• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବିଭିନ୍ନ ଯୋଜନା ସଂପର୍କରେ ଚାଷୀମାନଙ୍କ ଅବଗତି ନିମନ୍ତେ ୱେବ‌ସାଇଟ୍‌ ଓ ସାମାଜିକ ଗଣମାଧ୍ୟମରେ ଉପଲବ୍ଧ ହେବା ଆବଶ୍ୟକ : ମନ୍ତ୍ରୀ ଡ. ସାହୁ

Proprietor Abhimanyu Maharana by Proprietor Abhimanyu Maharana
April 19, 2021
in ଓଡ଼ିଶା, ଦେଶ, ମହାନଗର, ହୋମ୍
0
ବିଭିନ୍ନ ଯୋଜନା ସଂପର୍କରେ ଚାଷୀମାନଙ୍କ ଅବଗତି ନିମନ୍ତେ ୱେବ‌ସାଇଟ୍‌ ଓ ସାମାଜିକ ଗଣମାଧ୍ୟମରେ ଉପଲବ୍ଧ ହେବା ଆବଶ୍ୟକ : ମନ୍ତ୍ରୀ ଡ. ସାହୁ
Share on FacebookShare on TwitterWhatsapp

ସମନ୍ୱିତ କୃଷି କାର୍ଯ୍ୟ ଏବଂ ଯୋଜନାଗୁଡ଼ିକ ନିର୍ଦ୍ଧାରିତ ସମୟ ମଧ୍ୟରେ ସାରିବା ଉପରେ ମନ୍ତ୍ରୀଙ୍କ ଗୁରୁତ୍ୱ

ଓଡ଼ିଶା ତାଜା ନ୍ୟୁଜ୍ (୧୯ ଏପ୍ରିଲ ସୋମବାର ) ଭୁବନେଶ୍ୱର :- ଚାଷ କାର୍ଯ୍ୟ ସମୟକୁ ଅପେକ୍ଷା କରେ ନାହିଁ । ତେଣୁ କୃଷି କାର୍ଯ୍ୟ ନିମନ୍ତେ ବିଭାଗ ପକ୍ଷରୁ ପ୍ରସ୍ତୁତ ହେଉଥିବା ଯୋଜନା ଓ କାର୍ଯ୍ୟକ୍ରମଗୁଡ଼ିକ ନିର୍ଦ୍ଧାରିତ ସମୟ ମଧ୍ୟରେ ସାରିବାକୁ କୃଷି ଓ କୃଷକ ସଶକ୍ତିକର, ମତ୍ସ୍ୟ ଓ ପ୍ରାୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି । ଆଜି କୃଷି ବିଭାଗର ସମସ୍ତ ସ୍କିମ୍‌ ଅଧିକାରୀଙ୍କ ସହିତ ଆୟୋଜିତ ଏକ ଭର୍ଚୁଆଲ ବୈଠକରେ ଯୋଗଦେଇ ବିଭିନ୍ନ ଯୋଜନା ବାବଦୀୟ ଖର୍ଚ୍ଚରେ ଅଗ୍ରଗତି ସଂପର୍କରେ ସମୀକ୍ଷା କରିବା ଅବସରରେ ଯୋଜନା କାର୍ଯ୍ୟକାରିତାର ଆଗୁଆ ପଦକ୍ଷେପ, ଠିକ୍‌ ସମୟରେ ବିଭିନ୍ନ କୃଷି ସାମଗ୍ରୀର ବିତରଣ ଓ ଯୋଜନା କାର୍ଯ୍ୟକାରୀ କରିବା ସମୟ ସଠିକ୍‌ ଉପାୟ ଓ ସ୍ୱଚ୍ଛତା ଅବଲମ୍ବନ ପାଇଁ ମନ୍ତ୍ରୀ ଡ. ସାହୁ କହିଥିଲେ ।

ବୈଠକରେ ବିଜିଆର୍‌ଇଆଇ, ଏନ୍‌ଏଫ୍‌ଏସ୍‌ଏମ୍‌ (ଡାଲି, ତୈଳବୀଜ, ମୋଟା ଶସ୍ୟ, ପୁଷ୍ଟି ଶସ୍ୟ, ପିକେଭିୱାଇ, କପା, କୃଷି ଯାନ୍ତ୍ରିକୀକରଣ ଆଦି ଯୋଜନା ସଂପର୍କରେ ଆଲୋଚନା ହୋଇଥିଲା । ରାଜ୍ୟରେ ଫସଲର ବିବିଧିକରଣ ଓ ତୈଳବୀଜ ଚାଷର ପ୍ରସାର ନିମନ୍ତେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଚଳିତ ଖରିଫ୍‌ ଋତୁରେ କିପରି ଚିନାବାଦାମ ବିହନ ଉତ୍ପାଦନ ବୃଦ୍ଧି କରିହେବ ସେ ସଂପର୍କରେ ପ୍ରସ୍ତାବ ଦେବା ପାଇଁ କହିଥିଲେ । ବିଭିନ୍ନ ଯୋଜନାର ବାର୍ଷିକ କାର୍ଯ୍ୟକ୍ରମ ଓ କାର୍ଯ୍ୟାନୟ୍ୱ ନର ସଫ ଳ କାହାଣୀକୁ ରାଜ୍ୟର ଚାଷୀଭାଇମାନଙ୍କ ଅବଗତି ନିମନ୍ତେ ସାମାଜିକ ଗଣମାଧ୍ୟମରେ ଚାର୍ଟ ମେସେଜ ଓ ଭିଡ଼ିଓ ମାଧ୍ୟମରେ ପ୍ରଚାର କରିବା ପାଇଁ କହିଥିଲେ ।

ଯୋଜନା ପ୍ରସ୍ତୁତ ସହିତ ଏହାର ସଫଳ ରୂପାୟନ ଦ୍ୱାରା କୃଷି ଓ କୃଷକର ଉନ୍ନତି ହୋଇପାରିବ ଏବଂ କୃଷକର ଆୟ ବହୁଗୁଣିତ ହୋଇପାରିବ । କୃଷି ଯୋଜନା ପ୍ରସ୍ତୁତ ସମୟରେ ଫସଲର ବିବିଧିକର ଣ ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ ବୋଲି ମନ୍ତ୍ରୀ କହଥିଲେ । ପିକେଭିୱାଇ କାର୍ଯ୍ୟକ୍ରମରେ ଓଡ଼ିଶାର ୭୫୦ ମେଟି୍ରକ୍‌ ଟନ୍‌ ଜୈବିକ ସୁବାସିତ ଚାଉଳ ଇରାନ ଓ ୟୁନାଇଟେଡ୍‌ ଆରବ ଏମିରଟସ୍‌କୁ ରପ୍ତାନୀ ହୋଇଥିବା କଥା ଉଲ୍ଲେଖ କରି ମନ୍ତ୍ରୀ ଡ. ସାହୁ କହିଲେ ଯେ ସଫଳ କାହାଣୀର ଉପଯୁକ୍ତ ପ୍ରଚାରପ୍ରସାର ଫଳରେ ଚାଷୀମାନେ ଅଧିକ ଉତ୍ସାହିତ ହେ ବେ । ଏଥି ସହିତ ଯୋଜନା ପ୍ରସ୍ତୁତ ସମୟରେ ଅର୍ଗାନିକ୍‌ କଷୃି କାର୍ଯ୍ୟ ଉପରେ ଗୁରୁତ୍ୱ ଦେବା ପାଇଁ କହିଥିଲେ । ରାଜ୍ୟରେ ଜଳନିଧି ଏବଂ ସୌର ଜଳନିଧି ଯୋଜନାର ଅଗ୍ରଗତି ଓ ଏହାକୁ ଅଧିକ ଫଳପ୍ରଦ କରିବା ପାଇଁ ଏକ ସ୍ୱତନ୍ତ୍ର ବୈଠକ କରିବା ପାଇଁ ମନ୍ତ୍ରୀ କହିଥିଲେ ।

ଏଥି ସହିତ ମନ୍ତ୍ରୀ ଡ. ସାହୁ ଓଡ଼ିଶା ନିମନ୍ତେ ଏକ କୃଷି କ୍ୟାଲେଣ୍ଡର  ପ୍ରସ୍ତୁତ ଓ ବିଭିନ୍ନ କୃଷି କାର୍ଯ୍ୟସୂଚୀର ଖସଡ଼ା ପ୍ରସ୍ତୁତ କରବି । ସହିତ ଗଣମାଧ୍ୟମ ଜରିଆରେ ଏହାର ବହୁଳ ପ୍ରସାର କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । କୃଷକ ମାନ ଙ୍କ ର ଦ କ୍ଷତା ବୃଦ୍ଧି ନିମେ ; ନିୟମିତ ଭର୍ଚୁଆଲ ବେଠକ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଏତଦ୍‌ବ୍ୟତୀତ ରାଜ୍ୟରେ କିପରି ସମନ୍ୱିତ କୃଷିର ପ୍ରଚାରପ୍ରସାର ହେବ ସେଥିପାଇଁ ରାଜ୍ୟର କେତୋଟି ଜିଲ୍ଲାର କୃଷି ଫାର୍ମମାନଙ୍କ ସମନ୍ୱିତ କୃଷିର ମଡେଲ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ମନ୍ତ୍ରୀ ଡ. ସାହୁ କହିବା ସହିତ ଏହି ଫାର୍ମମାନଙ୍କରେ ଥିବା ସମନ୍ୱିତ କୃଷି ମଡେଲ୍‌କୁ ରାଜ୍ୟର ବିଭିନ୍ନ ଚାଷୀମାନେ ପରିଭ୍ରମଣ ଯୋଜନା ଦ୍ୱାରା ସମନ୍ୱିତ କୃଷି ଦେଖିକରି ଶିଖିବା କାର୍ଯ୍ୟକ୍ରମ କରାଯିବ ।

ସେହି ଫାର୍ମଗୁଡ଼ିକରେ ଚାଷୀମାନଙ୍କୁ ସମନ୍ୱିତ କୃଷି ଉପରେ ପ୍ରଶିକ୍ଷଣ ମଧ୍ୟ ପ୍ରଦାନ କରାଯିବ । ଏହି ଯୋଜନାରେ କୃଷି, ଉଦ୍ୟାନ କୃଷି, ମତ୍ସ୍ୟ ଓ ପ୍ରୀସଂପଦ ବିକାଶ ଓ ମୃତ୍ତିକା ସଂରକ୍ଷ ଆଦି ବିଭାଗଗୁଡ଼ିକ ଭାଗନେବେ । ରାଜ୍ୟ ସଦର ମହକୁମାରେ  ଅବସ୍ଥାପିତ ଅଧିକାରୀମାନେ ଅଧିକ ତତ୍ପରତା ପ୍ରକାଶ କରିବା ସହିତ ଜିଲ୍ଲା ଓ ତୃଣମୂଳ ସ୍ତରର ଅଧିକାରୀମାନଙ୍କ ସହିତ ନିୟମିତ ସମନ୍ୱୟ ରକ୍ଷା କରି ଯୋଜନାଗୁଡ଼ିକର ସଫଳ ରୂପାୟନ କରିବା ପାଇଁ ମନ୍ତ୍ରୀ ଡ. ସାହୁ କହିଥିଲେ । ବୈଠକରେ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ କହିଲେ ଯେ ଚଳିତ ବର୍ଷ କେନ୍ଦ୍ର ଅନୁଦାନ ଜୁଲାଇ ମାସ ସୁଦ୍ଧା ପହଞ୍ଚିଯିବ ।

ତେଣୁ ଯୋଜନା ଅଧିକାରୀମାନେ ଆଗୁଆ ପଦକ୍ଷେପ ନେଇ ଚଳିତ ବର୍ଷର ଆକ୍ସନ୍‌ ପ୍ଲାନ୍‌ ଅନୁସାରେ କାର୍ଯ୍ୟ କଲେ ଯୋଜନା ଠିକ୍‌ ଭାବରେ ରୂପାୟନ ହୋଇପାରିବ । ବୈଠକରେ କୃଷି ନିର୍ଦ୍ଦେଶକ ଡ. ଏମ୍‌. ମୁଥୁକୁମାର ସମସ୍ତ ଯୋଜନା ଅଧିକାରୀମାନଙ୍କୁ ସେମାନଙ୍କର ଚଳିତ ବର୍ଷର କାର୍ଯ୍ୟଖସଡ଼ା ଅପ୍ରେଲ ୨୩ ତାରିଖ ସୁଦ୍ଧା ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଏବଂ ଖର୍ଚ୍ଚ ହୋଇପାରିନଥିବା ଯୋଜନାର ଅର୍ଥକୁ ଚଳିତ ମାସ ଶେଷ ସୁଦ୍ଧା ଖର୍ଚ୍ଚ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ. ଏମ୍‌. ମୁଥୁକୁମାରଙ୍କ ସମେତ ସମସ୍ତ ସ୍କିମ୍‌ ଅଧିକାରୀଓ ଯୁଗ୍ମ ନିର୍ଦ୍ଦେଶକମାନେ ଯୋଗଦେଇଥିଲେ । (ତାପସ କୁମାର ସାହ)

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Taneira celebrates Savitri Vrata with the Inaya collection and exclusive festive offers

Taneira celebrates Savitri Vrata with the Inaya collection and exclusive festive offers

May 7, 2026
ରଣପୁରରେ ମାଟ୍ରିକ୍ ସଫଳତାର ଗୌରବ : ୫୪୨ ମାର୍କ ରଖି ଚର୍ଚ୍ଚାରେ – ସାଗରିକା

ରଣପୁରରେ ମାଟ୍ରିକ୍ ସଫଳତାର ଗୌରବ : ୫୪୨ ମାର୍କ ରଖି ଚର୍ଚ୍ଚାରେ – ସାଗରିକା

May 7, 2026
ପାରଳାଖମୁଣ୍ଡିଠାରେ ବାଇପାସ୍ ରାସ୍ତା ନିର୍ମାଣ ନେଇ ସାମାଜିକ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖମୁଣ୍ଡିଠାରେ ବାଇପାସ୍ ରାସ୍ତା ନିର୍ମାଣ ନେଇ ସାମାଜିକ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

May 7, 2026
ଗଜପତି ଜିଲ୍ଲାରେ ରେ ଦଶମ ପରୀକ୍ଷାରେ 99.31 ପ୍ରତିଶତ ପାସହାର : ଓଡିଶାର ପ୍ରଥମ

ଗଜପତି ଜିଲ୍ଲାରେ ରେ ଦଶମ ପରୀକ୍ଷାରେ 99.31 ପ୍ରତିଶତ ପାସହାର : ଓଡିଶାର ପ୍ରଥମ

May 7, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Taneira celebrates Savitri Vrata with the Inaya collection and exclusive festive offers

Taneira celebrates Savitri Vrata with the Inaya collection and exclusive festive offers

May 7, 2026
ରଣପୁରରେ ମାଟ୍ରିକ୍ ସଫଳତାର ଗୌରବ : ୫୪୨ ମାର୍କ ରଖି ଚର୍ଚ୍ଚାରେ – ସାଗରିକା

ରଣପୁରରେ ମାଟ୍ରିକ୍ ସଫଳତାର ଗୌରବ : ୫୪୨ ମାର୍କ ରଖି ଚର୍ଚ୍ଚାରେ – ସାଗରିକା

May 7, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version