No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୨୦ ଏପ୍ରିଲ , ମଙ୍ଗଳବାର ) ପାରଳାଖେମୁଣ୍ଡି :- ସ୍ଥାନୀୟ ଜନସାଧାରଣଙ୍କ ଉଦ୍ୟମରେ ୧୯୯୩ ମସିହାରେ ମୋହନା ଠାରେ ପ୍ରତିଷ୍ଠିତ ଗଜପତି ଜିଲ୍ଲାର ଏକମାତ୍ର ଦିବ୍ୟାଙ୍ଗ ବିଦ୍ୟାଳୟ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟରେ ଦୀର୍ଘ ବର୍ଷ ଧରି କାର୍ଯ୍ୟରତ ଥିବା ୧୦ ଜଣ କର୍ମଚାରୀଙ୍କୁ କରୋନା ସମୟରେ ପ୍ରାୟ ଦୁଇ ବର୍ଷର ପାଉଣା ନ ଦେଇ ବିଦ୍ୟାଳୟର ସମ୍ପାଦକ ଦଣ୍ଡାସି ସାହୁ ଅନ୍ୟାୟ ଓ ସ୍ଵେଚ୍ଛାଚାରୀ ଭାବେ କାର୍ଯ୍ୟରୁ ବହିଷ୍କୃତ କରିଥିବାରୁ ଉକ୍ତ କର୍ମଚାରୀମାନେ ସମସ୍ୟାକୁ ସମାଧାନ କରିବା ପାଇଁ ଜିଲ୍ଲା ଶ୍ରମ ଅଧିକାରୀ ସୁବାସ ମଣ୍ଡଳଙ୍କ ଦ୍ଵାରସ୍ଥ ହୋଇଥିଲେ । ବହିଷ୍କୃତ କର୍ମଚାରୀଙ୍କ ଫେରାଦ ଅନୁସାରେ ଶ୍ରମ ଅଧିକାରୀ ସଂପାଦକଙ୍କୁ ଦୁଇଟି ଚିଠି କରିଥିଲେ । ଏହା ସତ୍ତ୍ଵେ ସଂପାଦକ ସାହୁ ଶ୍ରମ ଅଧିକାରୀଙ୍କ ଚିଠିକୁ ହେୟ ମନେକରି କାର୍ଯ୍ୟାଳୟରେ ଉପସ୍ଥିତ ହୋଇ ନଥିଲେ ।
ଯାହାଫଳରେ ଶ୍ରମ ଅଧିକାରୀ ବାଧ୍ଯ ହୋଇ ସଂପାଦକଙ୍କୁ ତୃତୀୟ ଚିଠି ପ୍ରେରଣ କରିଥିଲେ । ଚିଠି ଅନୁସାରେ ୧୯ /୦୪/୨୦୨୧ ଦିବା ୧୧ ଘଣ୍ଟ ସମୟରେ ସଂପାଦକ ଓ ବହିଷ୍କୃତ କର୍ମଚାରୀ ମାନେ ଶ୍ରମ ଅଧିକାରୀଙ୍କ ନିକଟରେ ଉପସ୍ଥିତ ହୋଇଥିଲେ ଅଧିକାରୀ ଶ୍ରୀ ମଣ୍ଡଳ ଉଭୟ ପକ୍ଷଙ୍କୁ ତଦନ୍ତଭୁକ୍ତ କରି ଜାଣିବାକୁ ପାଇଥିଲେ ଦୀର୍ଘ ମାସ ଧରି କର୍ମଚାରୀମାନେ ବକେୟା ପାଉଣା ପାଇ ନ ଥିବା ଅଭିଯୋଗ ସତ୍ୟ ଅଟେ । ସମ୍ପାଦକ ସାଥିରେ ଆଣିଥିବା ଉପସ୍ଥାନ ବହି/କିଛି କମିଟିବୁନ୍ଦଙ୍କ ନକଲି ଦସ୍ତଖତ ସମ୍ବଳୀତ ଚିଠି ଓ ଆକ୍ୟୁଟେନସ୍ ଖାତାକୁ ଶ୍ରମ ଅଧିକାରୀ ଯାଞ୍ଚ କରି ସେଥିରେ କର୍ମଚାରୀ ଓ କମିଟି ସଭ୍ୟଙ୍କ ନକଲି ଦସ୍ତଖତ କରାଯାଇଥିବାର ପ୍ରମାଣ ପାଇଥିଲେ । ଯାହାଫଳରେ ଘଟଣାର ସତ୍ୟତା ପ୍ରକାଶିତ ହୋଇଥିବାରୁ ସମ୍ପାଦକ ସାହୁ ଲଜ୍ଜିତ ଅନୁଭବ କରି ଦେହ ଅସୁସ୍ଥ ହୋଇଥିବାର ବାହାନା ଦେଖାଇ କାର୍ଯ୍ୟାଳୟରୁ ଉଠି ଚାଲିଯାଇଥିଲେ । ଏଭଳି ପରିସ୍ଥିତିରେ ସମସ୍ୟା ସମାଧାନର ରାସ୍ତା ବାହାରିପାରି ନ ଥିବାରୁ କର୍ମଚାରୀମାନେ ଅସନ୍ତୋଷ ବ୍ୟକ୍ତ କରିଥଲେ l ( ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result