• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବେଦାନ୍ତର “ୱେଷ୍ଟ ଟୁ ୱେଲଥ୍‌” କାର୍ଯ୍ୟକ୍ରମ ଓଡ଼ିଶା ଓ ଛତିଶଗଡ଼ର ସ୍ଥାନୀୟ ଏମଏସଏମଇ ଗୁଡ଼ିକର ସମୃଦ୍ଧିରେ ସହାୟକ ହେଉଛି

Proprietor Abhimanyu Maharana by Proprietor Abhimanyu Maharana
April 8, 2021
in ଓଡ଼ିଶା, ବାଣିଜ୍ୟ, ହୋମ୍
0
ବେଦାନ୍ତର “ୱେଷ୍ଟ ଟୁ ୱେଲଥ୍‌” କାର୍ଯ୍ୟକ୍ରମ ଓଡ଼ିଶା ଓ ଛତିଶଗଡ଼ର ସ୍ଥାନୀୟ ଏମଏସଏମଇ ଗୁଡ଼ିକର ସମୃଦ୍ଧିରେ ସହାୟକ ହେଉଛି
Share on FacebookShare on TwitterWhatsapp

 ଏକ ଶହରୁ ଉର୍ଦ୍ଧ୍ୱ ଏମଏସଏମଇ ଫ୍ଲାଏ ଆଶ ଦ୍ୱାରା ସହାୟତା ପାଉଛନ୍ତି ଓ ସେମାନଙ୍କୁ ବିନା ମୂଲ୍ୟରେ ଫ୍ଲାଏ ଆଶ ଯୋଗାଇ ଦିଆଯାଉଛି ।

 ଲାଞ୍ଜିଗଡ଼ ବେଦାନ୍ତରୁ ଉତ୍ପନ୍ନ ୯୦% ଫ୍ଲାଏ ଆଶ ଇଟା ତିଆରି କାର୍ଯ୍ୟରେ ବ୍ୟବହୃତ ହେଉଛି ।

 ବେଦାନ୍ତର ୱେଷ୍ଟ ଟୁ ୱେଲଥ୍ କାର୍ଯ୍ୟକ୍ରମ ନିଯୁକ୍ତି ସୃଷ୍ଟି, ଉଦ୍ୟୋଗ ବିକାଶ ଓ ଉପ ସାମଗ୍ରୀ ଦ୍ୱାରା ଆଖ ପାଖରେ ଓଦ୍ୟୋଗିତା ସୃଷ୍ଟି ସାଙ୍ଗକୁ ଅର୍ଥନୈତକ ସମୃଦ୍ଧି ଆଣି ପାରିଛି ।

ଓଡ଼ିଶା ତାଜା ନ୍ୟୁଜ୍ (୦୭ ଏପ୍ରିଲ ବୁଧବାର )ଭୁବନେଶ୍ୱର :- ଭାରତର ଅଗ୍ରଣୀ ଆଲୁମିନିୟମ ଓ ଏହାର ମୂଲ୍ୟଯୁକ୍ତ ଉତ୍ପାଦ୍ ନିର୍ମାତା ବେଦାନ୍ତ ଆଲୁମିନିୟମ ଓ ପାୱାର ବବ୍ୟବସାୟ, ଏହାର ଅଭିନବ କାର୍ଯ୍ୟକ୍ରମ ୱେଷ୍ଟ ଟୁ ୱେଲଥ୍ ଦ୍ୱାରା ଗ୍ରାମାଂଚଳରେ ଶହେରୁ ଅଧିକ ଏମଏସଏମଇକୁ ସମୃଦ୍ଧ କରି ପାରିଛି । ୱେଷ୍ଟ ଟୁ ୱେଲଥ୍ କାର୍ଯ୍ୟକ୍ରମ ବେଦାନ୍ତର ଏକ ସ୍ଥାୟୀ କାର୍ଯ୍ୟସୂଚୀ ଯାହା ଶୂନ୍ୟ କ୍ଷତିକାରକ, ଶୂନ୍ୟ ବର୍ଜ୍ୟ ଓ ଶୂନ୍ୟ ଡିସଚାର୍ଜ ବ୍ୟବସ୍ଥା ଆଧାରରେ ପର୍ଯ୍ୟବେଶିତ ଏବଂ ଏହାର ବିଶ୍ୱଶ୍ରେଣୀୟ ଆଲୁମିନା ରିଫାଇନାରୀ ଲାଞ୍ଜିଗଡ଼ (ଓଡ଼ିଶା) ଓ ଅତ୍ୟାଧୁନିକ ଆଲୁମିନିୟମ ସ୍ମେଲଟର ଝାରସୁଗୁଡ଼ା (ଓଡ଼ିଶା) ଓ କୋବ୍ରା (ଛତିଶଗଡ଼)ର ସହଯୋଗରେ ପରିଚାଳିତ ହେଉଛି । କଂପାନି ମଧ୍ୟ ଦେଶର କେତେକ ଅଗ୍ରଣୀ ଜିଲ୍ଲାରେ ସମାଜିକ ଅର୍ଥନୈତିକ ବିକାଶ କାର୍ଯ୍ୟକୁ ପ୍ରୋତ୍ସାହିତ କରିଆସୁଛି । ବେଦାନ୍ତର ଅନ୍ୟ ଏକ ଅଭିନବ ପ୍ରୟାସ ହେଉଛି ଫ୍ଲାଏ ଆଶ ଇଟା ତିଆରି ପାଇଁ ପ୍ରୋତ୍ସାହନ ଦେବା । କଂପାନି ଏହାର ପରିସର ଓ ଆଖ ପାଖ ଅଂଚଳର ଇଟା ତଅ।।ରି କରୁଥିବା ଏକ ଶହରୁ ଅଧିକ ଏମଏସଏମଇ ଗୁଡ଼ିକୁ ବିନା ମୂଲ୍ୟରେ ଫ୍ଲାଏ ଆଶ ଯୋଗାଇ ଦେଉଛି । ବର୍ଷକୁ ପ୍ରାୟ ୫ ଲକ୍ଷ ମେଟ୍ରକ ଟନ ଫ୍ଲାଏ ଆଶ ଯୋଗା ହେଉଛି । ଏହା ବ୍ୟତୀତ କଂପାନି ପକ୍ଷରୁ ବୈଷୟିକ ଶିକ୍ଷାନୁଷ୍ଠାନ ସହଯୋଗୀଙ୍କ ଜରିଆରେ ନିର୍ମାତାଙ୍କୁ ଇଟା ତିଆରି ଜ୍ଞାନ କୌଶଳ ଓ ତାଲିମ ବ୍ୟବସ୍ଥା କରାଯାଉଛି । ଏହା ଦ୍ୱାରା ଅର୍ଥନୈତିକ ସମୃଦ୍ଧି ସାଙ୍ଗକୁ ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇଛି । ଏହି ଅଚଂଳରେ ପୂର୍ବରୁ ଗରିବ ହୀତାଧିକାରୀ ପାଇଁ ଗୋରୁ ଚରାଇବା ବ୍ୟତୀତ ଅନ୍ୟ କୌଣସି ପନ୍ଥା ନଥିଲା ଏବେ ସେମାନେ ଇଟା ତିଆରି କାର୍ଯ୍ୟରୁ ନିଜ ପାଇଁ ଅର୍ଥ ଉପାର୍ଜନ କରିପାରୁଛନ୍ତି ।

ଆଲୁମିନା ରିଫାଇନାରୀ ଲାଞ୍ଜିଗଡ଼ କଳାହାଣ୍ଡି କରଖାନା ଦ୍ୱାରା ସୃଷ୍ଟି ହେଉଥିବା ୯୦% ଫ୍ଲାଏ ଆଶ ସ୍ଥାନୀୟ ଉଦ୍ୟୋଗୀଙ୍କ ପାଇଁ ଇଟା ତିଆରି ପାଇଁ ସହାୟକ ହୋଇ ପାରିଛି । ବେଦାନ୍ତ ଲିମିଟେଡ୍ ଆଲୁମିନା ବିଜିନେସର ଡେପୁଟି ସିଇଓ-ଶ୍ରୀ ରହୁଲ ଶର୍ମା କହିଥିଲେ ଯେ “ବେଦାନ୍ତରେ ଆମେ ସବୁବେଳେ ରାଷ୍ଟ୍ର ପାଇଁ କିଛି ଅଭିନବତା, ଉତମ ଜ୍ଞାନ କୌଶଳ ଓ ବିଶ୍ୱ ସ୍ତରୀୟ କାର୍ଯ୍ୟାଭ୍ୟାସ ପ୍ରଣୟନ କରିବାକୁ ଚେଷ୍ଟା କରିଥାଉ । ଆମର ସମସ୍ତ ବ୍ୟବସାୟିକ କାର୍ଯ୍ୟ ସୂଚୀ ଓ ଲକ୍ଷ୍ୟରେ ଆମେ ଏକ ସ୍ଥାୟୀ ବିକାଶ ଓ ସମୃଦ୍ଧି ପନ୍ଥାକୁ ଗୁରୁତ୍ୱ ଦେଇଥାଉ । ଆମ ଅଂଚଳରେ ରହିଥିବା ଏମଏସଏମଇ ଗୁଡ଼ିକର ସମୃଦ୍ଧି ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ । ଏହି ଦୁର୍ଗମ ଅଂଚଳର ଲୋକମାନେ ପ୍ରାୟତଃ କାମ ଧନ୍ଧା ଅନ୍ୱେଷଣରେ ବାହାରକୁ ଯାଇଥାନ୍ତି ଓ ମହାମାରୀ ସମୟରେ ସେମାନଙ୍କୁ ଘରକୁ ଫେରାଇ ଅଣାଯାଇଥିବାରୁ ସେମାନଙ୍କ ପାଇଁ କାମ ମିଳିବା କଷ୍ଟକର । ଏହି ପରିପ୍ରେକ୍ଷୀ ସ୍ଥାନୀୟ ଉଦ୍ୟୋଗୀଙ୍କ ଜରିଆରେ ଇଟା ତିଆରି କାର୍ଯ୍ୟ ସେମାନଙ୍କୁ କର୍ମପନ୍ଥା ଯୋଗାଇବାରେ ସହାୟକ ହେବ । ଆମର ସମସ୍ତ ବ୍ୟବସାୟିକ ୟୁନିଟ ବର୍ଜ୍ୟ ବସ୍ତୁର ପରିଚାଳନା ଓ ବର୍ଜ୍ୟ ପଦାର୍ଥକୁ କମ କରିବା, ପୁନଃବ୍ୟବହାର ଉପରେ ଗୁରୁତ୍ୱ ଦେଉଛନ୍ତି । ଏହା ଦ୍ୱାରା ସ୍ଥାନୀୟ ଉଦ୍ୟୋଗୀ ବିଶେଷ ଉପକୃତ ହୋଇ ପାରିବେ ।” ଝାରସୁଗୁଡ଼ାରେ ଫ୍ଲାଏଆଶ ଇଟା ତିଆରି କରୁଥିବା କୋଲାବିରା ଗ୍ରାମର ହୀତାଧିକାରୀ କୀର୍ତି ଚନ୍ଦ୍ର ବିହିଦାର କହିଛନ୍ତି ଯେ “ଝାରସୁଗୁଡ଼ାରେ ବେଦାନ୍ତର ଉପସ୍ଥିତିକୁ ମୁଁ ଧନ୍ୟବାଦ ଜଣାଉଛି । ମୋର ଏହି ଛୋଟିଆ ବ୍ୟବସାୟ ପଛରେ ବେଦାନ୍ତ ଅବଦାନକୁ ମୁଁ କେବେ ଭୁଲି ପାରିବ ନାହିଁ । ଆଜି ମୁଁ ମୋର କାରଖାନା ପାଇଁ ବେଦାନ୍ତ ଠାରୁ କଂଚାମାଲକୁ ସହଜ ତଥା ବିନା ମୂଲ୍ୟରେ ପାଇପାରୁଛି । ମୁଁ ବାର୍ଷିକ ପାଖାପାଖି ୫୦ଲକ୍ଷ ଇଟା ପ୍ରସ୍ତୁତ କରିପରୁଛି, ଯାହାକି ର୍ନିମାଣ କାର୍ଯ୍ୟରେ ବହୁଳ ବ୍ୟବହାର କରାଯାଇଥାଏ ।

ଏହି ବ୍ୟବସାୟରୁ ମୁଁ ବାର୍ଷିକ ଭଲ କାରବାର ମଧ୍ୟ କରୁଛି, ଯାହଦ୍ୱାରା ମୁଁ ଦୃତ ଉନ୍ନତି କରିପାରୁଛି ଏବଂ ମୁଁ ଅନ୍ୟମାନଙ୍କୁ ରୋଜକାର ଦେଇପାରୁଥିବାରୁ ନିଜକୁ ଧନ୍ୟ ମନେକରୁଛି । ମୁଁ ଆଶା କରୁଛି ମୋ ପରି ବହୁ ଲୋକ ବେଦାନ୍ତର ସହଯୋଗରେ କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା କରନ୍ତୁ ଏବଂ ଲାଭବାନ ହୁଅନ୍ତୁ । ବେଦାନ୍ତର ଆଲୁମିନିୟମ ବ୍ୟବସାୟରେ ସଂପୃକ୍ତ ସବୁ ୟୁନିଟ ମେସାନଙ୍କ ଫ୍ଲାଏ ଆଶାକୁ ୧୦୦% ବିନିଯୋଗ କରିବାକୁ ଲକ୍ଷ୍ୟ ରଖିଛନ୍ତି । ସଂସ୍ଥା ପକ୍ଷରୁ ମଧ୍ୟ ନିର୍ମାଣ ୟୁନିଟ, ସଡ଼କ ତିଆରି, ସବୁଜ ସଡ଼କ ପ୍ରସ୍ତୁତି, ଖଣିର ଗର୍ତ ପୂରଣ ପ୍ରଭୃତି କାର୍ଯ୍ୟରେ ଫ୍ଲାଏ ଆଶକୁ କାର୍ଯ୍ୟରେ ଲଗାଇବା ପାଇଁ ସହାୟତା ଯୋଗାଇ ଦିଆଯାଉଛି । ଆଥିକ ବର୍ଷ ୨୧ରେ ବେଦାନ୍ତ ଏହାର ଫ୍ଲାଏ ଆଶାକୁ ଏହି ପ୍ରଣାଳୀ ଜରିଆରେ ୧୧୭% ଉପଯୋଗ କରିବାକୁ ଯୋଜନା ରଖିଛି । ବେଦାନ୍ତ ଆଲୁମିନିୟମ ଓ ପାୱାର ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ବାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ କିମ୍ବା ଆର୍ଥିକ ବର୍ଷ ୨୦ ରେ ୧.୯ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା । ଏହା ମଧ୍ୟ ଦେଶର ସର୍ବବୃହତ ଘରୋଇ ଶକ୍ତି ଉତ୍ପାଦନକାରୀ ସଂସ୍ଥା ମଧ୍ୟରୁ ଅନ୍ୟତମ । ବାଲ୍‌କୋ ହେଉଛି ବେଦାନ୍ତର ଆଲୁମିିନିୟମ ଓ ପାୱାର ବ୍ୟବସାୟର ଏକ ଅଂଶ । ବେଦାନ୍ତ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦ ନିର୍ମାଣ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହ ଔଦ୍ୟୋଗିକ କ୍ଷେତ୍ରରେ ସର୍ବବୃହତ ଜ୍ଞାନକୌଶଳକୁ ଆପଣାଇ ବିଶ୍ୱ ଶ୍ରେଣୀୟ ସ୍ମେଲ୍‌ଟର, ପାୱାର ପ୍ଲାଂଟ ଓ ଆଲୁମିନା ରିଫାଇନାରୀ କାର୍ଯ୍ୟ କରୁଛି । ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

May 1, 2026
ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

May 1, 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨-୧ ଗୋଲରେ ଶରଣକୁଳ ଏଫ.ସି ଡିଏଭି ଏଫ.ସି ନୟାଗଡ ଠାରୁ ବିଜୟୀ

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨-୧ ଗୋଲରେ ଶରଣକୁଳ ଏଫ.ସି ଡିଏଭି ଏଫ.ସି ନୟାଗଡ ଠାରୁ ବିଜୟୀ

May 1, 2026
ଇଟାମାଟି ପଂଚାୟତ ପି.ଇ.ଓ ଙ୍କୁ ବ୍ଲକରେ ଦିଆଗଲା ଅବସର କାଳୀନ ସମ୍ୱର୍ଦ୍ଧନା

ଇଟାମାଟି ପଂଚାୟତ ପି.ଇ.ଓ ଙ୍କୁ ବ୍ଲକରେ ଦିଆଗଲା ଅବସର କାଳୀନ ସମ୍ୱର୍ଦ୍ଧନା

May 1, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

May 1, 2026
ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

May 1, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version