No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୧୪ ଏପ୍ରିଲ , ବୁଧବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାକୁ ପୁଣି ଫେରିଲା କରୋନା ସଂକ୍ରମଣ । ଗଜପତି ଜିଲ୍ଲାରେ ଆଜିପୁଣି ୩୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ କରୋନା ସଂକ୍ରମୀତଙ୍କ ସଂଖ୍ୟା ୪୧୭୨ରେ ପହଞ୍ଚିଛି l ୩୧ଜଣ କରୋନା ସଂକ୍ରମିତ ଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ପୌରପରିଷଦ ଅଞ୍ଚଳର-୨୧ ଗୋଷାଣୀ – ୬, ନୂଆଗଡ- ୧, ଗୁମ୍ମା– ୧, ଆର.ଉଦୟଗିରି-୧ ଆନ୍ଧ୍ରପ୍ରଦେଶରୁ-୧ଏଭଳି ମୋଟ
୩୧ଜଣ କରୋନା ପୋଜେଟିଭ ଚିହ୍ନଟ ହୋଇଥିବା ଗଜପତି ଜିଲ୍ଲାପାଳ ଅନୁପମ ଶାହା ଏକ ପ୍ରେସ ବିଜ୍ଞପ୍ତି ଜାରି କରିଏହି ସୂଚନା ଦେଇଛନ୍ତି l ଏହି ୩୧ ଜଣଙ୍କୁ ମିଶାଇ ଗଜପତି ଜିଲ୍ଲାରେ ମୋଟ ୪୧୭୨ଜଣ କରୋନାରେ ଆକ୍ରନ୍ତ ହୋଇଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛନ୍ତି l ଚିଂହଟ ସମସ୍ତ କରନା ସଂକ୍ରମିତ ପୋଜେଟିଭ ମାନେ ନିଜ ନିଜ ଘରେ ହୋମ ଆଇସୋଲେସନ ରେ ରହ ଚିକିତ୍ସିତ ହେଉଛନ୍ତି l ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରତ୍ୟେକଙ୍କୁ ଦୁଇ ଓଳି ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି l ( ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result