ଓଡ଼ିଶା ତାଜା ନ୍ୟୁଜ୍ (୧୯ ଏପ୍ରିଲ ସୋମବାର ) ଭୁବନେଶ୍ୱର :- ବିଶ୍ୱର ବୃହତ ଅନ୍ଲାଇନ୍ ହେଲଥ୍ ଏବଂ ଫିଟନେସ୍ ବ୍ରାଣ୍ଡ୍ ଫିଟର ପକ୍ଷରୁ ଏହାର ଟ୍ରାନ୍ସଫର ମେଶନ୍ ଚ୍ୟାଲେଞ୍ଜ୍ର ୧୨ତମ ସଂସ୍କରଣର ବିଜେତା ଭାବେ ଓଡ଼ିଶାର ସମ୍ବଲପୁରର ପଙ୍କଜ ମିଶ୍ରଙ୍କୁ ଘୋଷଣା କରାଯାଇଛି । ପଙ୍କଜଙ୍କୁ ୫ ଲକ୍ଷ ଟଙ୍କାର ନଗଦ ପୁରସ୍କାର ସହିତ ହାଇ-ଏଣ୍ଡ୍ ସ୍ମାର୍ଟୱାଚ୍ ପ୍ରଦାନ କରାଯାଇଛି । ଗତବର୍ଷ ପଙ୍କଜ ଟ୍ରାନ୍ସଫରମେଶନ୍ ଚ୍ୟାଲେଞ୍ଜ୍ର ୧୧ତମ ସଂସ୍କରଣରେ ଶ୍ରେଷ୍ଠ ୫ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ସ୍ଥାନ ହାସଲ କରିଥିଲେ । ଚଳିତ ବର୍ଷ ଟ୍ରାନ୍ସଫରମେଶନ୍ ଚ୍ୟାଲେଞ୍ଜ୍ର ୧୨ତମ ସଂସ୍କରଣରେ ମୁମ୍ବାଇର ଡ. ରାଜଶ୍ରୀ ପାଣ୍ଡେ ପ୍ରଥମ ରନର୍ସ ଅପ୍, ପୁଣେର ତୁଷାର ଭାଙ୍ଗେଙ୍କୁ ଦ୍ୱିତୀୟ ରନର୍ସ ଅପ୍ ଘୋଷଣା କରାଯାଇଛି ।
ରାଜଶ୍ରୀଙ୍କୁ ୨ ଲକ୍ଷ ଟଙ୍କା ଏବଂ ତୁଷାରଙ୍କୁ ୧ ଲକ୍ଷ ଟଙ୍କାର ନଗଦ ପୁରସ୍କାର ପ୍ରଦାନ କରାଯାଇଛି । ଉଭୟଙ୍କୁ ହାଇ-ଏଣ୍ଡ୍ ସ୍ମାର୍ଟୱାଚ୍ ମଧ୍ୟ ପ୍ରଦାନ କରାଯାଇଛି । ଏହା ସହିତ ଶ୍ରେଷ୍ଠ ୧୦ ଜଣ ପ୍ର୍ତିଯୋଗୀଙ୍କୁ ହାଇ-ଏଣ୍ଡ୍ ସ୍ପୋର୍ଟସ୍ ଶୁଜ୍ ପ୍ରଦାନ କରାଯାଇଥିବାବେଳେ ଶ୍ରେଷ୍ଠ ୫୦ ଜଣ ପ୍ରତିଯୋଗୀଙ୍କୁ ଫିଟନେସ୍ ଟ୍ରାକର ପ୍ରଦାନ କରାଯାଇଛି । ଏହି ଅବସରରେ ପଙ୍କଜ ମିଶ୍ର କହିଲେ, ଟ୍ରାନ୍ସଫରମେଶନ୍ ଚ୍ୟାଲେଞ୍ଜ୍ର ୧୨ତମ ସଂସ୍କରଣରେ ମୁଁ ସଫଳ ହୋଇଛି । ଗତ ବର୍ଷ ମୁଁ ଶ୍ରେଷ୍ଠ ୫ ଜଣଙ୍କ ମଧ୍ୟରେ ରହିଥିଲି । ମୋ ସଫଳତା ପାଇଁ ମୁଁ ମେଂଟରଙ୍କ ସମେତ ଫିଟର କର୍ମଚାରୀଙ୍କୁ ଧନ୍ୟବାଦ ଜଣାଉଛି । ଏହି ସଫଳତା ମୋ ସ୍ୱପ୍ନକୁ ପୂରଣ କରିବାକୁ ସକ୍ଷମ ହେବ । ଏହି ୧୨ ସପ୍ତାହର ଚ୍ୟାଲେଞ୍ଜ୍ ଫିଟର ଆପ୍ରେ ହୋଷ୍ଟେଡ୍ ହୋଇଥିଲା । ଏହାର ଥିମ୍ ହାସ୍ ହ୍ୱାଟଏଭର ଇଟ୍ ଟେକସ୍ ଥିଲା ।
ଏହି ଚ୍ୟାଲେଞ୍ଜ ୨୦୨୧ ଜାନୁୟାରୀ ୨ରୁ ଆରମ୍ଭ ହୋଇ ୨୦୨୧ ମାର୍ଚ୍ଚରେ ଶେଷ ହୋଇଥିଲା । ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ୨୨,୦୦୦ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିଥିଲେ । ଚ୍ୟାଲେଞ୍ଜ ଅନ୍ତର୍ଗତ ପ୍ରତିଯୋଗୀ ପ୍ରତି ସପ୍ତାହରେ ଭିଡ଼ିଓ ଅପ୍ଲୋଡ୍ କରୁଥିଲେ । ସେମାନଙ୍କର ସୃଜନଶୀଳତାର ମୂଲ୍ୟାଙ୍କନ କରାଯାଇଥିଲା । ଏହି ଅବସରରେ ଫିଟରର ପ୍ରତିଷ୍ଠାତା ତଥା ସିଇଓ ଜିତେନ୍ଦ୍ର ଚୌକସେ କହିଲେ, ଟ୍ରାନ୍ସଫରମେଶନ୍ ଚ୍ୟାଲେଞ୍ଜ୍ ପ୍ରତିଯୋଗୀଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ପରିବେଶ ସୃଷ୍ଟି କରିବାକୁ ସକ୍ଷମ ହୋଇଥାଏ । ଏହାର ୧୨ତମ ସଂସ୍କରଣରେ ସମଗ୍ର ବିଶ୍ୱର ୨୨,୦୦୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ ।
ମୁଁ ପ୍ରଥମ ବିଜେତା ପଙ୍କଜ ମିଶ୍ର, ଦ୍ୱିତୀୟ ବିଜେତା ଡ. ରାଜଶ୍ରୀ ପାଣ୍ଡେ ଏବଂ ତୃତୀୟ ବିଜେତା ତୁଷାର ଭାଙ୍ଗେଙ୍କୁ ଶୁଭେଚ୍ଛା ଜଣାଉଛି । ଏହା ସହିତ ସମସ୍ତ ପ୍ରତିଯୋଗୀଙ୍କୁ ଧନ୍ୟବାଦ ଜଣାଉଛି । ଟ୍ରାନ୍ସଫରମେଶନ୍ ଚ୍ୟାଲେଞ୍ଜ୍ର ୧୨ତମ ସଂସ୍କରଣରେ ୩୫ ଜଣିଆ ବିଚାରକ ମଣ୍ଡଳୀ ଅଂଶଗ୍ରହଣ କରି ପ୍ରତିଯୋଗୀଙ୍କ ସୃଜନଶୀଳତା ତନ୍ନତନ୍ନ ଭାବେ ପରୀକ୍ଷା କରିଥିଲେ । ଚଳିତ ବର୍ଷ ଶ୍ରେଷ୍ଠ ପ୍ରଦର୍ଶନକାରୀଙ୍କୁ ମୋଟ ୧ କୋଟି ଟଙ୍କାର ପୁରସ୍କାର ପ୍ରଦାନ କରାଯାଇଛି । ବିଚାରକ ମଣ୍ଡଳୀ ପ୍ରତି ସଂସ୍କରଣରୁ ଶ୍ରେଷ୍ଠ ୧୦ ଜଣଙ୍କୁ ଚୟନ କରିବା ସହିତ ୩୦ ଜଣ ଫାଇନାଲିଷ୍ଟ୍ଙ୍କ ମଧ୍ୟରୁ ଜଣେ ବିଜେତାଙ୍କୁ ଚୟନ କରିଥିଲେ ।