No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୨୦ ଏପ୍ରିଲ , ମଙ୍ଗଳବାର ) ପଦ୍ମପୁର :- ବରଗଡ ସାଂସଦ ସୁରେଶ ପୂଝାରୀ ଝାରବନ୍ଧ ବ୍ଲକ ପାଇଁ ବରିଷ୍ଠ ବିଜେପି ନେତା ଶ୍ରୀ ହରିହର ସାହୁଙ୍କୁ ମନୋନୀତ କରିଛନ୍ତି । ଶ୍ରୀ ସାହୁ ଏହା ପୂର୍ବରୁ ଝାରବନ୍ଧ – ୨ ଜୋନ ଜିଲ୍ଲାପରିଷଦ ସଦସ୍ଯ,ଭଣ୍ତାରପୁରୀ ଗ୍ରାମ ପଞ୍ଚାୟତ ସମିତି ସଭ୍ଯ,ବ୍ଳକ ସମିତି ସଂଘ ସଭାପତି ଭାବେ ନିର୍ବାଚିତ ହୋଇ କାମ କରି ସାରିଛନ୍ତି । ବିଭିନ୍ନ ଶିକ୍ଷାନୁଷ୍ଠାନ,ସାମାଜିକ ତଥା ସମବାୟ କ୍ଷେତ୍ରରେ ସୁଚାରୁ ରୂପେ ଦାୟିତ୍ବ ସଂପାଦନ କରି ଆସିଛନ୍ତି । ଡଭା କଲେଜ ପ୍ରତିଷ୍ଠାତା ସଂପାଦକ,କୁଲତା ସମାଜ ସଂପାଦକ,ଡଭା ସେବା ସମବାୟ ରୁ ଦୁଇ ଥର ବୋର୍ଡ ସଭ୍ଯ ଭାବେ ନିର୍ବାଚିତ ହୋଇଥିଲେ । ବିଜେପି ରେ ତୃଣମୂଳ ରୁ ସଂଗଠନ କାମ କରି ଝାରବନ୍ଧ ବ୍ଲକ ସାଧାରଣ ସଂପାଦକ, ସଭାପତି, ବରଗଡ ଜିଲ୍ଲା ସା. ସଂପାଦକ,ଉପ ସଭାପତି,କିଷାନ ମୋର୍ଚ୍ଚା ସାଧାରଣ ସଂପାଦକ, ରାଜ୍ଯ କିଷାନ ମୋର୍ଚ୍ଚା କାର୍ଯ୍ଯ କାରିଣୀ ସଦସ୍ଯ,ଭଟଲି ବିଧାନ ସଭା ପ୍ରଭାରୀ, ଛତିଶଗଡ ବସନା ବିଧାନ ସଭା ପ୍ରଭାରୀ,ବର୍ତ୍ତମାନ ରାଜ୍ୟ ପରିଷଦ ସଦସ୍ଯ ଦାୟିତ୍ବ ନିର୍ବାହ କରୁଛନ୍ତି । ଏହା ପୂର୍ବ ରୁ ପଦ୍ମପୁର ବିଧାନ ସଭାର ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତଙ୍କ ପ୍ରତିନିଧି ଭାବେ ଝାରବନ୍ଧ ବ୍ଲକରେ ଦାୟିତ୍ବ ନିର୍ବାହ କରି ଆସିଛନ୍ତି ।
ଆଜି ତାଙ୍କ ପ୍ରତିକ୍ରିୟାରେ ଶ୍ରୀ ହରିହର ସାହୁ ବରଗଡ ଲୋକ ସଭା ସାଂସଦ ଶ୍ରୀ ସୁରେଶ ପୂଜାରୀ ଓ ପଦ୍ମପୁର ପୂର୍ବତନ ବିଧାୟକ ତଥା ରାଜ୍ଯ କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ପ୍ରଦୀପ ପୁରୋହିତଙ୍କୁ କୃତଜ୍ଞତା ଜ୍ଞାପନ କରି କହିଛନ୍ତି ଯେ,ମୋ ଉପରେ ସାଂସଦ ଆସ୍ଥା ପ୍ରକଟ କରି ଦାୟିତ୍ବ ଦେଇ ଥିବାରୁ ପ୍ରତ୍ୟେକ କାମକୁ ଲୋକାଭିମୁଖି କରି ଜନ ସାଧାରଣ ଙ୍କୁ ସାହାଯ୍ଯ କରିବା ପାଇଁ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଶ୍ରୀ ହରିହର ସାହୁଙ୍କୁ ଝାରବନ୍ଧ ବ୍ଲକ ସାଂସଦ ପ୍ରତିନିଧି ମନୋନୀତ ହେବା ପରେ ଝାରବନ୍ଧ ମଣ୍ତଳ ସଭାପତି ଶ୍ରୀ ମିଳନ ପାଣ୍ତେ,ଜଗଦଲପୁର ମଣ୍ତଳ ସଭାପତି ଶ୍ରୀ ହରେକୃଷ୍ଣ ପଟେଲ,ବରଗଡ ଜିଲ୍ଲା କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ ଶ୍ରୀ ମଦନ ମୋହନ ପଟେଲ,ଝାରବନ୍ଧ ଜିଲ୍ଲା ପରିଷଦ ସଦସ୍ଯା ଶ୍ରୀମତୀ କୁମୁଦିନୀ ସାହୁ,ଝାରବନ୍ଧ ବଣିକ ସଂଘ ସଂପାଦକ ଅଜିତ ସାହୁ,ସାମନ୍ତ ଶେଖର ମୁନା,ଆଇନଜୀବୀ ଶ୍ରୀ ଜୟ କୁମାର ନିଗମ,ଯୁବ ମୋର୍ଚ୍ଚା ସଭାପତି ଶ୍ରୀ ସତ୍ଯମ ପ୍ରଧାନ,ଶ୍ରୀ ବବଲୁ ଭୋଇ,ଶ୍ରୀ ଅକ୍ଷୟ ପ୍ରଧାନ ପ୍ରମୁଖ ଅଭିନନ୍ଦନ ଜଣାଇବା ସହ ଖୁସି ବ୍ଯକ୍ତ କରିଛନ୍ତି । ( ରିପୋର୍ଟ – ନିରୋଜ କୁମାର ପାଣୀ )
No Result
View All Result