No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୧୧ ଅପ୍ରେଲ ରବିବାର) କଳାହାଣ୍ଡି :- ଓଡ଼ିଶା ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କଳାହାଣ୍ଡି ଜିଲ୍ଲା ଗ୍ରସ୍ତରେ ଆସି କରୋନା ମୁକାବିଲାର ସମୀକ୍ଷା ବୈଠକ କରିଛନ୍ତି । ଜିଲ୍ଲାର ସମସ୍ତ ବ୍ୟକ୍ତି ବିଶେଷ ଯେପରି ମାସ୍କ ପରିଧାନ କରିବେ ଏବଂ ନାଇଟ କର୍ଫ୍ୟୁ ନିୟମ କଡ଼ାକଡ଼ି ପାଳନ କରିବାକୁ ମୁଖ୍ୟଶାସନ ସଚିବ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।
ଜିଲ୍ଲାର କାମଠଣାସ୍ଥିତ କୋଭିଡ ଚିକିତ୍ସାଳୟ ପରିଦର୍ଶନ ସହ ଜିଏନ୍ଏମ୍ ନର୍ସିଂ ସ୍କୁଲରେ କୋଭିଡ ପ୍ରସ୍ତୁତି ଉପରେ ଜିଲ୍ଲା ପ୍ରଶାସନ ଓ ସ୍ଵାସ୍ଥ୍ୟ ବିଭାଗ ଅଧିକାରୀଙ୍କୁ ସହ ଏକ ସମିକ୍ଷା ବୈଠକ କରିଛନ୍ତି । କୋଭିଡ ହସ୍ପିଟାଲରେ ରୋଗିମାନଙ୍କୁ କିପରି ଚିକିତ୍ସା ଯୋଗାଇ ଦିଆଯାଉଛି, ଔଷଧ, ଆମ୍ବୁଲାନ୍ସ ଓ ଗୁରୁତର ରୋଗୀମାନଙ୍କୁ ଶୀଘ୍ର ସ୍ଥାନାନ୍ତର ଆଦି ସୁବିଧା ସଂପର୍କରେ କୋଭିଡ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ମୁଖ୍ୟ ଶାସନ ସଚିବଙ୍କ ସହ ଏମ୍ ଇଟି ନିର୍ଦ୍ଦେଶକ ଡ଼ା ସିବିକେ ମହାନ୍ତି, ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡ଼ା ବିଜୟ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । (ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)
No Result
View All Result