No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୪ ଏପ୍ରିଲ , ବୁଧବାର ) ବରଗଡ଼ :- ବିନା ଯୌତୁକ, ଜାତକ, ଜାତି ବିହୀନ ଆଦର୍ଶ ଗଣ ବିବାହ ବରଗଡ଼ ସୌଖିନ ରଙ୍ଗ ମଞ୍ଚ ଠାରେ ଅନୁଷ୍ଠିତ ହୋଇଯାଇଛି । ଡ଼ଃ ବାବା ସାହେବ ଆମ୍ବେଦକର ଙ୍କ ୧୩୦ତମ ଜୟନ୍ତୀ ଉପଲକ୍ଷେ ଏହି ଆଦର୍ଶ ଗଣ ବିବାହ ଅନୁଷ୍ଠିତ ହୋଉଥିଲା । ଚଳିତ ବର୍ଷ ୫ ଯୋଡି ନବଦମ୍ପତି ଏହି ବିବାହ ରେ ସାମିଲ ହୋଇଛନ୍ତି । ମହିମା ବାରିକ ସହ ସୁବସିନୀ ସୁନା, ବାଦଲ ରୋହୀଦାସ ସହ ସଂଗୀତା କୁମ୍ଭାର, ଅବଧୂତ ନନ୍ଦ ସହ କିଶୋରୀ ବାରିହା, ଅଭିଷେଖ ଶିଖା ସହ ଜ୍ୟୋତିର୍ମୟୀ ସାହୁ, ଅର୍ଜୁନ ଦୀପ ସହ ମଞ୍ଜୁ ମଟାରି ବିବାହ ବନ୍ଧନରେ ଆବଦ୍ଧ ହେଲେ ।
ସମ୍ବିଧାନ କୁ ସାକ୍ଷୀ ରଖି ନୂଆ ଜୀବନ ଆରମ୍ଭ କରିବା କୁ ଶପଥ ନେଇଛନ୍ତି ଏହି ଦମ୍ପତି ମାନେ । ଆମ୍ବେଦକର ଚେରୀଟେବଲ ଟ୍ରଷ୍ଟ ପକ୍ଷରୁ ଗତ ୧୫ ବର୍ଷ ଧରି ଏହି ଆଦର୍ଶ ଗଣ ବିବାହ ଚାଲି ଆସୁଛି । ସଂସ୍ଥାପକ ପବିତ୍ର ଦେହେରି ସମସ୍ତଙ୍କୁ ବାବା ସାହେବ ଙ୍କ ଜୟନ୍ତୀ ଉପଲକ୍ଷେ ଶୁଭେଚ୍ଛା ଜଣାଇଥିଲେ ଓ ନବ ଦମ୍ପତି ଙ୍କୁ ଆଶୀର୍ବାଦ କରିଥିଲେ ।
ସେହିପରି ମୁଖ୍ୟ ଅତିଥି ଭାବେ ଚନ୍ଦ୍ରଶେଖର ବାଗ, ସମାଜସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ ,ମହମ୍ମଦ ଅସଲମ ଅନସାରି, ଶିକ୍ଷାବିତ ମନୋରଞ୍ଜନ ସାହୁ, ଉର୍କୁଳୁ ତାଣ୍ଡି ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଗୁରୁପ୍ରୀତ ସିଂ, ରମେଶ ମହାପାତ୍ର, ଭାବନୀ ସାହୁ, ମରିୟମ ବାର୍ଳା, ଅଲିମ ରିଜବୀ, ପଦ୍ମଲୟା ଦୀପ, ଯଶୋବନ୍ତି ପୋଢ଼ , ରମେଶ ସୁନା, ଚନ୍ଦ୍ର କୁମ୍ଭାର, ବଳରାମ ଦୀପ,ଅମିତାଵ ପାତ୍ର ଓ ସାବିତ୍ରୀ ବାଇ ଫୁଲେ ସଙ୍ଘଠନ ର ସଦସ୍ୟ ମାନେ ଉପସ୍ଥିତ ରହି ଥିଲେ । (ସତ୍ୟ ନାରାୟଣ ପ୍ରଧାନ ବରଗଡ଼)
No Result
View All Result