ମାହାଙ୍ଗା, କଟକ (ଓଡିଶା ତାଜା ନିଉଜ ) ମାହାଙ୍ଗା 24/02/20:- ଆଜିର ବିଜ୍ଞାନ ଯୁଗରେ ଛାତ୍ରଛାତ୍ରୀଙ୍କ ସୁସ୍ଥ ଜୀବନ ଗଠନ ପାଇଁ ଶିକ୍ଷା ସହ କ୍ରୀଡା ଏକାନ୍ତ ଆବଶ୍ୟକ, ଶାରୀରିକ ଓ ମାନସିକ ବିକାଶ ପାଇଁ ଶିକ୍ଷା ସହିତ କ୍ରୀଡା କୁ ଗୁରୁତ୍ୱ ଦେଲେ ସମାଜରେ ଉତ୍ତମ ଛାତ୍ର ସୃଷ୍ଟିହୋଇପାରିବେ ବୋଲି କଟକ ଜିଲ୍ଲା ମାହାଙ୍ଗା ବ୍ଲକ କୁଆଁପାଳ ପଶୁଲୁଣ୍ଡା ସ୍ଥିତ ଏକ୍ସଟି ଜାଭିଅର ହାଇସ୍କୁଲ ର ବାର୍ଷିକ ଉତ୍ସବରେ ଅତିଥି ମାନେ ଯୋଗଦେଇ ମତବ୍ୟକ୍ତ କରିଚନ୍ତି, ସାଲେପୁର ସାବିତ୍ରୀ ଦେବୀ ବିଜ୍ଞାନ ମହା ବିଦ୍ୟାଳୟର ଅଧ୍ୟକ୍ଷ ଦେବେନ୍ଦ୍ର ନାଥ ପତିଙ୍କ ପୌରହିତ୍ୟରେ ଆୟୋଜିତ ଉତ୍ସବରେ ମାହାଙ୍ଗା ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ମଦନମୋହନ ମଲ୍ଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଉତ୍ସଵର ଉଦଘାଟନ କରିବା ସହ ଛାତ୍ରଛାତ୍ରୀଙ୍କ ଉତ୍ତମ ଭବିଷ୍ୟତ ଗଠନ ସମ୍ପର୍କରେ କହିଥିଲେ,
ମୁଖ୍ୟ ବକ୍ତା ଭାବେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ବିଶିଷ୍ଠ ଶିଳ୍ପୀ ମହେଶ୍ୱର ଓଝା ଯୋଗଦେଇ ପିଲାମାନଙ୍କର ଶାରୀରିକ ଗଠନ ଉପରେ ଗୁରୁତ୍ୱାରୋପ କରିବା ସହ ବିଦ୍ୟାଳୟର ବିଭିନ୍ନ ପ୍ରତିଯୋଗିତା ରେ କୃତି ପ୍ରତିଯୋଗୀମାନଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରିଥିଲେ, ଶିକ୍ଷୟତ୍ରୀ ପୁଷ୍ପାଞ୍ଜଳି ଦାସ ବିବରଣୀ ପାଠ ଓ ସ୍କୁଲର ଅଧ୍ୟକ୍ଷ ଯଶୋବନ୍ତ ବାରିକ ଅତିଥି ମାନଙ୍କର ପରିଚୟ ଦେବା ସହ ଵିଦ୍ୟାଲର ଉତ୍ତମ ଶିକ୍ଷାଦାନ ସମ୍ପର୍କରେ କହିଥିଲେ, ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ନାଭାଲ କର୍ମଚାରୀ ମହେନ୍ଦ୍ର ଦାସ ଯୋଗ ଦେଇ ଶିକ୍ଷାଦାନ ସମ୍ପର୍କରେ ମତ ଦେଇଥିଲେ, ଏଥିରେ ଅନୁଷ୍ଠାନ ର ମୁଖ୍ୟ ଅଶୋକ କୁମାର ଓଝା, ରା଼ସ୍ମିନ ସାହୁ, ମଧୁସ୍ମିତା ସାହୁ, ଚନ୍ଦନା ନାୟକ, ହିମାଂଶୁ ପ୍ରଧାନ ରଞ୍ଜୁଲତା ମହାରଣା ପ୍ରମୁଖ ଉପସ୍ଥିତ ରହି ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ, ଏହି ଅବସରରେ ସ୍କୁଲର କୁନିକୁନି ପିଲା ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ ପ୍ରଶଂସନୀୟ ହୋଇଥିଲା, ମାହାଙ୍ଗାରୁ ଲଷ୍ମୀଧର ଖୁଣ୍ଟିଆଙ୍କ ରିପୋର୍ଟ