No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୨୨ ଏପ୍ରିଲ ୨୦୨୧, ଗୁରୁବାର) ଭୁବନେଶ୍ୱର :- ବୁଧବାର ରାଜ୍ୟର ୬ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ ଅତିକ୍ରମ କରିଥିଲା । ବୌଦ୍ଧରେ ସର୍ବୋଚ୍ଚ ତାପମାତ୍ରା ୪୨ ଡିଗ୍ରୀ ଛୁଇଁଥିଲା । ତେବେ ରାଜ୍ୟରେ ଗରମ ବିଶେଷ କମିବ ନାହିଁ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ଆସନ୍ତା ୪ଦିନ ଭିତରେ ତାପମାତ୍ରା ବିଶେଷ ବଦଳିବା ସମ୍ଭାବନା କମ୍ ରହିଛି ।
ରାଜ୍ୟରେ ବୁଧବାର ବୌଦ୍ଧ ପରେ ଅନୁଗୁଳର ତାପମାତ୍ରା ୪୧.୭ ଡିଗ୍ରୀ ଥିବାବେଳେ ସୋନପୁର ୪୧, ଟିଟିଲାଗଡ଼ ୪୦, ବାରିପଦା ୪୦, ତାଳଚେର ୪୦.୧, ଝାରସୁଗୁଡ଼ା ୩୯.୪, ଭୁବନେଶ୍ୱର ୩୯.୨, ସମ୍ବଲପୁର ୩୯.୩, ବଲାଙ୍ଗିର ୩୯.୬, ନୟାଗଡ଼ ୩୯.୫ ଡିଗ୍ରୀ ତାତିରେ ସିଝିଥିଲା । ବୁଧବାର ଦିନ ଭିତରେ କୌଣସି ସ୍ଥାନରେ କାଳବୈଶାଖୀ ବର୍ଷା ହୋଇନଥିବା ଦେଖିବାକୁ ମିଳିଛି ।
ପାଣିପାଗ ବିଭାଗର ପୂର୍ବାନୁମାନ ହେଲା, ଗୁରୁବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୁଳ, କନ୍ଧମାଳ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ । କେତେକ ଜାଗାରେ ବଜ୍ରପାତ ଓ ଧୂଳିଝଡ଼ ଆଶଙ୍କା ଅଛି । ପବନର ବେଗ ଘଣ୍ଟା ପ୍ରତି ୩୦ରୁ ୪୦ କିମି ରହିପାରେ ବୋଲି କହିଛି ପାଣିପାଗ ବିଭାଗ । (ଲାଲା ଅନନ୍ତ କୁମାର ସିଂହ )
No Result
View All Result