
ଯାଜପୁର (ଓଡିଶା ତାଜା ନିଉଜ ) ଯାଜପୁର 28/02/20:- ଯାଜପୁର ଟାଉନ ବିକାଶ ର ମଙ୍ଗ ଧରିଥିବା ନବୀନ ସରକାରଙ୍କର ଟାଣୁଆ ସଂଗଠକ ଯୁବନେତା ବିଧାୟକ ପ୍ରଣବ ପ୍ରକାଶ ଦାସ ଗରିବ ଖଟିଖିଆଙ୍କ ମୁହଁ ରେ ହସ ଫୁଟାଇବା ପାଇଁ ସଂକଳ୍ପ ନେଇ ଆବାସ ଯୋଜନା ପାଇଲଟ ପ୍ରୋଜେକ୍ଟ ର ଚତୁର୍ଥ ପର୍ଯ୍ୟାୟରେ ଯାଜପୁର ପୌରପାଳିକା ର ୯ ୭ ଜଣ ଗରିବ ପରିବାରକୁ ଆବାସ ଗୃହ କାର୍ଯ୍ୟାଦେଶ ବଣ୍ଟନ କରିଚନ୍ତି, ଏଥିସହ ଆସନ୍ତା ବର୍ଷକ ମଧ୍ୟରେ ଆଉ ସମସ୍ତ ଗରିବ ପରିବାରଙ୍କୁ ଚିନ୍ହଟ କରାଯାଇ ଏହି ଗୃହ ଯୋଗାଇଦିଆଯିବ ବୋଲି ବବି କହିଚନ୍ତି,

ସ୍ଥାନୀୟ ଗୌତ୍ତମ ବୁଦ୍ଧ ସଂସ୍କୃତି ଭବନରେ ଯାଜପୁର ପୌରପାଳିକା ନିର୍ବାହୀ ଅଧିକାରୀ ଅଯୟ କୁମାର ମହାନ୍ତି ଙ୍କ ପୌରହିତ୍ୟରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟ ଅତିଥିଭାବେ ବିଧାୟକ ଶ୍ରୀ ଦାସ, ଭାରପ୍ରାପ୍ତ ଜିଲ୍ଲାପାଳ ଇନ୍ଦ୍ରମଣି ନାୟକ, ପୌରପାଳିକା ଓ ଏସ ଡ଼ି ସୁଦର୍ଶନ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଉ ଏହି ସଭାରେ ଯାଜପୁର ଟାଉନ ର କିପରି ଆହୁରି ବିକାଶ କରାଯାଇପାରିବ ସେଥିନେଇ ଆଲୋଚନା କରିଥିଲେ, ଏଥିରେ ପୌରପାଳିକା ଅଧୀନରେ ଥିବା ୯ ୭ ଜଣ ଗରିବକୁ ଆବାସ କାର୍ଯ୍ୟାଦେଶ ବଣ୍ଟନ ସହ ୧୮ ଗୋଟି ୱାର୍ଡ ର 380 ମହିଳା ଏସଏଚ ଜି ମଧ୍ୟରୁ ପୌରାଞ୍ଚଳର 120 ଗୋଷ୍ଠୀକୁ ଘୁର୍ନିୟମାନ ସହାୟତା ପାଣ୍ଠି ଯୋଗାଇଦିଆଯାଇଛି,
ଏଥିସହ ମାର୍ଚ୍ଚ 31ମଧ୍ୟରେ ଏହି ୱାର୍ଡ ରେ ମଆ ସଙ୍ଘ ଗଠନ କରାଯାଇ ପ୍ରତି ସଙ୍ଘ କୁ ୧0 ଲକ୍ଷ ଟଙ୍କା ସହାୟତା ରାଶି ଯଇଗାଇଦିଆଯିବ ବୋଲି କହିଥଲେ, ତତସହିତ ନବୀନ ସରକାର ଗରିବ ଙ୍କ ସରକାର ନବୀନ ବାବୁଙ୍କ ପାଇଁ ଯାଜପୁର ଜିଲ୍ଲାରେ ସବୁକ୍ଷେତ୍ରରେ ପ୍ରତ୍ୟେକ ବର୍ଗରେ ସମସ୍ତଙ୍କୁ ସାହାଯ୍ୟ ସହଯୋଗ କରାଯିବା ସମ୍ଭବ ହେଇଚି, ଯାଜପୁର ପୌରାଞ୍ଚଳ ର ବିକାଶ ନବୀନ ସରକାରଙ୍କ ମୂଳ ଲକ୍ଷ ବୋଲି କହିବ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଯୋଗୁ ଯାଜପୁର ରେ ଆଜି ବିକାଶ ସମ୍ଭବ ହେଇପାରିଛି ବୋଲି କହିଥିଲେ ,ଏଥିସହ ପୌରାଞ୍ଚଳର ଗରିବ ହିତାଧିକାରୀଙ୍କୁ ଚାରିଟି ପର୍ଯ୍ୟାୟରେ 2546 ଜଣକୁ ଆବାସ ଗୃହ ବଣ୍ଟନ କରାଯାଇଥିବା ଜଣା ଯାଇଛି ଅଭିଭକ୍ତ କଟକରୁ – ଲଷ୍ମୀଧର ଖୁଣ୍ଟିଆ ଙ୍କ ରିପୋର୍ଟ















