No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୮ ଏପ୍ରିଲ ୨୦୨୧, ଗୁରୁବାର )ପାରଳାଖେମୁଣ୍ଡି :-ଗଜପତି ଜିଲ୍ଲା ଅଡବା ଥାନା ପକ୍ଷରୁ ଏସ୍.ଆଇ. ଚନ୍ଦନ ଦାସଙ୍କ ନେତୃତ୍ୱରେ ପେଟ୍ରୋଲିଙ୍ଗ କଲା ବେଳେ ମାଣ୍ଡିମେରା-ଭକ୍ତ ନଗରରୁ ଏକ କାର ନଂ ଜେଏଚ୍ ୦୧ ଭି ୨୭୦୯ ରୁ ୬୭ କେଜି ୪୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି । ଉକ୍ତ ଗଞ୍ଜେଇ ଅଡବା ଅଞ୍ଚଳରୁ ବିହାର ରାଜ୍ୟକୁ ଚାଲାଣ ହେଉଥିବା ପୋଲିସ ସୂଚନା ପ୍ରଦାନ କରିଛନ୍ତି ।
ଗଞ୍ଜେଇ ଚାଲାଣ ଅଭିଯୋଗେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଅଭିଯୁକ୍ତ ମାନେ ହେଲେ ବିହାର ରାଜ୍ୟର ପାଟଣା ଅଞ୍ଚଳର ଶାନ୍ତି ସିଂ ଏବଂ ନାଳନ୍ଦାର ରଜନୀକାନ୍ତ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୩ଲକ୍ଷରୁ ଉର୍ଦ୍ଧ ହେବ । ଗଞ୍ଜେଇ ଜବତ ବେଳେ ମୋହନା ତହସିଲଦାର କଲ୍ୟାଣି ସଂଘମିତ୍ରା ଦେବୀ ମାଜିଷ୍ଟ୍ରେଟ ଭାବେ ଉପସ୍ଥିତ ରହିଥିଲେ । (ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result