No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୫ ଅପ୍ରେଲ ରବିବାର ) ଭୁବନେଶ୍ୱର :- ରାଜ୍ୟବାସୀଙ୍କୁ ମାଗଣା ଟିକା ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବଡ଼ ଘୋଷଣା କରିଥିବାରୁ ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ତଥା ବିଜେଡି ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ସଞ୍ଜୟ କୁମାର ଦାସବର୍ମା ଧନ୍ୟବାଦ ଏବଂ କୃତଜ୍ଞତା ଜଣାଇଛନ୍ତି । କୋଭିଡ୍ର କଠିନ ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ପାଇଁ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିବାରୁ ୨ କୋଟି ଜନସାଧାରଣ ଉପକୃତ ହେବେ ।
ମାଗଣା ଟିକା ପାଇଁ ନିଜସ୍ୱ ବଜେଟ୍ରୁ ରାଜ୍ୟ ସରକାର ୨ ହଜାର କୋଟି ଟଙ୍କା ଖର୍ଚ୍ଚ ବହନ କରିବେ । ଶ୍ରୀ ଦାସବର୍ମା କହିଛନ୍ତି, ବିଭିନ୍ନ ରାଜ୍ୟରେ ଅକ୍ସିଜେନ୍ ଅଭାବରୁ ବହୁ ରୋଗୀ ପ୍ରାଣ ହରାଉଥିବାବେଳେ ଓଡ଼ିଶା ସହାୟତାର ହାତ ବଢ଼ାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ୬ଟି ରାଜ୍ୟକୁ ଓଡ଼ିଶା ଅମ୍ଲଜାନ୍ ପଠାଇ ନୂଆ ଉଦାହରଣ ସୃଷ୍ଟି କରିଛି । ଓଡ଼ିଶାରେ କୋଭିଡ୍ ସ୍ଥିତି ଅନ୍ୟ ରାଜ୍ୟ ତୁଳନାରେ ଭଲ ଅଛି । ଓଡ଼ିଶାରେ ଅକ୍ସିଜେନ୍ର ମଧ୍ୟ ଅଭାବ ହୋଇନାହିଁ ।
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଜ୍ୟରେ କୋଭିଡ୍ ପରିଚାଳନା ଜାରି ରହିଛି । ଆଗକୁ ଏହି କଠିନ ସ୍ଥିତିର ମୁକାବିଲା କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଗୋଷ୍ଠୀ ଓ ସମାଜର ପ୍ରତ୍ୟେକ ବର୍ଗଙ୍କର ସହଯୋଗ କାମନା କରିଛନ୍ତି । ଏହାକୁ ଅନୁପାଳନ କରିବା ପାଇଁ ଆମେ ସମସ୍ତେ ସଂକଳ୍ପବଦ୍ଧ ହେବା ।
No Result
View All Result