No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୧ ଅପ୍ରେଲ ରବିବାର) କଟକ :– ଜଳ ହିଁ ଜୀବନ । କେଉଁଠି ଲୋକେ ପାଣି ଟୋପାଏ ପାଇଁ ଡହଳ ବିକଳ ହେଉଛନ୍ତି ତ ଆଉ କେଉଁଟି ପାନୀୟଜଳ ଅପଚୟ ହେଉଛି । କଟକ ସହରର ବିଭିନ୍ନ ସ୍ଥାନରେ ଜଳ ଅପଚୟ ହେଉଥିବା ଦେଖିବାକୁ ମିଳିଛି । ତୁରନ୍ତ ଏହାକୁ ରୋକା ନ ଗଲେ ଆଗାମୀ ଦିନରେ ଉତ୍କଟ ଜଳ ସମସ୍ୟାର ସମ୍ମୁଖୀନ ହେବେ ସହରବାସୀ । କଟକ ସହରର ଲୋକସଂଖ୍ୟା ସାଢେ ୬ ଲକ୍ଷ । ଏଠାରେ ପ୍ରତ୍ୟେକ ଦିନ ୯୨.୮୫ ମିଲିୟନ ଲିଟର ପାନୀୟଜଳର ଆବଶ୍ୟକତା ରହିଛି ।
ହେଲେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କଟକକୁ ଦୈନିକ ୧୦୭.୭ ମିଲିୟନ ଲିଟର ପାନୀୟଜଳ ଯୋଗାଇ ଦିଆଯାଉଛି । ଆବଶ୍ୟକତାରୁ ଅଧିକ ଜଳ ଯୋଗା ଯାଉଥିଲେ ମଧ୍ୟ ସେଥିମଧ୍ୟରୁ ୩୦ରୁ ୪୦ ପ୍ରତିଶତ ପ୍ରତ୍ୟେକ ଦିନ ନଷ୍ଟ ହେଉଛି । ସହରର ବିଭିନ୍ନ ସ୍ଥାନରେ ଥିବା ୧୯୫ଟି ବୋରିଂରୁ ପାଣି ସଂଗ୍ରହ କରାଯାଇଥାଏ । ସହରାଞ୍ଚଳର ୭୮ ହଜାର ପାନୀୟଜଳ ଉପଭୋକ୍ତାଙ୍କ ପାଇଁ ଗଳିକନ୍ଦିରେ ପ୍ରାୟ ୩ ହଜାର ଷ୍ଟାଣ୍ଡପୋଷ୍ଟ ରହିଛି । ହେଲେ ଅଧିକାଂଶ ସ୍ଥାନରେ ପାଇପ୍ ଲାଇନ୍ ଲିକେଜ, ପାଣିଟାଙ୍କିରୁ ଓଭର ଫ୍ଲୋ, ପାଣିଟ୍ୟାପ୍ ଅନେକ ସମୟରେ ଖୋଲା ରହୁଥିବାରୁ ବହୁ ପରିମାଣର ଜଳ ନଷ୍ଟ ହେଉଛି। ତୁରନ୍ତ ଏଥିପ୍ରତି ଦୃଷ୍ଟି ଦିଆଗଲେ ଆଗାମୀ ଦିନରେ ଜଳ ଅପଚୟକୁ ରୋକାଯାଇପାରିବ । (ରିପୋର୍ଟ ଭଞ୍ଜ ବିହାରୀ ମହାନ୍ତି)
No Result
View All Result