No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୧୭ ଏପ୍ରିଲ , ଶନିବାର ) ଓଡ଼ଗାଁ :- ଆଜି ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧବାର୍ଷିକୀ । କରୋନା କାୟା ଭିତରେ ଏହାକୁ ନିରାଡମ୍ବର ଭାବରେ ପାଳନ କରାଯାଇଛି । ସାମାଜିକ ଦୂରତା ରକ୍ଷା କରିବା ସହିତ ସୀମିତ ସଂଖ୍ୟକ ନେତା ଓ କର୍ମୀଙ୍କୁ ନେଇ ଆଜି ଓଡ଼ଗାଁ ବ୍ଲକ ନିକଟସ୍ଥ କଲ୍ୟାଣୀମଣ୍ଡପ ନିକଟରେ ବିଜୁବାବୁଙ୍କ ଶ୍ରାଦ୍ଧବାର୍ଷିକୀ ପାଳନ ହେଲା । ଆଜି ପ୍ରବାଦ ପୁରୁଷ ସ୍ମୃତି ଚାରଣ କରୁଛି ସାରା ଓଡ଼ିଶା । ତାଙ୍କ ସ୍ମୃତିରେ ଓଡ଼ଗାଁ ଠାରେ ନିରାଡମ୍ବର ଉତ୍ସବ ଆୟୋଜନ ହୋଇଥିଲା । ୧୯୧୬ ମାର୍ଚ୍ଚ ୫ ତାରିଖରେ କଟକ ଠାରେ ଜନ୍ମ ଗ୍ରହଣ କରିଥିଲେ ବିଜୁ ପଟ୍ଟନାୟକ । ୧୯୯୭ ମସିହା ଏପ୍ରିଲ ୧୭ ତାରିଖ ତାଙ୍କର ତିରୋଧାନ ହୋଇଥିଲା ।
ଓଡ଼ଗାଁ ବ୍ଲକ ଏବଂ ଏନ୍ଏସି ବିଜୁ ଜନତା ଦଳ ତରଫରୁ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ବିଜୁ ପଟ୍ଟନାୟକଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ପ୍ରଦାନ କରିବା ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା । ଓଡ଼ଗାଁ ବ୍ଲକ ର ବିଜେଡି ସଭାପତି ସୂର୍ଯ୍ୟ ନାରାୟଣ ଚୋୖଧୁରୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଜିଲ୍ଲାପରିଷଦ ସଭ୍ୟ ଲୋକନାଥ ସାହୁ , ବିଭୁପ୍ରସାଦ ସାହୁ , ଏନଏସି ସଭାପତି ରବୀନ୍ଦ୍ର ନାଥ ପୃଷ୍ଟି , ଯୁବ ସଭାପତି ପ୍ରଭାତ ଅଧିକାରୀ , ଯୁବ ସଂଗଠକ ବିଜନ ପାଇକରାୟ , ଦିଲ୍ଲୀପ ମାର୍ଥା , ପୂର୍ବତନ ସରପଞ୍ଚ ଦିବାକର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଭୂମିକା ସମ୍ପର୍କରେ ଜିଲ୍ଲାପରିଷଦ ସଭ୍ୟ ଲୋକନାଥ ସାହୁ କହିଥିଲେ । ବିଜୁବାବୁ ସର୍ବଦା ଲୋକସେବାକୁ ଗୁରୁତ୍ବ ଦେଉଥିଲେ କୋଭିଡ୍ ଭଳି ପ୍ରତିକୂଳ ପରିସ୍ଥିତି ସମୟରେ ଏହି ସେବା ମନୋଭାବକୁ ଆହୁରି ବୃଦ୍ଧି କରିବାର ଆବଶ୍ୟକତା ରହିଛି ବୋଲି ଯୁଵ ସଂଗଠକ ବିଜନ ପାଇକରାୟ କହିଥିଲେ । ( ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )
No Result
View All Result