No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୧୫ ଏପ୍ରିଲ , ଗୁରୁବାର ) ପଦ୍ମପୁର :- ରାଜ୍ୟ ସରକାର ଲୋକଙ୍କ ସୁବିଧା ପାଇଁ ଅନେକ ଯୋଜନା କରୁଛନ୍ତି କିନ୍ତୁ କେତେକ ସ୍ୱାର୍ଥଲୋଭି ପ୍ରଶାସନିକ ଅଧିକାରୀ ଙ୍କ ଗର୍ବ ଏବଂ ଅହଙ୍କାର ପାଇଁ ଲୋକେ ରାଜ୍ୟ ସରକାରଙ୍କ ଉପରେ ଆସ୍ଥା ହରାଇଛନ୍ତି ସାଧାରଣ ଜନତା. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକଦା ବିଜେପୁର ନିର୍ବାଚନ ମଣ୍ଡଳୀରୁ ଭୋଟ ପାଇ ବିଜୟ ଲାଭ କରିଥିଲେ, ଲୋକଙ୍କ ଆଶା ଥିଲା ଯେ ଏଥର ମୁଖ୍ୟମନ୍ତ୍ରୀ ଲୋକଙ୍କ କଥା ଶୁଣିବେ କିନ୍ତୁ ବିଜେପୁର ବ୍ଲକରେ ଏଭଳି ବିଡିଓ ଏବଂ ତହସିଲଦାର ନିଯୁକ୍ତି ଦେଇଛନ୍ତି ଯେ ସେମାନେ ଲୋକଙ୍କ କଥା ତ ଛାଡ଼ନ୍ତୁ ସରକାର ଙ୍କ “ମୋ ସରକାର” ଏବଂ ୫ଟି ଯୋଜନା କୁ ଫୁ କରୁଛନ୍ତି.ବିଜେପୁର ବ୍ଲକ ଜୋଖିପାଲି ଗ୍ରାମର ଯୁବ ସଂଗଠନ ବିଜେପୁର ବିଡ଼ିଓ ଏବଂ ତହସିଲଦାର କୁ ଟ୍ୱିଟର ଆକାଉଣ୍ଟ ଖୋଲିବା ପାଇଁ ଦୀର୍ଘ ସାତ ମାସ ହେଲା ଏକ ଦାବିପତ୍ର ଦେଇଥିଲେ ହେଁ ତାକୁ କର୍ଣ୍ଣପାତ କରୁନାହାନ୍ତି
ସେମାନେ.ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୁହନ୍ତି ଲୋକମାନେ ହିଁ ପ୍ରକୃତ ସରକାର ଏବଂ ମାଲିକ,ବେତନଭୋଗି କର୍ମଚାରୀ ମାନେ ଲୋକଙ୍କ ପଇସାରେ ଲୋକଙ୍କ ସେବା ପାଇଁ ନିଯୁକ୍ତ ହୋଇଛନ୍ତି କିନ୍ତୁ ଏହି ଘଟଣା ଜାଣିବା ପରେ ସମସ୍ତେ ଭାବିବାକୁ ବାଧ୍ୟ ହେବେ ଯେ ବିଜେପୁର ବ୍ଲକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫ଟି ସଚିବ ଭି କେ ପଣ୍ଡିଆନଙ୍କ କଥାର କିଛି ମୁଲ୍ୟ ନାହିଁ..ଅଂଚଳରେ ସାମାଜିକ ଗଣମାଧ୍ୟମ ଟ୍ୱିଟର ମାଧ୍ୟମରେ କରାଯାଉଥିବା ଅଭିଯୋଗ ଗୁଡ଼ିକ ବର୍ଷ ବର୍ଷ ଧରି ପଡ଼ିରହୁଛି ଯାହାଫଳରେ ଲୋକଙ୍କ ସରକାର ପ୍ରତି ଥିବା ଆସ୍ଥା ଧୀରେ ଧୀରେ ଭାଙ୍ଗିଯାଉଛି l ଏଥିରୁ ସ୍ପଷ୍ଟ ଭାବେ ଜଣାପଡୁଛି ଯେ ବିଜେପୁର ଅଂଚଳରେ ବିଡ଼ିଓ ଏବଂ ତହସିଲଦାର ଙ୍କ ଏକଛତ୍ରବାଦ ଶାସନ ଚାଲୁଛି ସେମାନେ ଲୋକଙ୍କ କଥା ତ ଛାଡ଼ନ୍ତୁ ସ୍ୱୟଂ ମୁଖ୍ୟମନ୍ତ୍ରୀ ଙ୍କ “ମୋ ସରକାର” ଏବଂ ୫ଟି କୁ ଉପହାସ କରୁଛନ୍ତି । (ରିପୋର୍ଟ – ନିରୋଜ କୁମାର ପାଣୀ)
No Result
View All Result