• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ଦିଲ୍ଲୀରେ ଦଙ୍ଗା ବନ୍ଦ ହେଉ, ଶାନ୍ତି ଓ ଏକତା ବଜାୟ ରଖିବା ଏକାନ୍ତ କାମ୍ୟ : ପ୍ରଦେଶ କଂଗ୍ରେସ

Proprietor Abhimanyu Maharana by Proprietor Abhimanyu Maharana
February 28, 2020
in Uncategorized, ଓଡ଼ିଶା, ରାଜନୀତି, ହୋମ୍
0
ଦିଲ୍ଲୀରେ ଦଙ୍ଗା ବନ୍ଦ ହେଉ, ଶାନ୍ତି ଓ ଏକତା ବଜାୟ ରଖିବା ଏକାନ୍ତ କାମ୍ୟ : ପ୍ରଦେଶ କଂଗ୍ରେସ
Share on FacebookShare on TwitterWhatsapp

ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ୍ ) ପ୍ରଦେଶ କଂଗ୍ରେସ 28.2.2020 :- ଉତରପୂର୍ବ ଦିଲ୍ଲୀରେ ଯେଉଁଭଳି ଭାବରେ ଦଙ୍ଗା ସୃଷ୍ଟି କରାଗଲା ଏବଂ ଭାରତବର୍ଷର ରାଜଧାନୀରେ ନରସଂହାର ଜାରି ରହିଲା ତାହା ଅତ୍ୟନ୍ତ ଉଦ୍‌ବେଗର କାରଣ । ଶାନ୍ତିପୂର୍ଣ୍ଣ ଭାବରେ ଭାରତବର୍ଷର ନାଗରିକମାନେ ନାଗରିକ ଆଇନ, ଏନ୍‌ଆରସି ଏବଂ ଏନ୍‌ପିଆର କୁ ବିରୋଧ କରି ଗଣଆନ୍ଦୋଳନ ଚଳାଇଥିଲାବେଳେ ଭାରତୀୟ ଜନତାପାର୍ଟିର ଉତରପୂର୍ବ ଦିଲ୍ଲୀର ବିଧାୟକ ପ୍ରାର୍ଥୀ ଶ୍ରୀ କପିଲ୍ ମିଶ୍ର ଦିଲ୍ଲୀ ପୋଲିସ୍ ଉପସ୍ଥିତିରେ ଧମକପୂର୍ଣ୍ଣ ଏବଂ ଉତେଜନାମୂଳକ ମନ୍ତବ୍ୟ ରଖିଲେ ଏବଂ ପରବର୍ତୀ ପର୍ଯ୍ୟାୟରେ ହିଂସା ସୃଷ୍ଟିକରିବାରେ ଯେଉଁଭଳି ଭାବରେ ସହାୟକ ହେଲେ ତାହା ଅତ୍ୟନ୍ତ ନିନ୍ଦନୀୟ ।

ଦିଲ୍ଳୀ ଉଚ୍ଚତମ ନ୍ୟାୟଳୟର ନ୍ୟାୟମୂର୍ତି ଏ ଘଟଣାକୁ କଡ଼ାଭାଷାରେ ନିନ୍ଦା କରିବା ସହିତ ଦିଲ୍ଳୀ ପୋଲିସ ସଂପୂର୍ଣ୍ଣ ଭାବରେ ବିଫଳ ଏବଂ ଯେଉଁ ରାଜନୈତିକ ନେତୃବୃନ୍ଦମାନେ ଧମକପୂର୍ଣ୍ଣ ଏବଂ ଉତେଜନାମୂଳକ ମନ୍ତବ୍ୟ ଯୋଗୁଁ ଦଙ୍ଗା ସୃଷ୍ଟି ହେଲା ଏବଂ ଏହା ବ୍ୟାପି ଚାଲିଲା ତେଣୁ ସେ ସମସ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ଦେଲେ ତତ୍‌ ସହିତ କେନ୍ଦ୍ର ସରକାରଙ୍କର ଗୃହ ବିଭାଗର ଚରମ ବିଫଳତା ଯୋଗୁଁ ଦିଲ୍ଲୀରେ ହଜାର ହଜାର ଜନସାଧାରଣଙ୍କର ସଂପତି ପୋଡ଼ି ଜାଳି ନଷ୍ଟ କରିବା ସହିତ ୩୫ଜଣରୁ ଅଧିକ ନୀରିହ ଲୋକଙ୍କ ଜୀବନ ଅକାଳରେ ଗଡ଼ିପଡ଼ିଲା । କିନ୍ତୁ ନ୍ୟାୟଳୟର ସ୍ପଷ୍ଟ ନିର୍ଦ୍ଦେଶ ସତ୍ୱେ ଆଜିପର୍ଯ୍ୟନ୍ତ ଦିଲ୍ଲୀ ପୋଲିସ ସେମାନଙ୍କ ବିରୁଦ୍ଧରେ କୌଣସି ମାମଲା ରୁଜ କଲା ନାହିଁ ଏବଂ ତାଙ୍କୁ ଗିରଫ କଲା ନାହିଁ ।

ବିଜେପି ଦଳର ବରିଷ୍ଠ ନେତା ପରବେଶ ବର୍ମା ବର୍ତମାନର ରାଜ୍ୟ ଅର୍ଥମନ୍ତ୍ରୀ ଅନୁରାଗ ଠାକୁରଙ୍କ ବୟାନକୁ ମଧ୍ୟ କୋର୍ଟ ଗୁରୁତ୍ୱର ସହିତ ନେବା ସହ ଏମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଲେ । ସବିଶେଷ ତଥ୍ୟ ମୁତାବକ ଆଜି ପର୍ଯ୍ୟନ୍ତ ଆହୁରି ବହୁଲୋକଙ୍କର ପତା ମିଳୁନାହିଁ ଏବଂ ଗୁରୁତ୍ୱର ଆହାତ ବ୍ୟକ୍ତିମାନଙ୍କ ଅବସ୍ଥା ମଧ୍ୟ ଅତ୍ୟନ୍ତ ସଂକଟାପର୍ଣ୍ଣ । ଏହି ହିଂସା ବନ୍ଦ ହେଉ ଏବଂ ଦେଶରେ ଶାନ୍ତି, ମୈତ୍ରି, ଭାତୃତଭାବ ଶୀଘ୍ର ଫେରିଆସୁ ଏଥିପାଇଁ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ବହୁ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ଆଜି କଂଗ୍ରେସ ଭବନ ସାମନାରେ ଏକ ପ୍ରତିବାଦ ସଭା ଆୟୋଜନ କରାଯାଇଥିଲା । ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି କିଭଳି ଶୀଘ୍ର ଶାନ୍ତି ଫେରିଆସୁ ଏଥିପାଇଁ ଦେଶବାସୀଙ୍କୁ ନିବେଦନ କରିଥିଲେ । ମହାତ୍ମା ଗାନ୍ଧୀଙ୍କ ପ୍ରିୟ ଭଜନ ରଘୁପତି ରାଘବ ରାଜାରାମ ମଧ୍ୟ ଗାନ କରାଯାଇଥିଲା । ଶ୍ରୀ ପଟ୍ଟନାୟକ ଦୁଃଖ ପ୍ରକାଶ କରିବା ସହିତ ଦିଲ୍ଳୀ ପୋଲିସର ବିଫଳତା ଏବଂ ଦିଲ୍ଲୀ ପୋଲିସ୍ ଗୃହ ମନ୍ତ୍ରଣାଳୟରେ କାର୍ଯ୍ୟକରୁଥିବା ବେଳେ କେନ୍ଦ୍ରର ଗୃହମନ୍ତ୍ରୀ ଏଥିପାଇଁ ନିଜେ ନୈତିକ ଦାୟିତ୍ୱ ନେବା ସହିତ ନିଜ ପଦବୀରୁ ଶୀଘ୍ର ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଥିଲେ ।

ସେ ମଧ୍ୟ କ୍ଷୋଭର ସହିତ କହିଲେ ଶ୍ରୀ ଅମୀତ ଶାହା ଯେତେବେଳେ ଗୁଜୁରାଟର ଗୃହ ମନ୍ତ୍ରୀ ଥିଲେ ସେଠି ମଧ୍ୟ ଦଙ୍ଗା ସୃଷ୍ଟି କରାଯାଇଥିଲା । ଠିକ୍ ସେହିଭଳି ଢ଼ଙ୍ଗରେ ଶ୍ରୀଯୁକ୍ତ ସାହା ଆଜି କେନ୍ଦ୍ରର ଗୃହମନ୍ତ୍ରୀ ଏବଂ ଦିଲ୍ଲୀରେ ଦଙ୍ଗା ଯଦି ଶ୍ରୀ ଶାହାଙ୍କର ସାମାନ୍ୟତମ ନୀତି, ନୈତିକତା ଥିବା ତାହାହେଲେ ଏହି ଓଡ଼ିଶାରେ ନିଜ ପଦବୀରୁ ଇସ୍ତଫା ଦେଇ ଫେରିବେ । ଏ ଦେଶ ଗାନ୍ଧୀଙ୍କର ଦେଶ ଏବଂ ଗାନ୍ଧୀଙ୍କର ୧୫୦ତମ ଜୟନ୍ତୀ ଉତ୍ସବ ପାଳନ କରୁଥିବାବେଳେ ଏଭଳି ନରସଂହାର ଅତ୍ୟନ୍ତ ଦୁଃଖ ଏବଂ ପରିତାପର ବିଷୟ ।

ଏହି ପ୍ରତିବାଦ ସଭାରେ ବରିଷ୍ଠ କଂଗ୍ରେସ ନେତା ସର୍ବଶ୍ରୀ ଗୁରୁପଦ ନନ୍ଦ, ଶିବାନନ୍ଦ ରାୟ, ପଂଚାନନ କାନୁନଗୋ, ରାଜକୁମାର କିରାଡୋ, ସୁଦର୍ଶନ ଦାସ, ଜାନକୀ ବଲ୍ଲଭ ପଟ୍ଟନାୟକ, ଶୁଭେନ୍ଦୁ ମହାନ୍ତି, ଜ୍ଞାନଦେବ ବେଉରା, ମନୋରଞ୍ଜନ ଦାଶ, ବିଶ୍ୱଜିତ୍‌ ଦାସ, ଚିନ୍ମୟ ସୁନ୍ଦର ଦାସ, ମନୋଜ ମହାପାତ୍ର, ରଜନୀ ମହାନ୍ତି, କହ୍ନେଇ ସେଠୀ, ସୁଚରିତା ମହାନ୍ତି, ରଶ୍ମି ମହାପାତ୍ର, ସ୍ୱାଧୀନବାଳା ଦାସ, ମଧୁମିତା ସେଠୀ, ତରୁଣ ମିଶ୍ର, ଲିଙ୍ଗରାଜୁ ସାହୁ, ପ୍ରତିମା ମଲ୍ଲିକ, ଚୈତାଳୀ ପଟ୍ଟନାୟକ, କୁସୁମ ପ୍ରଧାନ, ଶୁଭଶ୍ରୀ ପଣ୍ଡା, ଶ୍ରୀୟାସ୍ମିତା ପଣ୍ଡା, ପ୍ରକାଶ ମିଶ୍ର, ଦୀପକ ମହାପାତ୍ର, ସତ୍ୟସ୍ମିତ ମହାନ୍ତି, ସୁଭାଷ ଚନ୍ଦ୍ର ପ୍ରଧାନ, ମାନସ ମଲ୍ଲିକ, କୈଳାସ ସାହୁ, ଦେଓ ପ୍ରସାଦ, ପ୍ରଶାନ୍ତ ଶତପଥି, ରାଜକିଶୋର ସାହୁ, ମନୋରଞ୍ଜନ ରାଉତ, ଆତ୍ମାରାମ ପତି, ମହମ୍ମଦ ନାସୀର, ମହମ୍ମଦ ତକଉନ, ମଂଟୁ ମଲ୍ଲିକ, ଅଂଶଗ୍ରହଣ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବାରଖମାରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ନେଇ ପଞ୍ଚାୟତ ବାସୀଙ୍କ ବିରୋଧ

ବାରଖମାରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ନେଇ ପଞ୍ଚାୟତ ବାସୀଙ୍କ ବିରୋଧ

April 30, 2026
ସାମ୍ବାଦିକଙ୍କୁ ସୁରକ୍ଷା ଓ ସହାୟତା ଦାବି ନେଇ ତାତିଲେ ସାମ୍ବାଦିକ: ୬ ଦଫା ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ

ସାମ୍ବାଦିକଙ୍କୁ ସୁରକ୍ଷା ଓ ସହାୟତା ଦାବି ନେଇ ତାତିଲେ ସାମ୍ବାଦିକ: ୬ ଦଫା ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ

April 30, 2026
ଆଇପିଏଲ ବେଟିଂ ରାକେଟ ୪ ଗିରଫ ୫୭ ଲକ୍ଷ ଟଙ୍କା ଜବତ

ଆଇପିଏଲ ବେଟିଂ ରାକେଟ ୪ ଗିରଫ ୫୭ ଲକ୍ଷ ଟଙ୍କା ଜବତ

April 30, 2026
ସ୍ବଚ୍ଛ ପୁରୀ ଗର୍ବ ଆମରି ବଳଗଣ୍ଡି ଛକରେ ଅଳିଆ ପାହଡ

ସ୍ବଚ୍ଛ ପୁରୀ ଗର୍ବ ଆମରି ବଳଗଣ୍ଡି ଛକରେ ଅଳିଆ ପାହଡ

April 30, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବାରଖମାରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ନେଇ ପଞ୍ଚାୟତ ବାସୀଙ୍କ ବିରୋଧ

ବାରଖମାରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ନେଇ ପଞ୍ଚାୟତ ବାସୀଙ୍କ ବିରୋଧ

April 30, 2026
ସାମ୍ବାଦିକଙ୍କୁ ସୁରକ୍ଷା ଓ ସହାୟତା ଦାବି ନେଇ ତାତିଲେ ସାମ୍ବାଦିକ: ୬ ଦଫା ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ

ସାମ୍ବାଦିକଙ୍କୁ ସୁରକ୍ଷା ଓ ସହାୟତା ଦାବି ନେଇ ତାତିଲେ ସାମ୍ବାଦିକ: ୬ ଦଫା ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ

April 30, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version