୍ଦ୍ରରେ ମୋଦୀ ସରକାରଙ୍କୁ ବିଶ୍ୱାସ କରି ୩୮.୪ ପ୍ରତିଶତ ଭୋଟ ଦେଇ ୮ ଜଣ ସାଂସଦଙ୍କୁ ବିଜୟୀ କରିଛନ୍ତି । ବିଧାନସଭା ନିର୍ବାଚନରେ ବିଜେଡିକୁ ୧.୧ କୋଟି ଭୋଟ ମିଳିଥିବାବେଳେ ବିଜେପିକୁ ୯୧ ଲକ୍ଷ ଭୋଟ ମିଳିଛି । ବିଧାନସଭା ନିର୍ବାଚନରେ ବିଜେପିର ୩୭ ବୁଥରୁ ୧୪ ହଜାରୁ ଅଧିକ ବୁଥରେ ବିଜେପି ପ୍ରଥମ ସ୍ଥାନରେ ଥିଲା । ୩୦୩ ସାଂସଦରୁ ଓଡିଶାରେ ୮ ଜଣ ସାଂସଦ ରହିଛନ୍ତି । ବହୁ ବର୍ଷ ଶାସନ କରିଥିବା କଂଗ୍ରେସକୁ ଜନତା ପ୍ରତ୍ୟାଖାନ କରିଛନ୍ତି । ମୁଖ୍ୟ ବିରୋଧୀ ଦଳରୁ ଜନତା ସେମାନଙ୍କୁ ହଟାଇ ତାଙ୍କ ସ୍ଥାନରେ ବିଜେପିକୁ ପ୍ରମୁଖ ବିରୋଧୀ ଦଳର ସ୍ଥାନ ଦେଇଛନ୍ତି । ମାତ୍ର ଆଉ ଗୋଟିଏ କୁଦରେ ଓଡିଶାରେ ଭାରତୀୟ ଜନତା ପାର୍ଟିର ସରକାର ହେବ ବୋଲି ଜନତା ମଇଦାନ ଠାରେ ଆୟୋଜିତ ବିଶାଳ ଜନ ସମାବେଶରେ ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହା କହିଛନ୍ତି । ଶ୍ରୀ ଶାହା କହିଛନ୍ତି ଯେ, ଓଡିଶାର ବିକାଶ ପାଇଁ ୫ ବର୍ଷରେ ନରେନ୍ଦ୍ର ମୋଦି ସରକାର ଯେଉଁ କାମ କରିଛନ୍ତି ଯାହା ୫୫ ବର୍ଷରେ କଂଗ୍ରେସ କରିପାରିନାହିଁ । ମୋଦି ସରକାର ବିଗତ ୫ ବର୍ଷରେ ଓଡିଶାର ସମସ୍ତ ଜାତି, ଜିଲ୍ଲା , କ୍ଷେତ୍ର ପାଇଁ ବିକାଶର ରାସ୍ତା ଖୋଲିଛନ୍ତି । ଡିଏମଏଫ, କୃଷି ଋଣରେ ବୃଦ୍ଧି, ରେଳ ପ୍ରକଳ୍ପରେ ଅନୁଦାନ ବୃଦ୍ଧି, ରାସ୍ତା ସଂଯୋଗୀକରଣ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଉଜ୍ଜଳା ଯୋଜନା ମାଧ୍ୟମରେ ୪୭ ଲକ୍ଷ ୫୦ ହଜାର ଘରକୁ ଗ୍ୟାସ ବଂଟନ, ସୌଭାଗ୍ୟ ଯୋଜନାରେ ୨୦ ହଜାର ଗାଁରେ ପ୍ରଥମ ଥର ପାଇଁ ବିଜୁଳୀ ସଂଯୋଗ କରିବା, ୮ ଲକ୍ଷ ୯୬ ହଜାର ଘରେ ବିଜୁଳି ଯୋଗାଇବା, ଗରୀବ ପରିବାର ପାଇଁ ଜନ ଔଷଧୀ କେନ୍ଦ୍ର, ପେଟ୍ରୋଲିୟମ ସେକ୍ଟରରେ ଅଧିକା ବିନିଯୋଗ, ଭଦ୍ରକରେ ଟେକ୍ସଷ୍ଟାଇଲ ପାର୍କ, ଏସି ଏସଟି ଏବଂ ଓବିସି ବର୍ଗଙ୍କ ପାଇଁ ବଜେଟରେ ଅଧିକା ଅନୁଦାନ, ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଅଧିନିୟମରେ ୩ କୋଟି ୨୪ ଲକ୍ଷ ଲୋକଙ୍କୁ ଶସ୍ତାରେ ଖାଦ୍ୟ ଯୋଗାଇବା, ପାଇକ ସ୍ମାରକ, ୪୧ ଲକ୍ଷ ଲୋକଙ୍କୁ ମୁଦ୍ରା ଲୋନ ଯୋଗାଇବ ଆଦି ଅନେକ କାର୍ଯ୍ୟ କରାଯାଇଛି । ୨୦୧୪ ପୂର୍ବରୁ ୧୦ ବର୍ଷ ଧରି ସୋନିଆ ଏବଂ ମନମୋହନଙ୍କ କଂଗ୍ରେସ ସରକାର ଚାଲିଥିଲା । ୧୩ ତମ ଆର୍ଥୀକ ବର୍ଷରେ କଂଗ୍ରେସ ସରକାର ଓଡିଶାକୁ ୭୯ ହଜାର କୋଟି ପ୍ରଦାନ କରିଥିଲା । କିନ୍ତୁ ମୋଦି ସରକାର ୫ ବର୍ଷ ଭିତରେ ଅର୍ଥାତ୍ ୨୦୧୪-୧୯ ମଧ୍ୟରେ ଓଡିଶାକୁ ୨ ଲକ୍ଷ ୧୧ ହଜାର ୫୧୦ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଏହା ସହ ଅନ୍ୟ ଯୋଜନା (ପୃଷ୍ଠା-୧/୩) ମାଧ୍ୟମରେ ୩ ଲକ୍ଷ କୋଟି ପ୍ରଦାନ କରିଛନ୍ତି । ଓଡିଶାର ବିକାଶ ପାଇଁ ବିଜେପି କିପରି ସଂକଳ୍ପ ବଦ୍ଧ ତାହା ଏହି ଅନୁଦାନରୁ ସ୍ପଷ୍ଟ ହେଉଛି । ଆଗାମୀ ୫ ବର୍ଷରେ ପୂର୍ବାଚଂଳର ତଥା ବିଶେଷ କରି ଓଡିଶାର ବିକାଶ ଦିଗରେ ଅନେକ କାର୍ଯ୍ୟ କରାଯିବ । ଗୁଜୁରାଟର ଯେପରି ବିକାଶ ହୋଇଛି ଠିକ୍ ସେହିପରି ଖଣିଜ ସଂପଦରେ ପରିପୂର୍ଣ୍ଣ ଥିବା ଏହି ଓଡିଶାର ସମସ୍ତ ଗାଁ, ଘର ଏବଂ ବ୍ୟକ୍ତିର ବିକାଶ କରିବାର ଦାୟୀତ୍ୱ ନରେନ୍ଦ୍ର ମୋଦୀ ସରକାର ନେଇଛନ୍ତି ବୋଲି ଶ୍ରୀ ଶାହା କହିଛନ୍ତି । ମୋଦୀ ସରକାର ଦି୍ୱତୀୟ ପାଳିରେ ଦେଶର ସମସ୍ତଙ୍କ ଘରେ ନଳ ଯୋଗେ ସ୍ୱଚ୍ଛ ଜଳ ପହଂଚାଇବାର ଯୋଜନା ଅଣାଯାଇଛି । ଏହାର ସବୁଠୁ ଅଧିକା ଫାଇଦା ଓଡିଶାବାସୀ ପାଇପାରିବେ । ଆଜି ବି ଓଡିଶାରେ ୩୦ ପ୍ରତିଶତ ଲୋକଙ୍କ ଘରେ ନଳ ଯୋଗେ ସ୍ୱଚ୍ଛ ପିିଇବା ପାଣି ପହଂଚି ପାରିନି । ୨୦୨୪ ପୂର୍ବରୁ ମୋଦୀ ସରକାର ଓଡିଶାର ସମସ୍ତଙ୍କ ଘରେ ନଳ ଯୋଗେ ଶୁଦ୍ଧ ସ୍ୱଚ୍ଛ ପାଣି ଯୋଗାଇବେ ବୋଲି ଶ୍ରୀ ଶାହା କହିଛନ୍ତି । ଶ୍ରୀ ଶାହା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ହେବା ପରେ ମୋଦିଜୀ ୭୦ ବର୍ଷରୁ ବାକି ଥିବା ରାଷ୍ଟ୍ରୀୟ ସୁରକ୍ଷା ଏବଂ ରାଷ୍ଟ୍ରୀୟ ସମ୍ବେଦନା ଦିଗରେ କାର୍ଯ୍ୟ କରିଛନ୍ତି । ୫ ଅଗଷ୍ଟ ୨୦୧୯ରେ କାଶ୍ମିରୀରୁ ୩୭୦ ଧାରା ହଟାଇ ମୋଦୀ ସରକାର ଏକ ଐତିହାସିକ ନିଷ୍ପତି ନେଇଛନ୍ତି । ଏହା ଦ୍ୱାରା ଆଜି କାଶ୍ମିରୀ ଭାରତ ମାଆର ମୁକୁଟ ବନିଛି । ସେହିପରି ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ଦିଗରେ ମୋଦି ସରକାର ଆଗକୁ ଆସି ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ନାଁରେ ଏକ ଟ୍ରଷ୍ଟ ନିର୍ମାଣ କରି ଏକ ଭବ୍ୟ ରାମମନ୍ଦିର ନିର୍ମାଣର ରାସ୍ତା ଖୋଲିଛନ୍ତି । କିଛି ଦିନ ମଧ୍ୟରେ ଆକାଶକୁ ଛୁଇଁବା ଭଳି ରାମ ମନ୍ଦିର ସେଇଠି ନିର୍ମାଣ ହେବଯେଉଁଠି ଭଗବାନ ରାମଚନ୍ଦ୍ର ଜନ୍ମ ନେଇଥିଲେ । ନାଗରିକତା ସଂଶୋଧନ ଆଇନ ବିରୁଦ୍ଧରେ ବିରୋଧୀ କଂଗ୍ରେସ, ସମାଜବାଦୀ ପାର୍ଟି, ବହୁଜନ ସମାଜବାଦୀ ପାର୍ଟି, ତୃଣମୂଳ କଂଗ୍ରେସ ଆଦି ଦଳ ବିରୋଧ କରୁଛନ୍ତି । ଅଳ୍ପସଂଖ୍ୟକଙ୍କ ଠାରୁ ନାଗରିକତା ଚାଲିଯିବା ଆଳ ଦେଖାଇ ମିଥ୍ୟା କଥା କହି ସାରା ଦେଶର ଜନତାଙ୍କୁ ସେମାନେ ବିଭ୍ରାନ୍ତି କରୁଛନ୍ତି । ପୂର୍ବରୁ ପ୍ରଧାନମନ୍ତ୍ରୀ କହିଛନ୍ତି ଏବଂ ଆଜି ମୁଁ କହୁଛି ନାଗରିକତା ସଂଶୋଧନ ଆଇନରେ କୌଣସି ମୁସଲମାନ ନାଗରିକର ନାଗରିକତା ଯିବନାହିଁ । ନାଗରିକତା ସଂଶୋଧନ ଆଇନ ନାଗରିକତା ନେବା ପାଇଁ ନୁହେଁ ବରଂ ନାଗରିକତା ଦେବା ପାଇଁ ହୋଇଛି । ଦେଶର ବିଭାଜନ ସମୟରେ ଲକ୍ଷ ଲକ୍ଷ ଲୋକ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଲାଂଦେଶରେ ରହିଯାଇଥିଲେ । ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସୀ, ଇସାଇ ଧର୍ମର ଲୋକମାନଙ୍କୁ ସେଠାରେ ଉତ୍ପୀଡନ କରାଯାଇଥିଲା, ଧର୍ମ ପରିବର୍ତନ କରାଯାଇଥିଲା, ଛୋଟ ଛୋଟ ଶିଶୁ ମାନଙ୍କୁ ଚାଲାଣ କରାଯାଇ ସେମାନଙ୍କ ସହ ବଳାତ୍କାର କରାଯାଇଥିଲା ।

ସେମାନେ ନିଜ ସମ୍ମାନ ବଂଚାଇବାକୁଯାଇ ଭାରତରେ ଆସି ଶରଣ ପଶିଥିଲେ । ୭୦ ବର୍ଷ ପରେ ବି ଭାରତରେ ଶରଣ ନେଇଥିବା ଲକ୍ଷ ଲକ୍ଷ ଲୋକଙ୍କ ପାଖରେ ନାଗରିକତା ନାହିଁ, ରହିବା ପାଇଁ ଘର ନାହିଁ, ପାଠପଢାର ବ୍ୟବସ୍ଥା ନାହିଁ, ସ୍ୱାସ୍ଥ୍ୟ ସୁବିଧା ନାହିଁ, ନିଯୁକ୍ତି ମଧ୍ୟ ନାହିଁ । ସେମାନେ ପାକିସ୍ତାନ ଗଲେ ସେମାନଙ୍କୁ ଧର୍ମ ପରିବର୍ତନ କରିବା ପାଇଁ ବାଧ୍ୟ କରାଯାଉଛି ନହେଲେ ହତ୍ୟା କରିଦିଆଯାଉଛି । ସେହି ଶରଣାର୍ଥୀମାନଙ୍କୁ ମୋଦୀ ସରକାର ନାଗରିକତା ଦେଇ ସେମାନଙ୍କର ମାନବଧିକାର ପ୍ରଦାନ କରିଛନ୍ତି ବୋଲି ଶ୍ରୀ ଶାହା କହିଛନ୍ତି । ଶ୍ରୀ ଶାହା କହିଛନ୍ତି ଯେ, ୫୦ ଦଶକରେ କଂଗ୍ରେସର ପ୍ରାୟ ସମସ୍ତ ନେତା ହିନ୍ଦୁ ଏବଂ ଶିଖ ଶରଣାର୍ଥୀମାନଙ୍କୁ ନାଗରିକତା ଦେବା ପାଇଁ ପ୍ରତିଶୃତି ଦେଇଥିଲେ । ଭାରତର ଅଲଗା ଅଲଗା ୨୭ ଟି ସ୍ଥାନରେ କଂଗ୍ରେସ ନେତାମାନେ ଶରଣାର୍ଥୀମାନଙ୍କୁ ନାଗରିକତା ଦେବା ପାଇଁ ପ୍ରତିଶୃତି ଦେଇଥିଲେ । କିନ୍ତୁ ସେମାନେ ତାଙ୍କ ପ୍ରତିଶୃତି ପାଳନ କଲେନାହିଁ । ବଦନାମ ହେବାର ଆଶଙ୍କା ଥିବା ସତ୍ୱେ ମୋଦିଜୀ ସଂସଦରେ ନାଗରିକତା ସଂଶୋଧନ ଆଇନ ଆଣି କୋଟି କୋଟି ଶରଣାର୍ଥୀଙ୍କୁ ନାଗରିକତା ଦେବାର କାର୍ଯ୍ୟ କରିଛନ୍ତି । କିନ୍ତୁ ବିରୋଧୀ ଲୋକଙ୍କୁ ଭ୍ରମିତ କରି ଦଙ୍ଗା କରୁଛନ୍ତି । ମହାତ୍ମାଗାନ୍ଧୀ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ମୌଲାନା ଆଜାଦ ଏବଂ ଜବାହାର ଲାଲ ନେହେରୁ ଯେଉଁ ପ୍ରତିଶୃତି ଦେଇଥିଲେ ତାହା ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରି ଦେଖାଇଛନ୍ତି । ନାଗରିକତା ସଂଶୋଧନ ଆଇନରେ ଭ୍ରମିତ କରୁଥିବା ନେତାଙ୍କୁ ଜନତା ପ୍ରଶ୍ନ ପଚାରନ୍ତୁ କି, କେଉଁ ଧାରାରେ ନାଗରିକତା ଯିବାର ଆଇନ ରହିଛି । ୨୦୨୪ ପୂର୍ବରୁ ଦେଶରେ ୫ ଟ୍ରିଲିୟନ ଅର୍ଥନୀତିରେ ଭାରତ ବିଶ୍ୱର ପ୍ରମୁଖ ଅର୍ଥବ୍ୟବସ୍ଥାରେ ୩ୟ ସ୍ଥାନ ଅଧିକାର କରିବ । (ପୃଷ୍ଠା-୨/୩) ବିଗତ ବର୍ଷରେ କଂଗ୍ରେସ ସରକାର ଭାରତକୁ ୧୧ ନମ୍ବର ସ୍ଥାନରେ ପହଂଚାଇଥିଲା । ମୋଦି ସରକାର ସାଢେ ୫ ବର୍ଷ ମଧ୍ୟରେ ଭାରତକୁ ୫ମ ସ୍ଥାନକୁ ଆଣିଛନ୍ତି । ଭାରତକୁ ସଂପୂର୍ଣ୍ଣ, ସଂପନ୍ନ, ସୁରକ୍ଷିତ, ଶିକ୍ଷିତ, ସ୍ୱାସ୍ଥ୍ୟଯୁକ୍ତ ଏବଂ ଗୌରବମୟ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମର୍ପିତ ଅଛନ୍ତି । କେନ୍ଦ୍ର ସରକାରଙ୍କ ଅନୁଦାନକୁ ନବୀନ ସରକାର ଗରୀବ ଘର ଲୋକଙ୍କ ପାଖରେ ପହଂଚାନ୍ତୁ ବୋଲି ଶ୍ରୀ ଶାହା କହିଛନ୍ତି । ଜନସମାବେଶରେ ସମ୍ଭୋଧନ ଦେବା ପୂର୍ବରୁ ଶ୍ରୀ ଶାହା ମହାପ୍ରଭୃ ଜଗନ୍ନାଥଙ୍କ ଭୂମିକୁ ପ୍ରଣାମ କରି ନିଜ ଅଭିଭାଷଣ ଆରମ୍ଭ କରିଥିଲେ । ୫ ବର୍ଷ ସଙ୍ଗଠନ କାର୍ଯ୍ୟରେ ଅନେକ ଥର ଓଡିଶା ଆସିଛି, ବିଭିନ୍ନ ଜିଲ୍ଲା ବୁଲିଛି, ଅନେକ କାର୍ଯ୍ୟକର୍ତାଙ୍କ ସହ ମିଶିଛି । କିନ୍ତୁ ମତେ ଓଡିଶା କେବେ ଓଡିଶା ଗୁଜୁରାଟରୁ ଭିନ୍ନ ବୋଲି ମତେ ଅନୁଭବ ହୋଇନି । ଏହାର କାରଣ ହେଉଛି, ଗୁଜୁରାଟ ଏବଂ ଓଡିଶାକୁ ଯୋଡିଛନ୍ତି ମହାପ୍ରଭୃ ଶ୍ରୀ ଜଗନ୍ନାଥ । ସେ ଗୁଜୁରାଟ ଏବଂ ଓଡିଶାକୁ ଆର୍ଶୀବାଦ ଦେଇ ଚାଲିଛନ୍ତି । ଏହି ଭକ୍ତି ଏବଂ ଏହି ଶକ୍ତି ଓଡିଶା ଜନତା ପାର୍ଟିର ଶକ୍ତି ପାଲଟିଛି । ଉତ୍କଳ ଗୌରବ ମଧୁସୁଦନ ଦାସ, ଉତ୍କଳ ମଣି ଗୋପବନ୍ଧୁ ଦାସ, ବକ୍ସି ଜଗବନ୍ଧୁ, ବୀର ସୁରେନ୍ଦ୍ର ସାଏ, ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି, ମହାରାଜା ଶ୍ରୀ ରମଚନ୍ଦ୍ର ଭଂଜଦେଓଙ୍କ ଭଳି ଅନେକ ମହାପୁରୁଷଙ୍କ ତ୍ୟାଗ ଦ୍ୱାରା ଏକ ଗୌରବମୟ ସଂସ୍କୃତିିର ନିର୍ମାଣ ହୋଇଛି ବୋଲି ଶ୍ରୀ ଶାହା କହିଥିଲେ । ଏହି ଜନସମାବେଶରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ, ରାଜ୍ୟ ସଭାପତି ସମୀର ମହାନ୍ତି, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ସଂପାଦକ ତଥା ସାଂସଦ ଅରୁଣ ସିଂ, ସୁରେଶ ପୂଜାରୀ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ସାଂସଦ ବସନ୍ତ ପଣ୍ଡା, ଜୁଏଲ ଓରାମ, ଅଶ୍ୱିନୀ ବୈଷ୍ଣବ, ସଙ୍ଗୀତା ସିଂହଦେଓ, ନିତେଶ ଗଙ୍ଗଦେବ,ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ପୂର୍ବତନ ମନ୍ତ୍ରୀ କେ.ଭି ସିଂହଦେଓ, ବରିଷ୍ଠ ନେତା ବିଜୟ ମହାପାତ୍ର, ବିଜେପି ବିଧାୟକ ଓ ବିଧାୟିକାଙ୍କ ସମେତ ରାଜ୍ୟ ପଦାଧିକାରୀ ଏବଂ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ପ୍ରମୁଖ ଉପସ୍ଥିତ ଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଭିଜିଲାନ୍ସ ଜାଲରେ ଯନ୍ତ୍ରୀ : କୋଠା ଦେଖୀ ଭିଜିଲାନ୍ସ ଅଧୀକାରୀ ବି ଆଶ୍ଚର୍ଯ୍ୟ

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ : କୋଠା ଦେଖୀ ଭିଜିଲାନ୍ସ ଅଧୀକାରୀ ବି ଆଶ୍ଚର୍ଯ୍ୟ

March 8, 2026
ବାଲିଗୁଡା ଓକିଲ ସଂଘ ନିର୍ବାଚନ ମାର୍ଚ୍ଚ ୨୮ ରେ : ପ୍ରାର୍ଥତ୍ପତ୍ର ଦାଖଲ ଆରମ୍ଭ – ନିର୍ବାଚନ ଅଧିକାରୀ ଭାବେ ସୁବ୍ରତ ପ୍ରଧାନ

ବାଲିଗୁଡା ଓକିଲ ସଂଘ ନିର୍ବାଚନ ମାର୍ଚ୍ଚ ୨୮ ରେ : ପ୍ରାର୍ଥତ୍ପତ୍ର ଦାଖଲ ଆରମ୍ଭ – ନିର୍ବାଚନ ଅଧିକାରୀ ଭାବେ ସୁବ୍ରତ ପ୍ରଧାନ

March 8, 2026
କେନ୍ଦ୍ର ପର୍ଯ୍ୟଟନ କମିଶନରଙ୍କ କନ୍ଧମାଳ ଗସ୍ତ, ବିଭିନ୍ନ ପ୍ରକଳ୍ପ ସହ ଅଙ୍ଗନବାଡ଼ି ଓ ଉପସ୍ୱାସ୍ଥ୍ୟକେନ୍ଦ୍ର ବୁଲିଲେ

କେନ୍ଦ୍ର ପର୍ଯ୍ୟଟନ କମିଶନରଙ୍କ କନ୍ଧମାଳ ଗସ୍ତ, ବିଭିନ୍ନ ପ୍ରକଳ୍ପ ସହ ଅଙ୍ଗନବାଡ଼ି ଓ ଉପସ୍ୱାସ୍ଥ୍ୟକେନ୍ଦ୍ର ବୁଲିଲେ

March 8, 2026
ବାଲିଗୁଡା ରେ ବିଜୁବାବୁ ଙ୍କ ୧୧୦ ତମ ଜୟନ୍ତୀ ପାଳିତ : ଜନସାଧାରଣ ଙ୍କ ହକ ପାଇଁ ବିଜେଡି ସଦାସର୍ବଦା ଲଢେ଼ଇ ଜାରି ରଖିବ

ବାଲିଗୁଡା ରେ ବିଜୁବାବୁ ଙ୍କ ୧୧୦ ତମ ଜୟନ୍ତୀ ପାଳିତ : ଜନସାଧାରଣ ଙ୍କ ହକ ପାଇଁ ବିଜେଡି ସଦାସର୍ବଦା ଲଢେ଼ଇ ଜାରି ରଖିବ

March 8, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ : କୋଠା ଦେଖୀ ଭିଜିଲାନ୍ସ ଅଧୀକାରୀ ବି ଆଶ୍ଚର୍ଯ୍ୟ

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ : କୋଠା ଦେଖୀ ଭିଜିଲାନ୍ସ ଅଧୀକାରୀ ବି ଆଶ୍ଚର୍ଯ୍ୟ

March 8, 2026
ବାଲିଗୁଡା ଓକିଲ ସଂଘ ନିର୍ବାଚନ ମାର୍ଚ୍ଚ ୨୮ ରେ : ପ୍ରାର୍ଥତ୍ପତ୍ର ଦାଖଲ ଆରମ୍ଭ – ନିର୍ବାଚନ ଅଧିକାରୀ ଭାବେ ସୁବ୍ରତ ପ୍ରଧାନ

ବାଲିଗୁଡା ଓକିଲ ସଂଘ ନିର୍ବାଚନ ମାର୍ଚ୍ଚ ୨୮ ରେ : ପ୍ରାର୍ଥତ୍ପତ୍ର ଦାଖଲ ଆରମ୍ଭ – ନିର୍ବାଚନ ଅଧିକାରୀ ଭାବେ ସୁବ୍ରତ ପ୍ରଧାନ

March 8, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version