No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୨ ଏପ୍ରିଲ ସୋମବାର )ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ସଦର ମହକୂମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ନିକଟରେ ଥିବା ଏକ ଘରେ ଚୋର ମାନେ ବାହାରୁ ପଟୁ ଗ୍ରିଲ କାଟି ଘରେ ପ୍ରବେଶ କରି ଆଲମିରା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନାଗହଣା, ରୂପା, ପାଟଶାଢ଼ୀ ଧରି ଫେରାର ହୋଯାଇଛନ୍ତି l ଘଟାଣରୁ ପ୍ରକାଶ ଯେ, ଘରର ମାଲିକ ମୋନଜ ନାଗେନ୍ଦ୍ର ପଣ୍ଡା ଅବସରପ୍ରାପ୍ତ ସାମରିକ ବାହିନୀ କର୍ମଚାରୀ ନିଜ ପରିବାର ସହ ପୁଅ ପାଖକୁ ତିନି ମାସ ହେବ ହାଇଦ୍ରାବାଦ ଚାଲିଯାଇଛନ୍ତି l ଏହାର ସୁଯୋଗ ନେଇ ଚୋର ମାନେ ଏହି କାଣ୍ଡ ଘଟାଇଥିବା ଜଣପଡିଛି l ଆଜି ସକାଳେ ସେହି ଖଞ୍ଜା ସାହିରେ ରହୁଥିବା ଘର ମାଲିକଙ୍କ ଶଳା ମୋନାଜ କୁମାର ପଣ୍ଡା ଫୁଲ ଆଣିବାପାଇଁ ଘରକୁ ଯାଇଥିବା ଘର ଭିତରେ ଲାଇଟ ଜଳୁଥିବା ଦେଖିଥିଲେ ଏବଂ ଘରର ଚାବି ମଧ୍ଯ କଟରରେ କଟା ଯାଇଥିବା ଏବଂଚରମାନେ ଚୋରି କରି ପଛପଟ କବାଟର ଚାବି ଭାଙ୍ଗି ଫେରାର ହୋଇଯାଇଥିବା ଦେଖି ପୋଲିସକୁ ଖବର ଦେଇଥିଲେ ପାରଳାଖେମୁଣ୍ଡି ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରି ଫେରି ଯାଇଛନ୍ତି l
ପାରଳାଖେମୁଣ୍ଡି ସହରରେ ଦିନକୁ ଦିନ ଚୋରି ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ଏହା ପୁର୍ବରୁ ପୁରୁଣlପଟଣା ଡି ବାର ନିକଟରେ ଏକ ଘରେ ଘରମାଲିକଙ୍କ ଅନୁପସ୍ଥିତିରେ ସୁଜଗ ନେଇ ସେଘରେ ରଖିଥିବା ୧୮ଭରି ସୁନା ସମେତ ରୂପା ଓ ନଗଦ ଲକ୍ଷାଧିକ ଟଙ୍କା ଚୋରି କରି ନେଇ ଫେରାର ହୋଇଯାଇଥିଲେ ଏଭଳି ବହୁ ଚୋରି ଘଟଣା ଲଗାତାର ସହରରେ ବୃଦ୍ଧି ପାଉଥିବା ବେଳେ ପାରଳାଖେମୁଣ୍ଡି ପୋଲିସର ନିଷ୍କ୍ରିୟତା ନେଇ ଜନସାଧାରଣ ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବକୁ ମିଳୁଛି lଏଣୁ ପୋଲିସ ବିଭାଗୀୟ ଉଚ୍ଚ ର୍କୃପକ୍ଷଙ୍କ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଚୋରି ଘଟଣା ଗୁଡ଼ିକୁ ଗମ୍ଭୀରତା ସହ ନେଇ ଅଗ୍ରାଧିକାର ସହ ଚୋରି ଘଟଣା ଗୁଡ଼ିକୁ ଗୁରୁତ୍ଵ ଦେଇ କାର୍ଯ୍ୟ କରିବା ପାଇଁ ପଦକ୍ଷେପ ନେବାକୁ ଏ ଅଞ୍ଚଳର ସର୍ବ ସାଧାରଣରେ ଦାବି ହେଉଛି l ( ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result