No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୮ ଏପ୍ରିଲ ୨୦୨୧, ଗୁରୁବାର )ଭୁବନେଶ୍ୱର :- ବଢି ଚାଲିଥବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି , ଡାଲମିଆ ସିମେଣ୍ଟ ଭାରତ ଲିମିଟେଡ଼ର ଟାଙ୍ଗି ସ୍ଥିତ କାରଖାନା କପିଳାସ ସିମେଣ୍ଟ ମାନୁଫାକଚରିଙ୍ଗ ୱାର୍କ୍ସର ଆବାସୀୟ ପରିସରରେ ରହୁଥବା ସମସ୍ତ କର୍ମଚାରୀ ଏବଂ ସେମାନଙ୍କ ପରିବାରବର୍ଗଙ୍କ ପାଇଁ ଏକ ଦିନିକିଆ କୋରୋନା ସଂକ୍ରମଣ ସଚେତନତା କାର୍ଯ୍ୟକ୍ରମ ତଥା କୋଭିଡ ପରୀକ୍ଷଣ (ଆରଟିପିସିଆ) ଶିବିରର ଆୟୋଜନ କରାଯାଇଥିଲା l ଆବାସୀୟ ପରିସରସ୍ଥ ବହୁମୁଖୀ କେନ୍ଦ୍ରରେ ଆୟୋଜିତ ଏହି ଶିବିରରେ କମ୍ପାନୀର ୧୩୦ରୁ ଉର୍ଦ୍ଧ୍ବ କର୍ମଚାରୀ ଓ ତା’ଙ୍କ ପରିବାରବର୍ଗ କୋଭିଡ ପରୀକ୍ଷଣ କରାଇଥିଲେ l
ସଚେତନତା ଶିବିରରେ ଉପସ୍ଥିତ କପିଳାସ କାରଖାନା ମୁଖ୍ୟ ଶ୍ରୀ ରାମଅବତାର ଶର୍ମା କହିଥିଲେ, “କୋଭିଡ ସଂକ୍ରମଣର ଦ୍ୱିତୀୟ ଲହରୀ ଏବେ ବଢ଼ୁଥିବାରୁ, ଆମକୁ ପୁଣି ଥରେ ସତର୍କ ହୋଇ ଚାଲିବାକୁ ପଡିବ l କିଛି ଦିନ ତଳେ କମ୍ପାନୀ ପରିସରରେ କିଛି କୋଭିଡ ଘଟଣା ଆଗକୁ ଆସିବା ପରେ, କୋଭିଡ ଜନିତ ସମସ୍ତ ସୁରକ୍ଷାବିଧିକୁ ଉଭୟ କାରଖାନା ଏବଂ ଆବାସୀୟ କ୍ଷେତ୍ରରେ କଡାକଡି ଭାବରେ ପାଳନ କରାଯାଉଛି l ଆଜିର ସଚେତନତା କାର୍ଯ୍ୟକ୍ରମ ଏବଂ ପରୀକ୍ଷଣ ଶିବିର ସେ ଦିଗରେ ଏକ ପ୍ରଚେଷ୍ଟା l ଏହିପରି କାର୍ଯ୍ୟକ୍ରମ ଦ୍ୱାରା ଆମେ ସାଧାରଣ ଜନତାଙ୍କୁ ମଧ୍ୟ ସଚେତନ କରିବାକୁ ଚେଷ୍ଟା କରିବୁ l” ଟାଙ୍ଗି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବିଜୟ କୁମାର ସାହୁ ଓ ତାଙ୍କ ସଦସ୍ୟମାନେ, ଡାଲମିଆ ସିମେଣ୍ଟର ଅଧିକାରୀଗଣଙ୍କ ସହିତ ଏହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ ଦେବାରେ ସହଯୋଗ କରିଥିଲେ l
No Result
View All Result