No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୫ ଅପ୍ରେଲ ରବିବାର )ପାରଳାଖେମୁଣ୍ଡି :- ମହାମାରୀ କୋରୋନା ର ଦ୍ଵିତୀୟ ଲହରୀ ସମଗ୍ର ଦେଶ ତଥା ଆମ ରାଜ୍ୟକୁ ତାର କାୟା ବିସ୍ତାର କରି ଚାଲିଛି । ଏହାକୁ ମୁକାବିଲା ପାଇଁ ରାଜ୍ୟ ସରକାର ଙ୍କ ଦ୍ଵାରା ରାଜ୍ୟରେ ନାଇଟ କର୍ଫ୍ୟୁ ଓ ସପ୍ତା ହନ୍ତ ସଟ୍ ଡାଉନ୍ ର ନିର୍ଦ୍ଦେଶ ଦିଆଯାଇଛି । ଚଳିତ ବର୍ଷର ପ୍ରଥମ ସପ୍ତା ହନ୍ତ ସଟ୍ ଡାଉନ୍ ର ପ୍ରଭାବ ସମଗ୍ର ରାଜ୍ୟ ର ସହରାଞ୍ଚଳ ରେ ଦେଖିବାକୁ ମିଳୁଛି । ଏଥିରୁ ବାଦ୍ ପଡ଼ିନି ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସହର । ସହରରେ କେବଳ ଔଷଧ ଦୋକାନ ଛାଡି ବଜାର ,

ସବୁ ଦୋକାନ ବନ୍ଦ ଥିବା ବେଳେ ଏହାକୁ ସଂଲଗ୍ନ ଗ୍ରାମାଞ୍ଚଳ ରେ ଦେଖିବାକୁ ମିଳୁଛି ସ୍ଵତ୍ତ ପୃତ ଭାବେ ବନ୍ଦ କାର୍ଯ୍ୟକାରୀ । ଏଥିରୁ ଜଣାପଡିଛି ସାଧାରଣ ଜନତା ଏଥି ପ୍ରତି ବହୁ ଯତ୍ନବାନ୍ । ପୋଲିସ୍ ପକ୍ଷରୁ ବିଭିନ୍ନ ଛକ ଠାରେ ତନ ତନ କରି ଚେକିଙ୍ଗକୁ କଡା କଡ଼ି କରାଯାଇଛି ଯେଉଁ ମାନେ ଜରୁରୀ କାମ ରେ ଯାଉଛନ୍ତି ସେମାନେ ନିଜର ପରିଚୟ ପତ୍ର ଦେଖାଉଛନ୍ତି ସେମାନଙ୍କୁ ଛାଡ଼ିବା ସହିତ ଅମାନିଆ ଙ୍କ ଠାରୁ ଜୋରିମାନା ଆଦାୟ କରାଯାଉଛି । ଏହା ସହିତ ବିଭିନ୍ନ ନିର୍ମାଣ ତଥା ଘରୋଇ ନିର୍ମାଣ କାର୍ଯ୍ୟ ଜାରିରହିଛି । ବିନା କୌଣସି ଜରୁରୀ କାର୍ଯ୍ୟ ନ ଥିଲେ ଘରୁ ନ ବାହାରିବା ପାଇଁ ପୋଲିସ୍ କର୍ମ ଚାରି ପକ୍ଷୀୟ ରୁ ନିବେଦନ କରାଯାଇଛି l (ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result