No Result
View All Result
ଓଡିଶା ତାଜା ନ୍ୟୁଜ ( ୨୫ ଏପ୍ରିଲ ରବିବାର ) ବରଗଡ଼ :- ବରଗଡ଼ ସହରରେ ଦୀର୍ଘ ଦିନ ଧରି ଶବ ସତ୍କାର କରିବା ପାଇଁ ହେଉଥିବା କାଠ ସମସ୍ୟା ବିଷୟରେ ସୋସିଆଲ ମିଡ଼ିଆରେ ସଂକଲ୍ପ ପରିବାର ତରଫରୁ ଉପସ୍ଥାପନ କରାଯାଇଥିଲା । ପ୍ରକୃତରେ କାଠ ସମସ୍ୟା ହେଉଥିବା ଖବର ପାଇଁ ଦେବଦୂତ ସାଜିଲା ଲାୟନ୍ସ କ୍ଳବ ଥୁଆପଲି । ଆଜି ସକାଳ ଭୋର ପାଞ୍ଚଟାରୁ ନିଜସ୍ୱ ଖର୍ଚରେ ଏକ ୧୦ ଚକିଆ ଗାଡ଼ିରେ ଫୁଲ ଗୋଟେ ଗାଡି ଜାଳେଣି କାଠ ନେଇ ବରଗଡ଼ ପହଞ୍ଚିଲେ ଲାୟନ୍ସ କ୍ଳବ ସଦସ୍ୟ ଶ୍ରୀ ସୁନୀଲ ବାଙ୍କା, ଶ୍ରୀ ସୁଶୀଲ କେଡ଼ିଆ ଓ ଶ୍ରୀ ହିମାଂଶୁ ହୋତା ।

ଏ ମହାମାରୀ ସମୟରେ ବରଗଡ଼ ସହରରେ ହେଉଥିବା ସମସ୍ୟାକୁ ନିଜର ସମସ୍ୟା ଭାବି ଥୁଆପାଲିରୁ ବରଗଡକୁ ସାହାଯ୍ୟର ହାତ ବଢାଇଥିବା ଏ ସହୃଦୟ ବ୍ୟକ୍ତିବିଶେଷଙ୍କୁ ସଂକଲ୍ପ ପରିବାର ତରଫରୁ ବହୁତ ବହୁତ ଧନ୍ୟବାଦ । ଏହିପରି କିଛି ଲୋକଙ୍କ ପାଇଁ ଆଜି ଭାରତ ବର୍ଷ ଗର୍ବିତ । ଆଜି ଏଇ ଭଳିଆ କିଛି ଲୋକଙ୍କ ପାଇଁ ଆମେ କୋଭିଡ ଜନିତ ସମସ୍ୟା କୁ କିଛି ମାତ୍ରାରେ ମୁକାବିଲା କରିପାରୁଛୁ ନଚେତ ପରିସ୍ଥିତି ଆହୁରି ବିଗିଡି ସାରନ୍ତା ଲାୟନ୍ସ ସୁନୀଲ ବାଙ୍କା ନିଜେ ସାହାଯ୍ୟର ହାତ ବଢ଼ାଇ ଏ ମହାମାରୀ ସମୟରେ ଅନ୍ୟକୁ ମଧ୍ୟ ସମସ୍ୟାର ସମାଧାନ କରିବା ପାଇଁ ନିବେଦନ କରିଛନ୍ତି ।

ଆଜି ଲାୟନ୍ସ କ୍ଳବ ଥୁଆପଲି ଠୁ ଆସିଥିବା କାଠ ସଙ୍ଗେ ସଙ୍ଗେ ଜଣେ ଅସହାୟଙ୍କ ଶବ ସତ୍କାର କରିବାରେ ସାହାଯ୍ୟ କରିଥିଲା । ଗତ କାଲି ସନ୍ଧ୍ୟା ୭ଟାରୁ ମୃତ୍ୟୁ ବରଣ କରିଥିବା ବରଗଡ଼ ଵାଲାଜୀ ସିଟି ନିବାସୀ ଲଛମନ ଅଗ୍ରୱାଲ (୩୮) ଶବ ସତ୍କାର କରାଯାଇଥିଲା ।(ରିପୋର୍ଟ – ନିରୋଜ କୁମାର ପାଣୀ)
No Result
View All Result