ଫୁଲବାଣୀ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଭାରତ ର “ଲୈାହ ମାନବ” ସର୍ଦାର ବଲ୍ଲଭଭାଇ ପଟେଲ ଙ୍କ ଜନ୍ମ ଜୟନ୍ତୀ ରେ ସାରା ଦେଶ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରାଯାଉଥିବା ବେଳେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ବିଭିନ୍ନ ସ୍ଥାନରେ ଏହି ଦିବସ ଟିକୁ ଶ୍ରଦ୍ଧା ଓ ସମତା ର ସହିତ ପାଳନ କରିଛନ୍ତି । ଏହି ପରିପ୍ରେକ୍ଷିରେ ଅନୁଷ୍ଠାନର ଫୁଲବାଣୀ ସ୍ଥିତ କାର୍ଯ୍ୟାଳୟ ଠାରେ ସମ୍ପାଦକ ହରି ଶଙ୍କର ରାଉତ ଙ୍କ ତତ୍ୱାବଧାନରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମ ଗୁଡିକରେ ସର୍ଦାର ବଲ୍ଲଭଭାଇ ପଟେଲ ଯେପରି ଆମ ଦେଶକୁ ଏକତା ର ସୂତ୍ରରେ ବାନ୍ଧିଥିଲେ ଏବଁ ଏକ ଶ୍ରେଷ୍ଠ ଭାରତ ଗଠନ ର ଆହ୍ୱାନ ଦେଇଥିଲେ ତାକୁ ମନେ ପକାଇ ଆମେମାନେ ପ୍ରତିଜ୍ଞାର ସହିତ ଏକତା ରେ ଶକ୍ତି ଓ ସେବାରେ ମାନବତା ବ୍ରତ କୁ ପାଳନ କରି ଏକ ଭାରତ-ବଳିଷ୍ଟ ଭାରତ ଗଠନ ଆଡକୁ ଆଗେଇବା ତାହା ଆଲୋକପାତ କରାଯାଇଥିଲା ।















