No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୨୦ ଏପ୍ରିଲ , ମଙ୍ଗଳବାର ) ପଦ୍ମପୁର :- ପଦ୍ମପୁର ମାନ୍ୟବର ବରଗଡ଼ ଲୋକ ସଭା ସାଂସଦ ସୁରେଶ ପୂଜାରୀ ପଦ୍ମପୁର ବ୍ଳକ ସାଂସଦ ପ୍ରତିନିଧି ପାଇଁ ବରିଷ୍ଠ ବିଜେପି ନେତା ଶ୍ରୀକାନ୍ତ ପାଣିଗ୍ରାହୀଙ୍କୁ ମନୋନୀତ କରିଛନ୍ତି । ଶ୍ରୀ ପାଣିଗ୍ରାହୀ ବିଜେପି ଦଳର ବିଭିନ୍ନ ପଦ ପଦବୀରେ ରହି ତୃଣମୂଳ ସ୍ତରରୁ କାମ କରି ବେଶ ପରିଚୟ ସୃଷ୍ଟି କରିଥିଲେ । ପଦ୍ମପୁର ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତଙ୍କ ପଦ୍ମପୁର ବ୍ଳକ ବିଧାୟକ ପ୍ରତିନିଧି ଭାବରେ ଦକ୍ଷତା ର ସହ କାର୍ଯ୍ୟ ତୁଲାଇଥିଲେ ।
ପାଣିଗ୍ରାହୀ ଜଣେ ଶାନ୍ତ, ଶିଷ୍ଠ ଲୋକ ପ୍ରିୟ ସଂଗଠକ ଭାବରେ ସୁପରିଚିତ । ତାଙ୍କୁ ସାଂସଦ ପ୍ରତିନିଧି ଭାବରେ ମନୋନୀତ ହୋଇଥିବା ରୁ ସାଂସଦ ସୁରେଶ ପୂଜାରୀ ଓ ପଦ୍ମପୁର ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦିପ ପୁରୋହିତଙ୍କୁ ଶ୍ରୀ ପାଣିଗ୍ରାହୀ ଅଭିନନ୍ଦନ ଜଣାଇବା ସହ ପଦ୍ମପୁର ଅଞ୍ଚଳ ର ବିକାଶ ଦିଗରେ କାମ କରିବାକୁ ସଂକଳ୍ପ ବଦ୍ଧ ମତବ୍ୟକ୍ତ କରିଛନ୍ତି । ଶ୍ରୀ ପାଣିଗ୍ରାହୀଙ୍କୁ ପଦ୍ମପୁର ବ୍ଳକ ସାଂସଦ ପ୍ରତିନିଧି ଭାବରେ ମନୋନୀତ କରାଯାଇଥିବା ରୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ ବାର୍ତ୍ତା ଶୁଅ ଛୁଟୁଛି । ( ରିପୋର୍ଟ – ନିରୋଜ କୁମାର ପାଣୀ )
No Result
View All Result