• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରାଷ୍ଟ୍ରୀୟ ପ୍ରବାସୀ ଓଡ଼ିଆ ପରିବାରର କବିତା ଆସର ଆୟୋଜନ

Proprietor Abhimanyu Maharana by Proprietor Abhimanyu Maharana
April 19, 2021
in ଓଡ଼ିଶା, ଦେଶ, ବିଶ୍ଵ, ମହାନଗର, ହୋମ୍
0
ରାଷ୍ଟ୍ରୀୟ ପ୍ରବାସୀ ଓଡ଼ିଆ ପରିବାରର କବିତା ଆସର ଆୟୋଜନ
Share on FacebookShare on TwitterWhatsapp


ଓଡ଼ିଶା ତାଜା ନ୍ୟୁଜ୍ (୧୯ ଏପ୍ରିଲ ସୋମବାର ) ଚିକାଗୋ/ଲଣ୍ଡନ/ ନୂଆଦିଲ୍ଲୀ/ଭୁବନେଶ୍ୱର :- ରାଷ୍ଟ୍ରୀୟ ପ୍ରବାସୀ ଓଡ଼ିଆ ପରିବାର (ଆର.ପି.ଓ.ପି) ତରଫରୁ ଅନ୍‍ଲାଇନ୍‍ ଯୋଗେ ମହାସମାରୋହରେ କବିତା ଆସର-୨୦୨୧ ଆୟୋଜନ କରାଯାଇଛି । ପବିତ୍ର ପଣା ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ପାଳନ ଉପଲକ୍ଷେ ଆର.ପି.ଓ.ପି ଆନୁକୂଲ୍ୟରେ ଅନୁଷ୍ଠିତ ମହାବିଷୁବ ମିଳନରେ ସାରା ବିଶ୍ୱରୁ ପ୍ରବାସୀ ଓଡ଼ିଆ ମାନେ ଯୋଗ ଦେଇଥିବା ଦେଖାଯାଇଥିଲା । ଭିଡିଓ କନ୍‍ଫରେନ୍ସିଂ ଜରିଆରେ ଆୟୋଜିତ ଏହି ସାରସ୍ୱତ ସମାବେଶକୁ ଓଡ଼ିଶା ବିଧାନସଭାର ବାଚସ୍ପତି ଡଃ ସୂର୍ଯ୍ୟନାରାୟଣ ପାତ୍ର ପ୍ରଦୀପ ପ୍ରଜ୍ୱଳନ କରି ଉଦ୍‍ଘାଟନ କରିଥିଲେ ।

ଏହି ଭର୍ଚ୍ଚୁଆଲ ସଭାରେ ଆର.ପି.ଓ.ପିର ରାଷ୍ଟ୍ରୀୟ ସଂଯୋଜକ ପ୍ରବୀର ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସଭାପତି ମୀନକେତନ ସାମଲ ଆର.ପି.ଓ.ପିର ନୀତି, ଆଦର୍ଶ, ଦର୍ଶନ ଓ ଉଦ୍ଦେଶ୍ୟ ଉପରେ ଆଲୋକପାତ କରି, ଆମେ ଜଣେ ଓଡ଼ିଆ, ଶ୍ରେଷ୍ଠ ଓଡ଼ିଆ, ଏକ ଓଡ଼ିଶା ଶ୍ରେଷ୍ଠ ଓଡ଼ିଶା, ମୁ ନୁହେଁ ଆମେ, ବ୍ୟକ୍ତି ନୁହେଁ ସଂଗଠନର ଚିନ୍ତାଧାରା ଉପରେ ବିଶ୍ୱାସ କରୁ ବୋଲି ଉଲ୍ଲେଖ କରିଥିଲେ । ଇଣ୍ଟରନେଟ୍‍ ବୈଠକକୁ ସମ୍ବୋଧନ କରି ମୁଖ୍ୟ ଅତିଥି ଡଃ ସୂର୍ଯ୍ୟନାରାୟଣ ପାତ୍ର ଭାରତବର୍ଷର ବିଭିନ୍ନ ନଗର ଓ ପ୍ରଦେଶରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆ ମାନେ ସେସବୁ ଇଲାକାର ଆର୍ଥିକ, ବୈଷୟିକ ଓ ବୌଦ୍ଧିକ ବିକାଶ ନେଇ ବିଶେଷ ଯୋଗଦାନ ଦେଇ ଆସୁଥିବା ଦର୍ଶାଇଥିଲେ ।

ଏକଦା ଗଙ୍ଗା ଠାରୁ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତାରି ଥିବା କଳିଙ୍ଗ ସାମ୍ରାଜ୍ୟ ପୂନର୍ବାର ଏହାର ସ୍ୱର୍ଣ୍ଣାଭ ଐତିହ୍ୟକୁ ଫେରିପାଇବାକୁ ଯାଉଥିବା ସୂଚାଇ ଡଃ ପାତ୍ର ବର୍ତ୍ତମାନ ଓଡ଼ିଶା, ସମଗ୍ର ଦେଶରେ ମହାରାଷ୍ଟ୍ର ପରେ ଶିଳ୍ପ ଏବଂ ପୁଞ୍ଜି ନିବେଶକୁ ଆକୃଷ୍ଟ କରିବାରେ ଦ୍ୱିତୀୟ ପ୍ରଦେଶର ମାନ୍ୟତା ହାସଲ କରିପାରିଥିବା ପ୍ରକାଶ କରିଥିଲେ । ଲାଇଭଷ୍ଟ୍ରିମିଂ ଅଧିବେଶନରେ ଉଦ୍‍ବୋଧନ ଦେଇ ବିଶ୍ୱ ଓଡ଼ିଶା ସମାଜର ଅଧ୍ୟକ୍ଷ କିଶୋର ଦ୍ୱିବେଦୀ, ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, ଐତିହ୍ୟ, ପରମ୍ପରା, ଜାନିଯାତ୍ରା, ମେଳା ମହୋତ୍ସବ ଏବଂ ପିଠାପଣାକୁ ଲୋକପ୍ରିୟ କରିବାରେ ଆର.ପି.ଓ.ପିର ମହତ ଉଦ୍ୟମକୁ ଭୂରୀ ଭୂରୀ ପ୍ରଶଂସା କରିଥିଲେ ।



ସମ୍ମାନିତ ଅତିଥି ଆମ୍ବେଦକର ପ୍ରତିଷ୍ଠାନର ନିର୍ଦ୍ଦେଶକ ଡଃ ଦେବେନ୍ଦ୍ର ମାଝି, ଓଡ଼ିଆ ମାନଙ୍କର ସାହାସିପଣିଆ, ନିର୍ଭୀକତା ଏବଂ ସଂକଳ୍ପବଦ୍ଧତା ଆଦି ସୁଗୁଣର ଦୃଷ୍ଟାନ୍ତ ଦେଇ ଦୃଢ଼ ପ୍ରତିଜ୍ଞ ବ୍ୟକ୍ତି ଏବଂ ନିମ୍ନଗାମୀ ଜଳ ଯେଭଳି ଅଟକି ରହେନି, ଠିକ୍‍ ସେହିଭଳି ଏହି ଜାତି କେବେ କେଉଁଠି ଅଟକି ରହିବନି ବା କାହା ନିକଟରେ ହାର ମାନିବନି ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ପ୍ରାକ୍ତନ ରାଷ୍ଟ୍ରଦୂତ ଅମରେନ୍ଦ୍ର ଖଟ୍ଟୁଆ, ଓଡ଼ିଶାକୁ ଶେଷହୀନ ଆରମ୍ଭର ଇତିହାସ ବୋଲି ବର୍ଣ୍ଣନା କରିଥିଲେ । ଶ୍ରୀ ଖଟ୍ଟୁଆ ତାଙ୍କ ଲିଖିତ ଭାବାବେଗଭରା ‘କରୋନା କାଳ’ ଶୀର୍ଷକ କବିତା ଆବୃତ୍ତି କରି ଦର୍ଶକମାନଙ୍କୁ ଅଭିଭୂତ କରିଦେଇଥିଲେ ।

ବିଖ୍ୟାତ ବ୍ୟଙ୍ଗ କବି ଜ୍ଞାନ ହୋତା, ସାମନ୍ତ ଚନ୍ଦ୍ରଶେଖର, ଉପେନ୍ଦ୍ର ଭଞ୍ଜ ଏବଂ ସ୍ୱୟଂ ଜଗନ୍ନାଥଙ୍କର ବିରାଜମାନ ଦ୍ୱାରା ଧନ୍ୟ ହୋଇଥିବା ପୂଣ୍ୟଭୂମି ଓଡ଼ିଶାରେ ଜନ୍ମଲାଭ କରିଥିବା ପ୍ରତ୍ୟେକ ଓଡ଼ିଆ, ଚାପମୁକ୍ତ ହୋଇ ନିଜର ପରିଚିତି ଓ ଭିଟାମାଟି ପାଇଁ ଗର୍ବ ଅନୁଭବ କରିବା ଉଚିତ ବୋଲି କହିଥିଲେ । ଶ୍ରୀ ହୋତା ତାଙ୍କର ବ୍ୟଙ୍ଗଭରା କଟାକ୍ଷ ଭାଷଣରେ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ । ବରିଷ୍ଠ ପ୍ରଶାସକ ସଂଜୀବ ପାଟ୍ଟଯୋଶୀ, ବର୍ତ୍ତମାନର ମହାମାରୀ ସମୟରେ ଓଡ଼ିଶାର ବେଲପଣା ଭଳି ପୁଷ୍ଟିକର ଓ ଶକ୍ତିବର୍ଦ୍ଧକ ବ୍ୟଞ୍ଜନକୁ ଅଧିକ ପ୍ରଚାର ଓ ପ୍ରସାର କରାଯିବାର ଆବଶ୍ୟକତା ଉପରେ ଜୋର୍‍ ଦେଇଥିଲେ । ବିଶିଷ୍ଟ ଲେଖକ ଡଃ ଚନ୍ଦ୍ରମଣି ବ୍ରହ୍ମଦତ୍ତ, ଓଡ଼ିଶାକୁ ପ୍ରାଚୀନ ଓ ପରାକ୍ରମୀ ଭୂମିର ଆଖ୍ୟା ଦେଇଥିଲେ ।

ଏହି ଅବସରରେ ଆୟୋଜିତ ୱେବ୍‍ କବିତା ପାଠୋତ୍ସବରେ ଦେଶ ବିଦେଶର ବହୁ ଉଦୀୟମାନ ଓ ପ୍ରତିଷ୍ଠିତ କବି ଏବଂ କବୟିତ୍ରୀ ଭାଗ ନେଇ ସେମାନଙ୍କର କବିତା ଆବୃତ୍ତି କରିଥିଲେ । ସେମାନଙ୍କ ମଧ୍ୟରେ ସୁଧୀର କୁମାର ସାହାଣୀ, ଡଃ ଅଭୟ ଦାସ, ଡଃ ଜୟଶ୍ରୀ ନନ୍ଦ, ସସ୍ମିତା ଶତପଥୀ, ଲକ୍ଷ୍ମୀଧର ଭଟ୍ଟ, ବାଇଧର ମାଝି, ବବି ଅନସ୍ୱୟା, ସୁଶ୍ରୀ ପ୍ରିୟଦର୍ଶିନୀ, ବିଜୟା ପରିଡ଼ା, ଚନ୍ଦ୍ରମଣି ବ୍ରହ୍ମଦତ୍ତ, ସୁଚିସ୍ମିତା ପଣ୍ଡା, ଶ୍ରୀମନ୍ତ ବିଶ୍ୱାଳ, ପପୁ ମହପାତ୍ର, ଡଃ ପଦାରବିନ୍ଦ ରଥ, ରୀତା ଶତପଥୀ, ପରଂବ୍ରହ୍ମ ତ୍ରିପାଠୀ, ରଶ୍ମୀ ମଲ୍ଲିକ ଏବଂ ଅମୀୟ ପ୍ରଧାନ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ । ଆର.ପି.ଓ.ପିର କୋଷାଧ୍ୟକ୍ଷ ବସନ୍ତ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

ସମଗ୍ର ଡିଜିଟାଲ କାର୍ଯ୍ୟକ୍ରମକୁ ଆର.ପି.ଓ.ପିର ଉପସଭାପତି କଳିଙ୍ଗ କନ୍ୟା ପୁଷ୍ପାଞ୍ଜଳି ବାରିକ ଖୁବ୍‍ ସୁନ୍ଦର, ସୁଚାରୁ ଏବଂ ସାବଲୀଳ ଢଙ୍ଗରେ ସଂଯୋଜନା ଓ ଉପସ୍ଥାପନା କରିଥିଲେ । ପ୍ରତିଭାବାନ ଗାୟିକା ଅଭିପ୍‌ସା ରଥ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ । ସାରସ୍ୱତ ସନ୍ଧ୍ୟାର ଆୟୋଜନରେ ଆର.ପି.ଓ.ପିର ସମ୍ପାଦକ ମୀନକେତନ ମିଶ୍ର ଏବଂ ଦୁଇ ସହସମ୍ପାଦକ ସନ୍ତୋଷ ରାଉତ ଓ ସରିତା ମହାପାତ୍ର ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ଗଜେନ୍ଦ୍ର କୁମାର ସାହୁ, ରୀତା ପାତ୍ର , ରଞ୍ଜନ କୁମାର ପ୍ରଧାନ, ବିମଳ ଭଲ, ମୌସୁମୀ ମିଶ୍ର, ଝୁମ୍‍ଝୁମ୍‍ ପାଢ଼ୀ, ଅସୀତ ପରିଡ଼ା, ମମତା ପ୍ରଧାନ, ହୀରଣ୍ୟ ମହାନ୍ତି ଓ ସଞ୍ଜୟ ଦାସ ପ୍ରମୁଖ ସାମିଲ ଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଦୋଳପୂର୍ଣ୍ଣିମା ଉପଲକ୍ଷେ ବାଦୀପlଲା ଉଦଯାପିତ

ଦୋଳପୂର୍ଣ୍ଣିମା ଉପଲକ୍ଷେ ବାଦୀପlଲା ଉଦଯାପିତ

March 10, 2026
ପୁରୀ କୋର୍ଟରେ ବୋମା ଗୁଜବ ପୋଲିସ ଅନୁସନ୍ଧାନ ପରେ କୋର୍ଟକାର୍ଯ୍ଯ ସ୍ବାଭାବିକ

ପୁରୀ କୋର୍ଟରେ ବୋମା ଗୁଜବ ପୋଲିସ ଅନୁସନ୍ଧାନ ପରେ କୋର୍ଟକାର୍ଯ୍ଯ ସ୍ବାଭାବିକ

March 10, 2026
ମହିଳାଙ୍କ ଉନ୍ନତିରେ ଦେଶର ପ୍ରଗତି : ସଙ୍ଗଶ୍ରୀ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ମହିଳାଙ୍କ ଉନ୍ନତିରେ ଦେଶର ପ୍ରଗତି : ସଙ୍ଗଶ୍ରୀ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

March 10, 2026
ଭାରତୀୟ କ୍ରିକେଟ ଦଳ ବିଜୟୀ ପାଇଁ ବାଲୁକା ଆନିମେସନ

ଭାରତୀୟ କ୍ରିକେଟ ଦଳ ବିଜୟୀ ପାଇଁ ବାଲୁକା ଆନିମେସନ

March 10, 2026

Recent News

ଦୋଳପୂର୍ଣ୍ଣିମା ଉପଲକ୍ଷେ ବାଦୀପlଲା ଉଦଯାପିତ

ଦୋଳପୂର୍ଣ୍ଣିମା ଉପଲକ୍ଷେ ବାଦୀପlଲା ଉଦଯାପିତ

March 10, 2026
ପୁରୀ କୋର୍ଟରେ ବୋମା ଗୁଜବ ପୋଲିସ ଅନୁସନ୍ଧାନ ପରେ କୋର୍ଟକାର୍ଯ୍ଯ ସ୍ବାଭାବିକ

ପୁରୀ କୋର୍ଟରେ ବୋମା ଗୁଜବ ପୋଲିସ ଅନୁସନ୍ଧାନ ପରେ କୋର୍ଟକାର୍ଯ୍ଯ ସ୍ବାଭାବିକ

March 10, 2026
ମହିଳାଙ୍କ ଉନ୍ନତିରେ ଦେଶର ପ୍ରଗତି : ସଙ୍ଗଶ୍ରୀ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ମହିଳାଙ୍କ ଉନ୍ନତିରେ ଦେଶର ପ୍ରଗତି : ସଙ୍ଗଶ୍ରୀ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

March 10, 2026
ଭାରତୀୟ କ୍ରିକେଟ ଦଳ ବିଜୟୀ ପାଇଁ ବାଲୁକା ଆନିମେସନ

ଭାରତୀୟ କ୍ରିକେଟ ଦଳ ବିଜୟୀ ପାଇଁ ବାଲୁକା ଆନିମେସନ

March 10, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଦୋଳପୂର୍ଣ୍ଣିମା ଉପଲକ୍ଷେ ବାଦୀପlଲା ଉଦଯାପିତ

ଦୋଳପୂର୍ଣ୍ଣିମା ଉପଲକ୍ଷେ ବାଦୀପlଲା ଉଦଯାପିତ

March 10, 2026
ପୁରୀ କୋର୍ଟରେ ବୋମା ଗୁଜବ ପୋଲିସ ଅନୁସନ୍ଧାନ ପରେ କୋର୍ଟକାର୍ଯ୍ଯ ସ୍ବାଭାବିକ

ପୁରୀ କୋର୍ଟରେ ବୋମା ଗୁଜବ ପୋଲିସ ଅନୁସନ୍ଧାନ ପରେ କୋର୍ଟକାର୍ଯ୍ଯ ସ୍ବାଭାବିକ

March 10, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version