No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୮ ଅପ୍ରେଲ ରବିବାର ) ହିଞ୍ଜିଳିକାଟୁ :- ରାଜ୍ୟ ରେ କରୋନା ପରିସ୍ଥିତି ଜଟିଳ ଆଡକୁ ଗତି କରୁଛି।ସାମ୍ପ୍ରତିକ ପରିସ୍ଥିତି ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ସମସ୍ତ ଜନସାଧାରଣଙ୍କୁ ଏଥିପ୍ରତି ସଜାଗ ରହିବା ପାଇଁ ମୁଖ୍ୟମନ୍ତ୍ରୀ ବାରମ୍ବାର ଅନୁରୋଧ କରିଛନ୍ତି । ଏହା ସତ୍ତ୍ୱେ ଲୋକମାନେ ମାନିବାକୁ ପ୍ରସ୍ତୁତ ନୁହଁନ୍ତି।ସରକାରଙ୍କ ବାରଣ ସତ୍ତ୍ୱେ କୋଭିଡ ଆଇନର ଖୋଲା ଖୋଲି ଉଲ୍ଲଙ୍ଘନ ହେଉଛି।ଏଭଳି ସ୍ଥିତିରେ କରୋନା କଟକଣାକୁ କଡାକଡ଼ି କରିବାକୁ ବାଧ୍ୟ ହୋଇଛନ୍ତି ରାଜ୍ୟ ସରକାର । କରୋନାକୁ ରୋକିବା ପାଇଁ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି ସରକାର । ଫଳ ସ୍ୱରୂପ ଶନିବାର ଠାରୁ ରାଜ୍ୟର ସବୁ ସହରାଞ୍ଚଳରେ ରାତ୍ରୀ କାଳୀନ କର୍ଫ୍ୟୁ ଲାଗୁ କରାଯାଇଛି । ଓଡ଼ିଶାର ସୀମାନ୍ତ ବର୍ତ୍ତି ୧୦ଟି ଜିଲ୍ଲାରେ ସପ୍ତାହାନ୍ତ ସଟ ଡାଉନ ପାଇଁ ସରକାର ଘୋଷଣା କରିଛନ୍ତି । ସେଠାରେ ରାତ୍ରୀ କାଳୀନ କର୍ଫ୍ୟୁ ସନ୍ଧ୍ୟା ୬ରୁ ସକାଳ୫ଟା ସମୟ ପର୍ଯ୍ୟନ୍ତ ରହିବ । ରାଜ୍ୟର ଅବଶିଷ୍ଟ ୨୦ଟି ଜିଲ୍ଲାରେ ରାତ୍ରୀ କାଳୀନ କର୍ଫ୍ୟୁ ସମୟ ରାତି ୯ ଟା ରୁ ସକାଳ ୫ଟା ଯାଏଁ ଲାଗୁ କରାଯାଇଛି । କରୋନା ମୁକାବିଲା ପାଇଁ ସରକାରଙ୍କ ଏଭଳି ପଦକ୍ଷେପକୁ ସ୍ଥାନୀୟ ହିଞ୍ଜିଳି ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି । ଅତ୍ୟାବଶ୍ୟକ ସେବାକୁ କଟକଣାରୁ ବାଦ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ଶନିବାର ସ୍ଥାନୀୟ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡଃ ମନୋରଞ୍ଜନ ସାହୁ,ତହସିଲଦାର ତଥା ସ୍ଥାନୀୟ ମାଜିଷ୍ଟ୍ରେଟ ପ୍ରଭାତ କୁମାର ପରିଡା ଓ ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ ସଦଳ ବଳେ ଡ଼ାକବାଜି ଯନ୍ତ୍ର ଯୋଗେ ଶନିବାର ଅପରାହ୍ନରେ ସହର ବାସୀଙ୍କ ରାତ୍ରୀ କାଳୀନ କର୍ଫ୍ୟୁ ସମ୍ପର୍କରେ ସଚେତନ କରିଥିଲେ ।
ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେବା ସହ ସାଧାରଣ ଲୋକେ ଏହାକୁ ପାଳନ କରିବା ପାଇଁ ଅବଗତ କରାଇଥିଲେ।ଅତ୍ୟାବଶ୍ୟକ ସେବା ପ୍ରଦାନ କରୁଥିବା ବ୍ୟକ୍ତି ବିଶେଷ ପୁଲିସକୁ ନିଜ ପରିଚୟ ପତ୍ର ଦେଖାଇ ନିଜ କାର୍ଯ୍ୟ ସମ୍ପାଦନ କରିବାକୁ ହେବ ବୋଲି ନିର୍ଦ୍ଦେଶ ଦିଆଯାଇଛି।ସହରରେ ଅବାଧ ଚଳ ପ୍ରଚଳକୁ କର୍ଫ୍ୟୁ ସମୟରେ କଡାକଡି କରାଯାଇଛି।ଏଥିର ଖିଲାପ କଲେ ଉଲ୍ଲଙ୍ଘନକାରୀଙ୍କ ପ୍ରତି ପ୍ରଶାସନ ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏହି ଅବସରରେ ଶନିବାର ରାତ୍ର ୯ଘଣ୍ଟା ପରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ମାନେ ୫ଟି ଗାଡ଼ିରେ ସାଇରନ ଲଗାଇ ସହର ପରିକ୍ରମା କରିବା ସହ ସହରର ସ୍ଥିତି ପରଖିଥିଲେ । ସହରର ବିଭିନ୍ନ ଛକ ସ୍ଥାନରେ ନାକାବନ୍ଦି କରାଯିବା ସହ ଯାଞ୍ଚ କଡାକଡି କରାଯାଇଥିଲା ।ପ୍ରକାଶ ଥାଉକି ଅନ୍ୟ ଜିଲ୍ଲା ଗୁଡ଼ିକ ପରି ଗଞ୍ଜାମ ଜିଲ୍ଲାରେ ଦୈନିକ ସଂକ୍ରମଣ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି।ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସ୍ଥିତି ଅନୁଧ୍ୟାନ କରାଯାଇ କରୋନା ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରାଯାଇଛି।ସ୍ଥାନୀୟ ପୌରାଞ୍ଚଳ ସମେତ ବ୍ଳକର ବିଭିନ୍ନ ଗ୍ରାମରେ କରୋନାର ପୂର୍ଵ ସ୍ଥିତି ଠାରୁ ବର୍ତ୍ତମାନର ସ୍ଥିତି ଅଧିକ ହେବା ସମ୍ଭାବନା ଥିବା ବେଳେ ଏଥିପାଇଁ ମାସ୍କ, ସାମାଜିକ ଦୂରତ୍ୱ ଓ ସାନିଟାଇଜର ବ୍ୟବହାର କରିବାକୁ ଲୋକଙ୍କୁ ସଚେତନ କରାଯାଇଛି। କରୋନା ମହାମାରୀ ସମୟରେ ପ୍ରଶାସନକୁ ସହଯୋଗ କରି ମୁକାବିଲା ସକାଶେ ସହର ବାସୀଙ୍କ ସହାୟତା ଲୋଡ଼ାଯାଇଛି ।ଗମ୍ଭୀର ପରିସ୍ଥିତି ଉପରେ ନିୟନ୍ତ୍ରଣ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରା ଯାଇଥିଲା ବେଳେ ରାତ୍ରୀ କାଳୀନ କର୍ଫ୍ୟୁ ସମୟରେ ଉଲ୍ଲଙ୍ଘନକାରୀ ଙ୍କ ପ୍ରତି ପ୍ରଶାସନ କଠୋର ଆଭିମୁଖ୍ୟ ସ୍ପଷ୍ଟ ହୋଇଛି। ( ରିପୋର୍ଟ ଶୁସାନ୍ତ ପ୍ରଧାନ )
No Result
View All Result