ମାହାଙ୍ଗା, କଟକ (ଓଡିଶା ତାଜା ନିଉଜ ) ମାହାଙ୍ଗା 22/02/20:- କଟକ ଜିଲ୍ଲା ମାହାଙ୍ଗା ବ୍ଲକ ମଉଦା ଠାରେ ଏକ ମେଗା ସ୍ୱାସ୍ଥ୍ୟ ଶିବିରରେ ସ୍ଥାନୀୟ ଅଂଚଳର ପାଞ୍ଚ ଶହରୁ ଉର୍ଦ୍ଧ ରୋଗୀ ମାଗଣାରେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ସହ ସେମାନଙ୍କୁ ମାଗଣାରେ ଔଷଧ ଦିଆଯାଇଥିଲା, ଗ୍ରାମାଞ୍ଚଳରେ ଅବହେଳିତ ଲୋକ ମାନଙ୍କର ସ୍ୱାସ୍ଥ୍ୟ କୁ ଦୃଷ୍ଟିରେ ରଖି ମଉଦା ଶ୍ରୀରାମ କ୍ଲବ ଆନୁକୂଲ୍ୟରେ ମଧୁସୂଦନ ଜଗନ୍ନାଥ ବିଦ୍ୟାପୀଠ ପରିସରରେ ସ୍ୱାସ୍ଥ୍ୟ ସେବା ଶିବିର ସହ ମୋତିଆବିନ୍ଦୁ ଅସ୍ତ୍ରୋପଚାର କ୍ୟାମ୍ପ ଆୟୋଜନ କରାଯାଇଥିଲା, ଏଥିରେ ବରିଷ୍ଠ ଭେଷଜ ବିଶେଷଜ୍ଞ ଡାକ୍ତର ସଚ୍ଚିତାନଦ ମିଶ୍ର, ଡାକ୍ତର ସୂର୍ଯ୍ୟାସ୍ତ ସିଂହ, ଡାକ୍ତର ଶୁଭମ ପଣ୍ଡା ଡାକ୍ତର ସଶାଙ୍କ, ଡାକ୍ତର ଉତ୍ତମ ପଟନାୟକ, ରୋଟାରୀ ଚକ୍ଷୁ ଚିକତ୍ସାଳୟ ର ବହୁ ଡାକ୍ତର ଓ ପରେଶ ସାହୁ ପ୍ରମୁଖ ଯୋଗଦେଇ ପାଞ୍ଚଶହ ରୁ ଉର୍ଦ୍ଧ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ କେତେକ ଚକ୍ଷୁ ରୋଗୀଙ୍କ ମୋତିଆବିନ୍ଦୁ ଅସ୍ତ୍ରୋପଚାର କରିବାସହ ସେମାନଙ୍କୁ ମାଗଣା ଔଷଧ ଯୋଗାଇଦେଇଥିଲେ,
ଏଥିରେ ମାହାଙ୍ଗା ମେଡିକାଲ ଅର୍ଗାନାଇଜର ଅଜିତ କୁମାର ବେହେରା, ବିକ୍ରମ ଦାସ ସମେତ ବହୁ କର୍ମଚାରୀ ଉପସ୍ଥିତାରହି ରୋଗୀସେବା ଯୋଗାଇଦେଇଥିଲେ, ଏହି ଶିବିରରେ ମାହାଙ୍ଗା ବ୍ଲକ ଅଧ୍ୟକ୍ଷ ଶରତ ନାୟକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଭିକାରିଚରଣ ସ୍ୱାଇଁ, ଜିଲ୍ଲାପରିଷଦ ସଭ୍ୟ ହୃଷିକେଶ ସ୍ୱାଇଁ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ କୃଷ୍ନ କୁମାର ମିଶ୍ର, ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିଲେ, କ୍ଲବର ସଭାପତି ବିକ୍ରମ ପାଣ୍ଡେ, ସମ୍ପାଦକ ରମେଶ ମହାରଣା, ପରିଚାଳକ କ୍ରିଷ୍ଣାଶିଶ ମିଶ୍ର, ମାନସ ବେହୁରା, ପୀତବାସ ପଢ଼ିହାରୀ, ତୁଷାର ମିଶ୍ର, ଚିତ୍ତରଞ୍ଜନ ସାହୁ, ସନ୍ତୋଷ ସିଂହ, ବିଚିତ୍ରାନନ୍ଦ ମିଶ୍ର, ଅଭିମନ୍ୟୁ ମିଶ୍ର,ମିତ୍ରରଞ୍ଜନ ମିଶ୍ର ସିଡହେଶ୍ୱର ମିଶ୍ର, ଶୀଧେସ୍ୱର ରାଉତ, କୈଳାଶ ବେହୁରା ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ କର୍ମଚାରୀମାନେ ଉପସ୍ଥିତ ରହି ଶିବିର ପରିଚାଳନାରେ ସହଯୋଗ କରିଥିଲେ, ମାହାଙ୍ଗାରୁ ଲଷ୍ମୀଧର ଖୁଣ୍ଟିଆଙ୍କ ରିପୋର୍ଟ,