No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୬ ଏପ୍ରିଲ ମଙ୍ଗଳବାର ) ବ୍ରହ୍ମପୁର :- ରାଜ୍ୟର ବିଭିନ୍ନ ଜିଲ୍ଲାରେ କୋଭିଜ ଟୀକା ଅଭାବ ରହିଥିବା ବେଳେ ଏହି ଅବସରରେ ଗଞ୍ଜାମ ଜିଲ୍ଲା ସମେତ ବ୍ରହ୍ମପୁର ସହରର ବିଭିନ୍ନ କେନ୍ଦ୍ରରେ ଟୀକା ଅଭାବ ଯୋଗୁଁ ଟୀକାକରଣ ବନ୍ଦ ରହିଛି । ବ୍ରହ୍ମପୁର ସହରରେ ଏଥିଯୋଗୁଁ ସହରର ବିଭିନ୍ନ ଚିକିତ୍ସାଳୟରେ ଟୀକାର ଅଭାବ ଯୋଗୁ ସୋମବାର ଓ ମଙ୍ଗଳବାର ଦୁଇ ଦିନ ଧରି ଆଠଟି ସହରାଞ୍ଚଳ ଚିକିତ୍ସାକେନ୍ଦ୍ର ସମେତ ବିଭିନ୍ନ ସ୍ଥାନରେ ଟିକାକରଣ ବନ୍ଦ ରହିଛି । ସୂଚନା ଅନୁଯାୟୀ, ବ୍ରହ୍ମପୁର ସହରର ୮ଟି ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଟିକା ପ୍ରଦାନ କରାଯାଉଥିଲା ।
ହେଲେ ଟିକାର ଅଭାବ ଯୋଗୁ ସୋମବାର କେବଳ ଆସିକା ରୋଡ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ଗୁଡସ ସେଡ୍ ରୋଡ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ସୋମବାର ଟିକା ପ୍ରଦାନ କରାଯାଇଥିଲା ହେଲେ ମଙ୍ଗଳବାର ସେଠାରେ ମଧ୍ୟ ବନ୍ଦ ରହିଥିଲା । ଅନ୍ୟ ୬ଟି ଯଥା ବୈକୁଣ୍ଠନଗର, ରେଡକ୍ରସ, ଖୋଡାସିଙ୍ଗି, ଆମ୍ବପୁଆ, ଉତ୍ତରାମୁଖୀ ଏବଂ ଆଗା ସାହି ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଗତ ଦୁଇ ଦିନ ଧରି ଟିକାକରଣ ବନ୍ଦ ରହିଛି । ସେହିପରି ଜିଲ୍ଲାର କେତେକ ସ୍ଥାନରେ ଛାଡିଦେଲେ ଅନ୍ୟ ସମସ୍ତ ସ୍ଥାନରେ ଟୀକାକରଣ ବନ୍ଦ ରହିଛି । ରାଜ୍ୟକୁ ଟୀକା ପହଞ୍ଚିବା ପରେ ଜିଲ୍ଲାକୁ ମିଳିବ ବୋଲି କୁହାଯାଇଛି । ( ରିପୋର୍ଟ : ଶେଷଦେବ ସାହୁ, ଗଞ୍ଜାମ ଜିଲ୍ଲା ବ୍ୟୁରୋ )
No Result
View All Result