No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୧୨ ଏପ୍ରିଲ ସୋମବାର )କଟକ :- ଫୁଲନଖରା ନିକଟସ୍ଥ ଖୁନୁକାର ଗ୍ରାମର ବାବା ଭୁକ୍ତେଶ୍ୱରଙ୍କ ପୀଠରେ କୋଭିଡ଼ ନିୟମକୁ ପାଳନ କରି ଷଷ୍ଠ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ , ସୋମବାର ସନ୍ଧ୍ୟାରେ ପୂର୍ଣ୍ଣାହୁତୀ ଦିଆଯାଇ ସମାପନ ହୋଇଛି । ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ମହାଯଜ୍ଞ ଉପଲକ୍ଷେ ଶ୍ରଦ୍ଧାଳୁ ମାନେ ପୁରୁଣା କାଚରାମାଳ ସ୍ଥିତ ପୁରୀ ମୁଖ୍ୟ କେନାଲରେ କଳସ ବୁଡାଇ ଶୋଭାଯାତ୍ରାରେ ଯାଇଥିଲେ । କଳସ ସ୍ଥାପନ, ମଣ୍ଡଳ ସ୍ଥାପନ, ଅଗ୍ନି ସ୍ଥାପନ, ସୂର୍ଯ୍ୟ ପୂଜା, ହୋମଯଜ୍ଞ କରାଯାଇ ପୂର୍ଣ୍ଣ ଆହୁତି ଅନୁଷ୍ଠିତ ହୋଇଥିଲା ।

ଏହି ଅବସରରେ ଗ୍ରାମର ଶ୍ରଦ୍ଧାଳୁ ମାନେ, ବାବା ଭୁକ୍ତେଶ୍ୱରଙ୍କୁ ଦର୍ଶନ କରିବା ସହିତ, ଯଞ ନାରାୟଣଙ୍କୁ ପୁଷ୍ପାଞ୍ଜଳି ଦେଇଥିଲେ । ଯଞ ପୂର୍ଣ୍ଣାହୁତୀ ପରେ ଶ୍ରଦ୍ଧାଳୁ ମାନଙ୍କୁ ପ୍ରସାଦ ଶେଷଦେବ ର ବ୍ୟବସ୍ଥା କରାଯାଇଥିଲା । ଗ୍ରାମର ମୁରବି ଏବଂ ଯୁବକ ସଂଘର ସମସ୍ତ ସଦସ୍ୟ, ଯଞ ଆରମ୍ଭ ଠାରୁ ଉଦଯାପନ ପର୍ଯ୍ୟନ୍ତ, ଉପସ୍ଥିତ ରହି ସୂଚାରୁ ରୂପେ କାର୍ଯ୍ୟ ପରିଚାଳନା କରିଥିଲେ । ( ରିପୋର୍ଟ – ଅମୂଲ୍ୟ କୁମାର ବାରିକ )
No Result
View All Result