No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୨ ଏପ୍ରିଲ ସୋମବାର ) ଭୁବନେଶ୍ୱର :- ସ୍ୱିଚ୍ ମୋବିଲିଟି ଅଟୋମୋଟିଭ୍ ଲିମିଟେଡ୍ ପକ୍ଷରୁ ଭାରତର ଇ-ମୋବିଲିଟି ବଜାରରେ ରହିଥିବା ଆହ୍ୱାନର ସମାଧାନ କରିବା ଲାଗି ସିମେନ୍ସ ଲିମିଟେଡ୍ ସହିତ ସହଯୋଗିତା ସ୍ଥାପନ କରାଯାଇଛି । ଦୁଇ କଂପାନି ମଧ୍ୟରେ ବୁଝାମଣାପତ୍ର (ଏମ୍ଓୟୁ) ସ୍ୱାକ୍ଷର କରାଯାଇଛି । ସ୍ୱିଚ୍ ମୋବିଲିଟି ଅଟୋମୋଟିଭ୍ ଓ ସିମେନ୍ସ ଏହି ସହଯୋଗିତା ଜରିଆରେ ଇଲେକ୍ଟ୍ରିକ୍ ବାଣିଜ୍ୟିକ ପରିବହନ ଓ ଇ-ମୋବିଲିଟି ପ୍ରକଳ୍ପକୁ ଭାରତରେ କାର୍ଯ୍ୟକାରୀ କରିବେ । ଭାରତର ବିଭିନ୍ନ ବାଣିଜ୍ୟିକ ଯାନ ଗ୍ରାହକଙ୍କୁ ପ୍ରଭାବୀ, ସୁଲଭ ଏବଂ ନିରନ୍ତର ଇମୋବିଲିଟି ସମାଧାନ ପ୍ରଦାନ କରିବା ହେଉଛି ଏହି ଏମ୍ଓୟୁର ଲକ୍ଷ୍ୟ । ସ୍ୱିଚ୍ ମୋବିଲିଟି ଇଲେକ୍ଟ୍ରିକ୍ ବାଣିଜ୍ୟିକ ଯାନର ଅନୁଭୂତି ଆଣିବ ଏବଂ ସିମେନ୍ସ ଚାର୍ଜିଂ ଭତ୍ତିଭୂମି ପ୍ରଯୁକ୍ତି ପ୍ରଦାନ କରି ଭରସାଯୋଗ୍ୟ ମଧ୍ୟମ ଭୋଲ୍ଟେଜ୍ ଗ୍ରିଡ୍ ସମାଧାନ ପ୍ରଦାନ କରିବ ।
ଏ ସମ୍ପର୍କରେ ଶ୍ରୀଯୁକ୍ତ ଧୀରଜ ହିନ୍ଦୁଜା, ଅଧ୍ୟକ୍ଷ, ସ୍ୱିଚ୍ ମୋବିଲିଟି କହିଛନ୍ତି ଯେ, “ଭାରତର ବାଣିଜ୍ୟିକ ଯାନ ବଜାରରେ ସ୍ୱିଚ୍ ମୋବିଲିଟିର ଦୃଢ଼ ଉପସ୍ଥିତି ରହିଛି ଏବଂ ଏହା ଶୂନ କାର୍ବନ ନିର୍ମଗନ ପରିବହନ ଅଭିଳାଷର ପ୍ରଚାର କରିବ । ଭାରତ ଓ ବ୍ରିଟେନ୍ରେ ଆମର ୨୩୦ରୁ ଅଧିକ ଇଲେକଟ୍ରିକ୍ ଯାନ ଚାଲୁଥିବା ବେଳେ ଭାରତ, ୟୁରୋପ ଏବଂ ବିଶ୍ୱର ଅନେକ ବଜାରରେ ସ୍ୱିଚ୍ ମୋବିଲିଟି ପାଇଁ ବିପୁଳ ସୁଯୋଗ ରହିଛି । ଆମର ଲକ୍ଷ୍ୟ ହେଉଛି ଇଲେକ୍ଟ୍ରିକ୍ ଯାନକୁ ଅଧିକ ସୁଲଭ କରିବା ଯେଉଁଥିପାଇଁ ସିମେନ୍ସ ସହଯୋଗିତା ପ୍ରଦାନ କରିବ । ଏହି ସହଯୋଗିତାକୁ ନେଇ ମୁଁ ଅତ୍ୟନ୍ତ ଉଲ୍ଲସିତ ।’’ ଶ୍ରୀଯୁକ୍ତ ନିତୀନ ସେଠ୍, ନିର୍ଦ୍ଦେଶକ, ସ୍ୱିଚ୍ ମୋବିଲିଟି ଲିମିଟେଡ୍ କହିଛନ୍ତି ଯେ, “ସିମେନ୍ସ ସହିତ ଆମର ସହଯୋଗିତା ଚିହ୍ନଟ ହୋଇଥିବା ନିର୍ଦିଷ୍ଟ କ୍ଷେତ୍ରକୁ ନେଇ ରହିଛି ଯାହା ଆମକୁ ଏକ ଶିଳ୍ପ ଭାବେ ସ୍ୱଚ୍ଛ ଓ ନିରନ୍ତର ଗମନାଗମନ ସମାଧାନ ଆଡ଼କୁ ନେଇଯିବ ।
ଆମର ଲକ୍ଷ୍ୟ ହେଉଛି ଟୋଟାଲ୍ କଷ୍ଟ୍ ଓନର୍ସିପ୍ (ଟିସିଓ) ପ୍ରଦାନ କରିବା ଏବଂ ସିମେନ୍ସ ସହିତ ଆମେ ଇ-ମୋବିଲିଟିକୁ ଭାରତରେ ବ୍ୟବସାୟ ଓ ପରିବେଶ ପାଇଁ ସମାଧାନ ପ୍ରଦାନ କରିବା ଉପରେ ଗୁୁରୁତ୍ୱାରୋପ କରିବୁ ।’’ ଶ୍ରୀଯୁକ୍ତ ସୁନୀଲ ମାଥୁର, ପରିଚାଳନା ନିର୍ଦ୍ଦେଶକ ଓ ସିଇଓ, ସିମେନ୍ସ ଇଣ୍ଡିଆ କହିଛନ୍ତି ଯେ, “ବାଣିଜ୍ୟିକ ଯାନ ପାଇଁ ଇ-ମୋବିଲିଟି ସମାଧାନ ପ୍ରଦାନ କରିବାର ଏକ ଅଗ୍ରଣୀ ସଂସ୍ଥା ହେଉଛି ସିମେନ୍ସ । ସାରା ବିଶ୍ୱରେ ଆମେ ଇଲେକ୍ଟ୍ରିକ୍ ବାଣିଜ୍ୟିକ ଯାନ ପ୍ରକଳ୍ପ କାର୍ଯ୍ୟକାରୀ କରୁଛୁ । ସ୍ୱିଚ୍ ମୋବିଲିଟି ସହିତ ଆମେ ଭାରତର ବର୍ଦ୍ଧିତ ଇମୋବିଲିଟି ବଜାରରେ ଉଚ୍ଚ ମାନର ଟେକ୍ନୋ-କମର୍ସିଆଲ୍ ସମାଧାନ ପ୍ରଦାନ କରିବୁ ।’’
No Result
View All Result