No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୭ ଏପ୍ରିଲ ବୁଧବାର )ଓଡ଼ଗାଁ :- ଲୋକଭାଷା ପ୍ରଚାର ସମିତି ନୟାଗଡ଼ ଶାଖା ତଥା ସଂସ୍କୃତ ବିକାଶ ପରିଷଦ , ନୟାଗଡ଼ ଆନୁକୁଲ୍ୟ ରେ ଏକ ଦାବିପତ୍ର ପ୍ରଦାନ କରଯାଇଛି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ । ଓଡ଼ିଶା ଭୁବନେଶ୍ୱର ଉଦ୍ଦେଶ୍ୟରେ ନୟାଗଡ଼ ଅତିରିକ୍ତ ଜିଲ୍ଲାପାଳ ଙ୍କ ମାଧ୍ୟମ ରେ ପ୍ରଦାନ କରାଯାଇଛି । ବର୍ତ୍ତମାନ ମାଧ୍ୟମିକ ଶିକ୍ଷାରେ ତୃତୀୟ ଭାଷା ରୂପେ ମାନ୍ୟତା ପାଇଥିବା ସଂସ୍କୃତ ଶିକ୍ଷାର ବିକଳ୍ପ ଭାବେ ଧନ୍ଦାମୂଳକ ଶିକ୍ଷାକୁ ସରକାର ପ୍ରବର୍ତ୍ତନ କରିଛନ୍ତି । ଫଳରେ ସଂସ୍କୃତ ପଢୁଥିବା ବିଦ୍ୟାର୍ଥୀ ଧନ୍ଦାମୂଳକ ଶିକ୍ଷାରୁ ବଞ୍ଚିତ ହେବେ । ସେହିପରି ଧନ୍ଦାମୂଳକ ଶିକ୍ଷା ପଢୁଥିବା ବିଦ୍ୟାର୍ଥୀ ସଂସ୍କୃତ ଶିକ୍ଷାରୁ ବଞ୍ଚିତ ହେବେ । ଯାହାଦ୍ବାରା ସଂସ୍କୃତ ଶିକ୍ଷା ବା ଧନ୍ଦାମୂଳକ ଶିକ୍ଷା ସମସ୍ତ ବିଦ୍ୟାର୍ଥୀ ଙ୍କ ପାଇଁ ସୁଲଭ ହେବ ନାହିଁ । ସଂସ୍କୃତ ଭାଷା ସମସ୍ତ ଭାଷା ର ଜନନୀ , ଏବଂ ରାଜଭାଷା ରୂପେ ପରିଚିତ ।
ବିକଳ୍ପ ସଂସ୍କୃତ ଶିକ୍ଷା ବ୍ୟବସ୍ଥା ଆଗାମୀ ପିଢ଼ି ପାଈଁ ସଂସ୍କୃତ ଭାଷା ର ପ୍ରଚାର ପ୍ରସାର ତଥା ଶିକ୍ଷାନୁଷ୍ଠାନରେ ବ୍ୟୁତକ୍ରମ ଦେଖାଯାଇପାରେ । ଭାରତୀୟ ସମାଜ , ସଂସ୍କୃତି , ପରମ୍ପରା ର ମୂଳ ଉତ୍ସ ସଂସ୍କୃତ ଭାଷା ସମାଜ ସଂସ୍କାର ପାଇଁ ଏକାନ୍ତ ଅପରିହାର୍ଯ୍ୟ । ମାଧ୍ୟମିକ ସ୍ତରରେ ସଂସ୍କୃତ ଶିକ୍ଷାର ବିକଳ୍ପ ବ୍ୟବସ୍ଥା କରାନଯିବା ପାଇଁ ଦାବିପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶା ସରକାର ଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଜରିଆରେ ପ୍ରଦାନ କରାଯାଇଛି । ଉକ୍ତ ଦାବିପତ୍ର ପ୍ରଦାନରେ ଲୋକଭାଷା ପ୍ରଚାର ସମିତି ନୟାଗଡ଼ର ସଭାପତି ଶ୍ରୀ ଭାବଗ୍ରାହୀ କର , ସଂସ୍କୃତ ବିକାଶ ପରିଷଦ ସଭାପତି ଶ୍ରୀ ବିଜୟ କୁମାର ରଥ , ସମ୍ପାଦକ ଡଃ ସନ୍ତୋଷ କୁମାର ସାହୁ , ଉପସଭାପତି ଶ୍ରୀ ଯୁକ୍ତ ଭାସ୍କର ଚନ୍ଦ୍ର ସାମନ୍ତରାୟ ଓ ଶ୍ରୀଯୁକ୍ତ ବିଜୟାନନ୍ଦ ଶତପଥୀ , ବ୍ରଜ କିଶୋର ସାହୁ , ଫକିର ଚରଣ ମିଶ୍ର , ବିଜୟ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ( ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )
No Result
View All Result