• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ମାର୍ଗଦର୍ଶିକାକୁ କଡ଼ାକଡ଼ି ଅନୁପାଳନ କରିବା ପାଇଁ ଯୋଗାଣ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ନିର୍ଦ୍ଦେଶ

Proprietor Abhimanyu Maharana by Proprietor Abhimanyu Maharana
April 24, 2021
in ଓଡ଼ିଶା, କଟକ, ଦେଶ, ମହାନଗର, ହୋମ୍
0
ମାର୍ଗଦର୍ଶିକାକୁ କଡ଼ାକଡ଼ି ଅନୁପାଳନ କରିବା ପାଇଁ ଯୋଗାଣ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ନିର୍ଦ୍ଦେଶ
Share on FacebookShare on TwitterWhatsapp

ମଇ ପ୍ରଥମ ସପ୍ତାହରୁ ରବି ଧାନ ସଂଗ୍ରହ ପାଇଁ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି ଉନ୍ନତ ବୈଷୟିକ ଜ୍ଞାନକୌଶଳର ବ୍ୟବହାର କରି ରବିଧାନ ସଂଗ୍ରହକୁ ଅଧିକ ସ୍ୱଚ୍ଛ ଓ ଉତ୍ତରଦାୟୀ କରାଯିବ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଅଗ୍ରାଧିକାର 

ଓଡିଶା ତାଜା ନିୟୁଜ ( ୨୪ ଏପ୍ରିଲ ଶନିବାର ) ଭୁବନେଶ୍ୱର :- ଉନ୍ନତ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ ଦ୍ୱାରା ରବିଧାନ ସଂଗ୍ରହକୁ ଅଧିକ ସ୍ୱଚ୍ଛ ଓ ଉତ୍ତରଦାୟୀ କରିବା ପାଇଁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ଟେକ୍‌ନୋଲୋଜିର ଉପଯୋଗ କରି ଅଧିକରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କଠାରୁ କିପରି ଅଧିକ ରବିଧାନ ସଂଗ୍ରହ କରାଯାଇପାରିବ ସେ ଦିଗରେ ଅଗ୍ରାଧିକାର ପ୍ରଦାନ କରାଯାଇଛି । ସେହିପରି ପ୍ରଥମେ ମଣ୍ଡିକୁ ଧାନ ନେଇ ଆସିଥିବା ପଂଜୀକୃତ ଚାଷୀଙ୍କଠାରୁ ପ୍ରଥମେ ଧାନ କିଣିବା ସୁନିଶ୍ଚିତ କରିବା ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହି ମର୍ମରେ ରାଜ୍ୟର ୧୭ଟି ଜିଲ୍ଲାରେ ମଇ ମାସ ପ୍ରଥମ ସପ୍ତାହରୁ ଆରମ୍ଭ ହେଉଥିବା ଚଳିତ ରବିଧାନ ସଂଗ୍ରହ କାର୍ଯ୍ୟକୁ ସୁବ୍ୟବସ୍ଥିତ କରିବା ପାଇଁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ବିସ୍ତୃତ ମାର୍ଗଦର୍ଶିକା ଜାରି କରାଯାଇଛି ।

ଏଥି ସହ ଅନ୍‌ଲାଇନ୍‌ରେ ପଂଜୀକୃତ ଚାଷୀଙ୍କଠାରୁ ଧାନକ୍ରୟ ନିମନ୍ତେ ଆଗୁଆ ଏସ୍‌ଏମ୍‌ଏସ୍‌ ସୂଚନା ପ୍ରଦାନ ଏବଂ ଏହାର ସମୟସୀମା ବୈଧତା ସଂପର୍କରେ ବିବରଣୀ ପ୍ରଦାନ କରାଯାଇଛି । ମାର୍ଗଦର୍ଶିକାଗୁଡ଼ିକୁ କଡ଼ାକଡ଼ି ଭାବେ ଅନୁପାଳନ କରି ରବିଧାନ ସଂଗ୍ରହରେ ସଂପୂର୍ଣ୍ଣ ସ୍ୱଚ୍ଛତା ବଜାୟ ରଖିବା ପାଇଁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତ୍ୟେକ ସୋସାଇଟିରେ ସେହି ସୋସାଇଟିର ପଂଜୀକୃତ ଓ ଯାଞ୍ଚ ହୋଇଥିବା ଚାଷୀଙ୍କଠାରୁ ଅନ୍‌ଲାଇନ୍‌ରେ ପି-ପାସ୍‌ ଓ ଆଗୁଆ ଟୋକେନ ପ୍ରଦାନ ମାଧ୍ୟମରେ ଧାନସଂଗ୍ରହ କରାଯିବ । ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀ ଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ ସୋସାଇଟି ନିମନ୍ତେ କଷ୍ଟମ ମିଲରମାନଙ୍କୁ ନିୟୋଜିତ କରିବେ । କଷ୍ଟମ ମିଲରମାନେ ସଂଯୁକ୍ତ ହୋଇଥିବା ସୋସାଇଟିରୁ କେତେ ପରିମାଣର ଧାନ ଉଠାଣ କରିପାରିବେ ସେ ସଂପର୍କରେ ଜିଲ୍ଲା ଯୋଗାଣ ଅଧିକାରୀମାନେ ଲକ୍ଷ୍ୟ ଧାର୍ଯ୍ୟ କରିବେ ।

ଏଥି ସହିତ ଜିଲ୍ଲାସ୍ତରୀୟ ଧାନସଂଗ୍ରହ କମିଟିର ନିଷ୍ପତ୍ତି ଅନୁସାରେ ଧାନସଂଗ୍ରହ ଦିନ କେନ୍ଦ୍ରରେ ଚାଷୀମାନଙ୍କ ପାଇଁ ଧାନ ବିକି୍ରର ସର୍ବୋଚ୍ଚ ସୀମା ଓ ମଣ୍ଡିର ଧାର୍ଯ୍ୟ ଲକ୍ଷ୍ୟ ସଂପର୍କରେ ଅନ୍‌ଲାଇନ୍‌ ମାଧ୍ୟମରେ ସୂଚୀତ କରାଯିବ । ଜିଲ୍ଲାସ୍ତରରେ ପ୍ରତ୍ୟେକ ଧାନସଂଗ୍ରହ କେନ୍ଦ୍ରରେ ସପ୍ତାହର କେଉଁ କେଉଁ ଦିବସରେ ଧାନସଂଗ୍ରହ କରାଯିବ ସେ ସଂପର୍କରେ ସୂଚନା ପ୍ରଦାନ କରାଯିବ । ଜିଲ୍ଲାସ୍ତରରେ ଉପରୋକ୍ତ କାର୍ଯ୍ୟ ସମାପନ ପରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଅନ୍‌ଲାଇନ୍‌ ମାଧ୍ୟମରେ ପଂଜୀକୃତ ଚାଷୀମାନଙ୍କ ନିକଟକୁ ଧାନସଂଗ୍ରହ ବାବଦରେ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ସୂଚନା ପ୍ରଦାନ କରାଯିବ । ଏସ୍‌ଏମ୍‌ଏସ୍‌ ପଂଜୀକୃତ ଚାଷୀଙ୍କ ମୋବାଇଲ୍‌ ଫୋନକୁ ଓଡ଼ିଆରେ ପ୍ରେରଣ କରାଯିବ ।

ଏଥିରେ ଚାଷୀମାନେ କେଉଁ ଦିନ କେତେ ପରିମାଣର ଧାନ ନିର୍ଦ୍ଧାରିତ ଧାନସଂଗ୍ରହ କେନ୍ଦ୍ରକୁ ଆଣିବେ ସେ ସଂପର୍କରେ ସୂଚୀତ କରାଯାଇଥିବ ା ୭ ଦିନ ପୂର୍ବରୁ ଏହି ଏସ୍‌ଏମ୍‌ଏସ୍‌ ବାର୍ତ୍ତା ଚାଷୀଙ୍କ ନିକଟକୁ ପ୍ରେରଣ କରାଯିବ । ଏଥି ସହିତ ଚାଷୀମାନଙ୍କୁ ଏସ୍‌ଏମ୍‌ଏସ୍‌ ପଠାଯାଇଥିବା ସଂପର୍କରେ ସୋସାଇଟିମାନଙ୍କୁ ମଧ୍ୟ ସୂଚୀତ କରାଯିବ ଯେପରିକି ସେମାନେ ସଂପୃକ୍ତ ଚାଷୀମାନଙ୍କୁ ଏ ସଂପର୍କରେ ଆଗୁଆ ସୂଚନା ପ୍ରଦାନ କରିପାରିବେ । ଏହି ବ୍ୟବସ୍ଥାରେ ଅଧିକରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କୁ ସେମାନଙ୍କର ବଳକା ଧାନ ବିକି୍ର ନିମନ୍ତେ ଅଗ୍ରାଧିକାର ଦିଆଯିବ । ୭୦ ପ୍ରତିଶତ ଏସ୍‌ଏମ୍‌ଏସ୍‌ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ପ୍ରେରଣ କରାଯିବ ଏବଂ ମଧ୍ୟମ ଓ ବୃହତ୍‌ ଚାଷୀମାନଙ୍କୁ ୩୦ ପ୍ରତିଶତ ଏସ୍‌ଏମ୍‌ଏସ୍‌ ପଠାଯିବା ପାଇଁ ବ୍ୟବସ୍ଥା କରାଯାଇଛି ।

ରବିଧାନ ସଂଗ୍ରହ ନିମନ୍ତେ ଏସ୍‌ଏମ୍‌ଏସ୍‌ର ୧୫ ଦିନ ପର୍ଯ୍ୟନ୍ତ ବୈଧତା ରହିବ । ଯଦି ଚାଷୀ ଏସ୍‌ଏମ୍‌ଏସ୍‌ ପାଇବାର ୭ ଦିନ ମଧ୍ୟରେ ମଣ୍ଡିକୁ ଧାନ ନ ଆଣିଲେ, ତେବେ ତାକୁ ପରବର୍ତ୍ତୀ ୫ ଦିନ ମଧ୍ୟରେ ମଣ୍ଡିକୁ ଧାନ ଆଣିବା ପାଇଁ ମୋବାଇଲ୍‌ରେ ଆଉ ଏକ ମେସେଜ୍‌ ପଠାଯିବ । ଏହି ବ୍ୟବସ୍ଥାରେ ଧାନସଂଗ୍ରହ କରୁଥିବା ସୋସାଇଟିମାନେ ପ୍ରତିଦିନର ଧାନସଂଗ୍ରହର ପରିମାଣ ଓ ଏସ୍‌ଏମ୍‌ଏସ୍‌ ବାର୍ତ୍ତା ଅନୁସାରେ ଧାନ ବିକି୍ର କରିଥିବା ଚାଷୀଙ୍କ ତଥ୍ୟ ଅନ୍‌ଲାଇନ୍‌ରେ ପ୍ରଦାନ କରିବେ । ଏହା ଦ୍ୱାରା ଅସାଧୁ ବ୍ୟକ୍ତିଙ୍କ ଦ୍ୱାରା ମଣ୍ଡିକୁ ଅନଧିକୃତ ଧାନ ଆଣିବା ଉପରେ ନଜର ରଖାଯାଇପାରିବ ବୋଲି ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
SIR କାର୍ଯ୍ୟକ୍ରମକୁ ସଫଳ କରିବାକୁ କଣ୍ଟାବାଞ୍ଜି ବିଜେଡିର ବୁଥ୍ ଏଜେଣ୍ଟ ପ୍ରଶିକ୍ଷଣ

SIR କାର୍ଯ୍ୟକ୍ରମକୁ ସଫଳ କରିବାକୁ କଣ୍ଟାବାଞ୍ଜି ବିଜେଡିର ବୁଥ୍ ଏଜେଣ୍ଟ ପ୍ରଶିକ୍ଷଣ

June 27, 2026
ମହାଦେବଙ୍କ ଧାମରେ ବେଦମନ୍ତ୍ର ଧ୍ୱନିରେ ବିବାହ : ବେଣୁଧରଙ୍କ ନୂଆ ଜୀବନ ଆରମ୍ଭ

ମହାଦେବଙ୍କ ଧାମରେ ବେଦମନ୍ତ୍ର ଧ୍ୱନିରେ ବିବାହ : ବେଣୁଧରଙ୍କ ନୂଆ ଜୀବନ ଆରମ୍ଭ

June 27, 2026
ବଙ୍ଗୋମୁଣ୍ଡାରେ ବଲାଙ୍ଗିର ଜିଲ୍ଲା ଲେଖକ ପରିଷଦ ମହାସମାବେଶ ଅନୁଷ୍ଠିତ

ବଙ୍ଗୋମୁଣ୍ଡାରେ ବଲାଙ୍ଗିର ଜିଲ୍ଲା ଲେଖକ ପରିଷଦ ମହାସମାବେଶ ଅନୁଷ୍ଠିତ

June 27, 2026
ତୁରେକେଲାରେ ପିତାମାତାଙ୍କୁ ଆକ୍ରମଣ : ଅଭିଯୁକ୍ତ ପୁଅକୁ ଜେଲ

ତୁରେକେଲାରେ ପିତାମାତାଙ୍କୁ ଆକ୍ରମଣ : ଅଭିଯୁକ୍ତ ପୁଅକୁ ଜେଲ

June 27, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

SIR କାର୍ଯ୍ୟକ୍ରମକୁ ସଫଳ କରିବାକୁ କଣ୍ଟାବାଞ୍ଜି ବିଜେଡିର ବୁଥ୍ ଏଜେଣ୍ଟ ପ୍ରଶିକ୍ଷଣ

SIR କାର୍ଯ୍ୟକ୍ରମକୁ ସଫଳ କରିବାକୁ କଣ୍ଟାବାଞ୍ଜି ବିଜେଡିର ବୁଥ୍ ଏଜେଣ୍ଟ ପ୍ରଶିକ୍ଷଣ

June 27, 2026
ମହାଦେବଙ୍କ ଧାମରେ ବେଦମନ୍ତ୍ର ଧ୍ୱନିରେ ବିବାହ : ବେଣୁଧରଙ୍କ ନୂଆ ଜୀବନ ଆରମ୍ଭ

ମହାଦେବଙ୍କ ଧାମରେ ବେଦମନ୍ତ୍ର ଧ୍ୱନିରେ ବିବାହ : ବେଣୁଧରଙ୍କ ନୂଆ ଜୀବନ ଆରମ୍ଭ

June 27, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version