No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୮ ଏପ୍ରିଲ ୨୦୨୧, ଗୁରୁବାର ) ଭୁବନେଶ୍ୱର :- ରାଜ୍ୟର ବିଭିନ୍ନ ଜିଲ୍ଲା, ବ୍ଲକ ଏବଂ ପଞ୍ଚାୟତ ମାନଙ୍କ ରେ ଥିବା ଅବ୍ୟବହୃତ ସରକାରୀ ସମ୍ପତ୍ତି କୁ ସମ୍ପୃକ୍ତ ଜିଲ୍ଲା ର ଜିଲ୍ଲା ,ବ୍ଳକ ଓ ପଞ୍ଚାୟତ ସ୍ତରରେ ଥିବା ମିଶନ ଶକ୍ତି ମହାସଂଘ ମାନଙ୍କୁ ଦୁଇ ମାସ ମଧ୍ୟରେ ହସ୍ତାନ୍ତର କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଜିଲ୍ଲା ପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆମର ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ଓ ଜିଲ୍ଲା ମାନଙ୍କ ରେ ରହିଛି ଅନେକ ଅବ୍ୟବହୃତ ସରକାରୀ ସମ୍ପତ୍ତି ଯଥା ସରକାରୀ କୋଠା ,ଦୋକାନ ଘର ଗଡ଼ିଆ ପୋଖରୀ ଇତ୍ୟାଦି ।
ଏଗୁଡିକୂ ସମ୍ପୃକ୍ତ ଜିଲ୍ଲା ବ୍ଳକ ଓ ପଞ୍ଚାୟତ ରେ ଥିବା ମିଶନ ଶକ୍ତି ମହାସଂଘ ମାନଙ୍କୁ ଦିଆଗଲେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମାନେ ଏହାକୁ ସେ ଅଞ୍ଚଳ ର ସାମାଜିକ ଓ ଆର୍ଥିକ ବିକାଶ ରେ ଲଗାଇ ପାରିବେ । ସାଧାରଣ ଲୋକ ଉପକାର ପାଇବେ ।ମିଶନ ଶକ୍ତି ର ମା ମାନେ ତାକୁ ଆଥିର୍କ କାର୍ଯ୍ୟ ରେ ଲଗାଇ ପାରିବେ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମହିଳା ମାନଙ୍କ ସଶକ୍ତିକରଣ ସବୁବେଳେ ତାଙ୍କ ସରକାର ର ପ୍ରାଥମିକତା ରହିଆସିଛି ।ମିଶନ ଶକ୍ତି ଆଜି ପରିବର୍ତନର କର୍ଣଧାର ହୋଇଛି । ମା ମାନଙ୍କ ର ଏହି ନୀରବ ଆନ୍ଦୋଳନ କୁ ଆହୁରି ମଜବୁତ କରିବା ରେ ଏହି ପଦକ୍ଷେପ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର ମିଶନ ଶକ୍ତି କୁ ଏକ ସ୍ବତନ୍ତ୍ର ବିଭାଗ ର ମାନ୍ୟତା ଦେଇଛନ୍ତି । ଆମର ସତୁରୀ ଲଷ ମା ମାନଙ୍କୁ ସଶକ୍ତ କରିବାରେ ଏହି ଆହୁରି ଦଷତା ର ସହ ସେବା ଯୋଗାଇବ ବୋଲି ଆଶା କରାଯାଏ
No Result
View All Result