ରଣପୁର (ଓଡିଶା ତାଜା ନ୍ୟୁଜ୍ ) ରଣପୁର ବାଘସାମନ୍ତ ପଡିଆ 19/02/2020 :- ରଣପୁର ବାଘସାମନ୍ତ ପଡିଆରେ ଚାଲିଥିବା ଆଜି ଏକ ମ୍ୟାଚ ରେ ଖୋର୍ଦ୍ଧାକୁ ୨-୦ ଗଲରେ ହରାଇ କଟକ ମଙ୍ଗଳା କ୍ଲବ ବିଜୟୀ ହୋଇଛି । ଚତୁର୍ଥ ଦିବସ ମ୍ୟାଚ ରେ କଟକ ମଙ୍ଗଳା କ୍ଲବ୍ ସହିତ ଖୋର୍ଦ୍ଧା ଜୟଦୁର୍ଗା କ୍ଲବ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । କଟକ ମଙ୍ଗଳା କ୍ଲବ୍ ୨-୦ ଗୋଲ୍ ରେ ବିଜୟୀ ହୋଇ ସେମିଫାଇନାଲ୍ ରେ ପ୍ରବେଶ କରିଥିବା ଜଣା ପଡିଛି ।
ଆଜିର ମ୍ୟାଚରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ପୂର୍ବତନ ପ୍ରଣୀ ଚିକିତ୍ସକ ଡଃ.ସନ୍ତୋଷ ଲେଙ୍କା, ସାମ୍ବାଦିକ ରମେଶ ପ୍ରଧାନ , କାଉନସିଲର ସୁଧାକର ପ୍ରଧାନ,ପ୍ରଦୀପ ମହାରଣା,ରଞ୍ଜନ ଦାଶ,ନବକିଶୋର ରାୟ ପ୍ରମୁଖ ଯୋଗଦେଇଥିଲେ । ଏହି ମ୍ୟାଚ୍ କୁ ଏମ.ଏସ୍.ବେଗ୍ ପରିଚାଳନା କରିଥିଲାବେଳେ ଲାଇନ୍ସ ମ୍ୟାନ୍ ଭାବେ ଲକ୍ଷ୍ମୀଧର ଚୌଧୁରୀ, ରବିନାରାୟଣ ରଣା ସହଯୋଗ କରିଥିଲେ । ଚତୁର୍ଥ ରେଫରି ଭାବେ ବ୍ରଜମୋହନ ମହାପାତ୍ର ସହ ଯୋଗ କରିଥିଲେ । ରଣପୁର ସ୍ପୋର୍ଟସ୍ ଆସୋସିଏସନ୍ ର ସନ୍ତୋଷୀ ପ୍ରସାଦ ନନ୍ଦ, ଲଳିତ ପ୍ରହରାଜ, ସୁଶାନ୍ତ ନାହାକ, ସପ୍ତର୍ଷୀ ସାହୁ , ସୂର୍ଯ୍ୟକାନ୍ତ ପ୍ରଧାନ , ସଞୟ ସାହୁ ପ୍ରମୁଖ ସହଯୋଗ କରିଥିଲେ । ରିପୋର୍ଟ /ସୋନାଲି