No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୮ ଅପ୍ରେଲ ରବିବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ଅଗ୍ରଣୀ ସ୍ଵେଚ୍ଛାସବୀ ଅନୁଷ୍ଠାନ”ଜନକଲ୍ୟାଣ ପ୍ରତିଷ୍ଠାନ” ଜୁଲାଇ ୨୦୧୭ ଠାରୁ ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଗୁମା ବ୍ଲକର ଲାଞ୍ଜିଆ ସଉରା ମାନଙ୍କ ସହିତ ସେରଙ୍ଗ ଅଞ୍ଚଳରେ ତିନୋଟି ପଞ୍ଚାୟତ ଭୁବନି , ଅଜୟଗଡ଼ , କୁଜାସିଂ’ରେ ଓପିଇଏଲଆଇପି: କାର୍ଯ୍ୟ କରିଆସୁଛି l ଏହି ଅନୁଷ୍ଠାନ ପିଏମୟୁ: ଭୁବନେଶ୍ୱର ସହିତ ଏମଓୟୁ: ସ୍ୱାକ୍ଷର କରି ଏଲଏସଡ଼ିଏ: ସଂସ୍ଥା ସହିତ ସହଯୋଗ’ରେ କାମ କରିଆସୁଛି ବୋଲି ଜେକେପି ର ସଂପାଦକ ଦୁର୍ଗା ମାଧବ ପଣ୍ଡା କହିଛନ୍ତି l ଏହି କାର୍ଯ୍ୟକ୍ରମ’ରେ ପ୍ରାଥମିକ ଭାବେ ୩୨ଟି ରାଜସ୍ୱ ଗ୍ରାମରେ ୩୨ ଗ୍ରାମ ଉନୟନ କମିଟି ଗଠନ କରାଯାଇ ପ୍ରୋତ୍ସାହିତ କରାଯିବା ସହ ପରବର୍ତ୍ତୀ ପର୍ଯ୍ୟାୟ’ରେ ୨୭୭ଟି ସ୍ୱୟଂ ସହାୟକ ଦଳ (ଏସଏଚଜି) ଗଠନ କରାଯାଇ ସେମାନେ’ଙ୍କୁ ମଧ୍ୟ ପ୍ରୋତ୍ସାହିତ କରାଯାଇ ଆସୁଅଛି । ଓପିଇଏଲଆଇପି: ପ୍ରକଳ୍ପ ଅଧୀନରେ ଥିବା ପ୍ରତେକ କାର୍ଯ୍ୟକ୍ରମ ଗ୍ରାମ୍ୟ ଉନ୍ନୟନ କମିଟି (ଭିଡ଼ିସି:) ମାଧ୍ୟମରେ କାର୍ଯ୍ୟକାରୀ କରାଯାଉଛି। ଆଇଭିଡିସି’ର ବାର୍ଷିକ ଯୋଜନା ଅନୁଯାୟୀ ଏଲଏସଡିଏ ରୁ ଆଇଫାଡ’ର ସହାୟତା ଅନୁଦାନ’କୁ ଭିଡ଼ିସି’ର ଜମା ଖାତା’କୁ ଅନୁଦାନ କରାଯାଉଛି । ଏଠାରେ ଭିଡ଼ିସି ସଭାପତି, ସମ୍ପାଦକ ଓ କୋଷାଧ୍ୟକ୍ଷ’ଙ୍କ ମିଳିତ ଦସ୍ତଖତ’ରେ ପାଣ୍ଠି ଉଥାନ କରାଯାଇ ସମସ୍ତ କାର୍ଯ୍ୟକ୍ରମ ଗୁଡିକ ଜନକଲ୍ୟାଣ ପ୍ରତିଷ୍ଠାନ’ର ପ୍ରତ୍ୟକ୍ଷ ସହାୟତା’ରେ କାର୍ଯ୍ୟକାରୀ କରାଯାଉଛି । ଜନକଲ୍ୟାଣ ପ୍ରତିଷ୍ଠାନ କର୍ମୀମାନଙ୍କ ଦରମା ବାବଦ ଓ ପରିଚାଳନା ଖର୍ଚ୍ଚ ବାବଦ’ରେ ଏଲଏସଡ଼ିଏ, ରୁ ପ୍ରଦାନ କରାଯାଇ ଆସୁଅଛି ଓପିଇଏଲଆଇପି କାର୍ଯ୍ୟକ୍ରମ’ ରେ ବିଭିନ୍ନ ବିଭାଗ’ରେ ବିଭିନ୍ନ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଉଛି । ଏତଦ ବ୍ୟତୀତ ଏସଏଚଜି ମାଧ୍ୟମ’ରେ ଆୟପନ୍ଥା କାର୍ଯ୍ୟକ୍ରମ ଗୁଡିକ ମଧ୍ୟ ହାତକୁ ନିଆଯାଇଛି । କୃଷି ଉତ୍ପାଦନ ଫଳ ଓ ପରିବା ଚାଷ , ଜଳ ଜମିର ଉନ୍ନତି କରଣ , ଗୋ-ସମ୍ପଦ’ର ବିକାଶ , ଗ୍ରାମ୍ୟ ଭିତ୍ତିଭୂମି ବିକାଶ , କ୍ଷୁଦ୍ର ପ୍ରକ୍ରିୟା କରଣ ୟୁନିଟ ଆଦି କାର୍ଯ୍ୟକ୍ରମ ଗ୍ରାମ୍ୟ ଉନ୍ନୟନ କମିଟି ଦ୍ୱାରା କାର୍ଯ୍ୟକାରୀ କରାଯାଇଛି ।
ଏହାଛଡା ଏମଜିଏନଆରିଜିଏସ, ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହିପରି ୩ଟି ପଞ୍ଚାୟତ ଅଞ୍ଚଳ’ରେ ମାସକୁ ୭୦ ଲକ୍ଷ୍ୟ ରୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ମଜୁରୀ ସୃଷ୍ଟି କରିବା ସହ ଯେଉଁ ଝିଅ ୧୮ବର୍ଷରୁ ଉର୍ଦ୍ଧ ବୟସ’ରେ ବିବାହ କରୁଛନ୍ତି , ସେହି ଝିଅ ମାନଙ୍କୁ ପ୍ରୋତ୍ସାହନ ରାଶି ୧୦,୦୦୦ ଟଙ୍କା ଅନୁଦାନ ଦିଆଯାଇଛି । ଜନକଲ୍ୟାଣ ପ୍ରତିଷ୍ଠାନ ସିଫା ସହଯୋଗ’ରେ ଏସଏଚଜି: ଗୁଡାକୁ ଉନ୍ନୟନ ମୂଳକ ମାଛ ଯାଆଁଳ , ଜାଲ , ବତକ ଓ କୁକୁଡ଼ା ଛୁଆ , ଏବଂ ସୌର ଲଣ୍ଠନ ପ୍ରଭୃତି ଦିଆଯାଉଛି । ଅନ୍ୟପକ୍ଷ’ରେ ଏସଆଇପି “ସିପ”(ଆଳୁ ଗବେଷଣା କେନ୍ଦ୍ର) ପକ୍ଷରୁ ଜନକଲ୍ୟାଣ ପ୍ରତିଷ୍ଠାନ ସହଯୋଗ’ରେ ଚାଷୀ ମାନଙ୍କୁ କନ୍ଦମୁଳ , ବିରି ,ମୁଗ,ମାଣ୍ଡିଆ, ଧାନ , କଦଳୀ ପ୍ରଭୃତି କ୍ଷେତ୍ରରେ ପ୍ରୋତ୍ସାହିତ କରାଯିବା ସହ ଏଥିରେ ଜନକଲ୍ୟାଣ ପ୍ରତିଷ୍ଠାନର ମୁଖ୍ୟ ଭୂମିକା ରହିଥିବା ଜଣାଯାଇଛି ।ଜନକଲ୍ୟାଣ ପ୍ରତିଷ୍ଠାନ ଆନ୍ତର୍ଜାତିକ କୃଷି ଗବେଷଣା ସଂସ୍ଥା ଆଇସିଆରଆଇଏସଏଟି ଏବଂ ଆଇଆରଆରଆଇ: ସହଯୋଗ’ରେ ଏହି ଆଦିବାସୀ ବହୁଳ ଅଞ୍ଚଳ’ରେ ଚାଷୀ ମାନଙ୍କୁ ବିହନ ପ୍ରଭୃତି ଯୋଗାଇ ଦିଆଯାଉଛି । ଜଳ ଓ ଜମି ପରିଚାଳନା ଯଥା:- କେନାଲ , ଚେକଡ୍ୟାମ , ପୋଖରୀ , ଜମି ସମତଳ କରିବା ଓ ହୁଡା ତିଆରି କରିବା ଏବଂ କୃଷି ଉତ୍ପାଦନ’ରେଢାନା , ମାଣ୍ଡିଆ , ମୁଗ , ବିରି , , ପନିପରିବା ଚାଷ , ଆୟପନ୍ଥା’ରେ ଛେଳି , କୁକୁଡ଼ା ପାଳନ , କ୍ଷୁଦ୍ର ବ୍ୟବସାୟ ଓ କ୍ଷୁଦ୍ର ପ୍ରକ୍ରିୟାକରଣ’ରେ ଧାନ କଳ ଚୁନା କଳ , ଡାଲୀ କଳ , ପେପର ପ୍ଲେଟ କଳ ଆଦି ମୁଖ୍ୟ କାର୍ଯ୍ୟକ୍ରମ ଗୁଡିକ କରାଯିବା ଦିଗରେ ପ୍ରୋତ୍ସାହନ ଦିଆଯାଇ ଆସୁଅଛି । ମୁଖ୍ୟତଃ ପୁଷ୍ଟି-ସାଧନ ଏବଂ ସ୍ବାସ୍ଥ୍ୟରକ୍ଷା ଦିଗରେ ଜୀବନ-ସମ୍ପର୍କ ୟୁନିସେଫ ସହାୟତା’ରେ କାର୍ଯ୍ୟକ୍ରମ ସବୁ ସୁଚାରୁରୂପେ କରାଯାଇ ଆସୁଅଛି । ଉପରୋକ୍ତ ସମସ୍ତ କାର୍ଯ୍ୟର ଜନ କଲ୍ୟାଣ ପ୍ରତିଷ୍ଠାନର କର୍ମକର୍ତ୍ତା ବିୟୁଟି କୁମାରୀ ଲିମ୍ମା, ଓପିଲିପି ଟିମ ଅଧକ୍ଷା ଅପର୍ଣ୍ଣା ପଣ୍ଡା, ଅପିଲିପି କୃଷି ଅଧିକାରୀ, ମାନସ ବିଶ୍ୱାସ ରାୟ, ଏଲଆଇ ଓପିଲିପି ଅକ୍ଷୟ କୁମାର ମହାନ୍ତି ଓ ଜିଏସ କର୍ଡିନେଟର ପ୍ରୁମୁଖ ଙ୍କ ପ୍ରତ୍ୟେକ୍ଷ ତତତ୍ଵାବଧାନଓ ସହଯୋଗରେ ଚାଲିଥିବା ଯେକେପି ସମ୍ପାଦକ ଦୁର୍ଗାମାଧବ ପଣ୍ଡା ସୂଚନା ଦେଇଛନ୍ତି l ( ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result