No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୮ ଅପ୍ରେଲ ରବିବାର ) ପାରଳାଖେମୁଣ୍ଡି :- ସମଗ୍ର ରାଜ୍ୟ ସମେତ ଜିଲ୍ଲା’ରେ କୋଭିଡ ସଂକ୍ରମଣ’ର ଦ୍ଵିତୀୟ ଲହର’ରେ କୋଭିଡ ସଂକ୍ରମଣ ସଂଖ୍ୟା ଦିନକୁ ଦିନ ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସରକାର’ଙ୍କ ପକ୍ଷରୁ ସମଗ୍ର ରାଜ୍ୟରେ ରାତ୍ରି କାଳୀନ କର୍ଫ୍ୟୁ ଜାରୀ କରାଯାଇଛି । ଏହି ପରିପ୍ରେକ୍ଷୀରେ ଗଜପତି ଜିଲ୍ଲାରେ ମଧ୍ୟ ଗତ କାଲି ୧୭ ତାରିଖ ଠାରୁ ରାତି ୯ତା ଠାରୁ ସକାଳ ୫ତା ପର୍ଯ୍ୟନ୍ତ ରାତ୍ରି କାଳୀନ ତଥା ନାଇଟ କର୍ଫ୍ୟୁ ଜାରୀ କରାଯାଇଛି । ଆଜି ରାତ୍ରକାଳୀନ କର୍ଫ୍ୟୁର ଦ୍ଵିତୀୟ ଦିନ ଗଜପତି ଜିଲ୍ଲା ସମେତ ସମଗ୍ର ପାରଳାଖେମୁଣ୍ଡି ସହର ନିଃଶବ୍ଦ ପାଲଟି ଯାଇଛି । ସହର’ରେ ଶୁଭୁଛି କେବଳ ପୋଲିସ୍ ସାଇରନ । ରାତି ୮-୩୦’ରୁ ସମସ୍ତ ଦୋକାନ ବଜାର ସହ ଗାଡି ମୋଟର ବାଇକ ଚଳାଚଳ ବନ୍ଦ ହୋଇଯିବା ସହ ଶୁନଶାନ୍ ହୋଇପଡୁଛି ରାସ୍ତାଘାଟ । ଜନସାଧାରଣଙ୍କ ବାହାରକୁ ବାହାରିବା ମନା ଯୋଗୁଁ ଚଳଚଞ୍ଚଳ ସହର ସମ୍ପୂର୍ଣ୍ଣନା ଭାବେ ଶୁନଶାନ ହୋଇପଡୁଛି । ସମସ୍ତ ଛକ ସ୍ଥାନରେ ଜଗି ରହୁଛନ୍ତି ସୁରକ୍ଷା କର୍ମୀ । କରୋନା ମହାମାରୀ’ର ଦ୍ବିତୀୟ ଲହର’କୁ କଡା ମୁକାବିଲା ପାଇଁ ଅଣ୍ଟା ଭିଡିଛି ପ୍ରଶାସନ । ଜିଲ୍ଲାରେ ଜାରି କରାଯାଇଛି ରାତ୍ରୀକାଳୀନ କର୍ଫ୍ୟୁ । ରାତି ୯ ଘଣ୍ଟା ଠାରୁ ସକାଳ ୫ଟା ପର୍ଯ୍ୟନ୍ତ ଯାତାୟାତ ବାରଣ କରାଯାଇଛି ।
ଜିଲ୍ଲାର ଓଡିଶା-ଆନ୍ଧ୍ର ସୀମାନ୍ତ ସମେତ ସମସ୍ତ ପ୍ରବେଶ ପଥରେ ଚେକିଂ କଡାକଡି କରାଯାଇଛି । କିଛି ଜରୁରୀକାଳୀନ ସେବା ତଥା ଚିକିତ୍ସା କ୍ଷେତ୍ରରେ ଲୋକଙ୍କୁ ଅନୁମତି ଦିଆଯାଇଥିବା ବେଳେ ଅମାନିଆଙ୍କୁ ଧରୁଛି ପୋଲିସ । ରାତ୍ରୀକାଳୀନ କର୍ଫ୍ୟୁ ସମୟରେ ପୋଲିସ ପେଟ୍ରୋଲିଂରେ ସାମିଲ ହୋଇଛନ୍ତି ନିଜେ ଆରକ୍ଷୀ ଅଧିକ୍ଷକ ତପନ କୁମାର ପଟ୍ଟନାୟକ ଓ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ’ଙ୍କ ସମେତ ସମସ୍ତ ପୋଲିସ ଅଧିକାରୀ । ରାତି ଓ ଦିନ’ର ବିଭିନ୍ନ ସମୟରେ ଓଡିଶା-ଆନ୍ଧ୍ର ସୀମାନ୍ତ ପ୍ରବେଶ ପଥ’ରେ ନାକା ଲଗାଯାଇ ଯିବା ଆସିବା କରୁଥିବା ସମସ୍ତଙ୍କୁ ଯାଞ୍ଚ କରାଯାଉଛି lଦିନ ବେଳା ସୀମାନ୍ତ ପ୍ରବେଶ ପଥ’ର ପୁରୁନାପାଟନା ଓ ଢାମୁଣୀଗାଁଁ ନାକାଗେଟ ଠାରେ ପୋଲିସ ଓ ପ୍ରସାସନ ପକ୍ଷରୁ ଯାଞ୍ଚ କଡାକଡୀ କରାଯିବା ସହ ବାହାରୁ ଆସୁୁୁଥିବା ଲୋକ’ଙ୍କ କୋଭିଡ଼ ଚିହ୍ନଟ ପରିିିକ୍ଷଣ କରାଯାଉଛି ।ଦିନ ଓ ରାତିରେ ରାସ୍ତାରେ ପୋଲିସ ପଇଁତରା ମାରି ମାସ୍କ ପିନ୍ଧିବା , ଜନଗହଳି’କୁ ଏଡ଼ାଇବା ଓ ନାଇଟ କର୍ଫ୍ୟୁ ଉପରେ ଲୋକଙ୍କୁ ଡାକବାଜି ଯନ୍ତ୍ର ଯୋଗେ ସଚେତନ କରାଯାଉଛି ବୋଲି ଏସପି. ଶ୍ରୀ ତପନ କୁମାର ପଟନାୟକ ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଛନ୍ତି । ( ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result