ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର 28.2.2020 :- ୨୪ତମ ପୂର୍ବାଞ୍ଚଳ ଜୋନ୍ ପରିଷଦ (ଇଜେଡ୍ସି) ବୈଠକରେ ଏହି ଦାବି ରଖିଛନ୍ତି ୪ଟି ପ୍ରସଙ୍ଗ ଉଠାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ସେ ‘ଫନୀ’ ସହାୟତା ପାଇଁ କେନ୍ଦ୍ରକୁ ଧନ୍ୟବାଦ ଜଣାଇଛନ୍ତି । ଜାତୀୟ ସଂହତି ଓ ରାଜ୍ୟ ରାଜ୍ୟ, କେନ୍ଦ୍ର ରାଜ୍ୟ ମଧ୍ୟରେ ସୁସମ୍ପର୍କ ସ୍ଥାପନ ଏହି ବୈଠକର ମୂଳ ଉଦ୍ଦେଶ୍ୟ । ଅର୍ଥନୈତିକ ଭିତ୍ତିଭୂମି ଓ ପ୍ରଯୁକ୍ତି ବିଦ୍ୟାକୁ ନେଇ ସମସ୍ତଙ୍କ ମଧରେ ସଂହତି ଆସିବ ଦରକାର ।
ଟେଲି ଯୋଗାଯୋଗ, ବ୍ୟାଙ୍କିନ ସେବା ଓ ରେଳ, ସଡକ ସଂଯୋହ କ୍ଷେତ୍ରରେ କେନ୍ଦ୍ରୀୟ ଅନୁଦାନ ଦୁଇ ଗୁଣ କରିବାକୁ ପ୍ରସ୍ତାବ ରଖିଛନ୍ତି ନବୀନ । ପୂର୍ବାଞ୍ଚଳ ପରିଷଦରେ ଥିବା ଏହି ୪ ରାଜ୍ୟ ଦେଶର ଖଣିଜ ସମ୍ପତ୍ତି ରେ ଅଧିକ ଅବଦାନ ଥିବାରୁ ଏହି ରାଜ୍ୟକୁ ଅଧିକ ଅନୁଦାନ ମିଳିବ ଦରକାର ୨୦୧୨ରୁ କୋଇଲା ରାୟଲୀଟି ସଂଶୋଧନ ହୋଇ ନାହିଁ । ଏବେ ଏହା ସଂଶୋଧନ ହେବାର ଜରୁରୀ ଆବଶ୍ୟକ ରହିଛି । କ୍ଲିନ ଏନର୍ଜୀ ସେସ ରାଜ୍ୟଗୁଡିକୁ ଦେବା ଦରକାର । ଭିତ୍ତିଭୂମି ଉନ୍ନୟନ କ୍ଷେତ୍ରରେ ସ୍ୱତନ୍ତ୍ର ଅର୍ଥନୈତିକ ପ୍ୟାକେଜ ପାଇଁ ଦାବି କରିଛନ୍ତି ନବୀନ ।
ଏହି ୪ ରାଜ୍ୟରେ ଆଦିବାସୀ ବହୁଳ ଅଂଚଳ ଅଧିକ ଥିବାରୁ ହୋ, ଭୂମିଜ ଓ ମୁଣ୍ଡାରୀ ଭାଷାକୁ ସମ୍ବି ଧାନର ଅଷ୍ଟମ ପରିଚ୍ଛେଦରେ ସାମିଲ କରିବାକୁ ଦାବି କରିଛନ୍ତି । ରାଜ୍ୟରେ ପ୍ରାକୃତିକ ବିପର୍ୟ୍ୟୟ ଲଗାତର ରହିଥିବାରୁ ଏହି ଭିତଇରେ ଓଡିଶାକୁ ସ୍ୱତନ୍ତ୍ର ଫୋକସ ରାଜ୍ୟ ମାନ୍ୟତା ପ୍ରସ୍ତାବକୁ ବିଚାରକୁ ନେବା ପାଇଁ ଦାବି କରିଛନ୍ତି ନବୀନ । ସହରାଞ୍ଚଳକୁ କେନ୍ଦ୍ରୀୟ ଅନୁଦାନ ଦେବାରେ ବିଳମ୍ବ, ଧାନ କିଣା ରେ ସବ୍ସିଡି ନଦେବା, ରେଳ ପ୍ରକଳ୍ପରେ ରାଜ୍ୟ ସରକାର ୫୦ ପ୍ରତିଶତ ଅନୁଦାନ ସହିତ ମାଗଣ ଜମି ଦେଉଥିଲେ ବି କାମ ଆଗଉ ନାହିଁ । ଏହି ସବୁ ପ୍ରସଙ୍ଗ ପରିଷଦ ବୈଠକରେ ଉଠାଇଛନ୍ତି ନବୀନ ।