No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୫ ଏପ୍ରିଲ ସୋମଵାର ) ରଣପୁର /ରିପୋର୍ଟ ଅଭିମନ୍ୟୁ :- ଏପ୍ରିଲ ୪ ତାରିଖ ରେ ଶହୀଦ ରଘୁନାଥ ମହାନ୍ତି ଓ ଦିବାକର ପରିଡା ଙ୍କର ଫାଶୀ ଭାଗଲପୁର ଜେଲ ରେ ହୋଇଥିଲା । ସେଥିପାଇଁ ୧୯୮୨ ମସିହାରୁ ୨୦୨୧ ପର୍ଯ୍ୟନ୍ତ ରଘୁ-ଦିବାକର ଆସୋସିଏସନ କ୍ରମାଗତ ଭାବେ ଏହି ଶହୀଦ ଦିବସ କୁ ପାଳନ କରୁଥିବା ବେଳେ ଚଳିତ ବର୍ଷ ଶହୀଦ ଦିବସ ଅବସରରେ ସକାଳ ୪ ଟାରୁ ପ୍ରଭାତ ଫେରୀ ହେବା ସହ ଅନୁଷ୍ଠାନ ତରଫ ରୁ ଶହୀଦ ମଣ୍ଡପ ତଥା ସ୍ମୃତି ମଣ୍ଡପ ଠାରେ ଥିବା ଶହୀଦ ରଘୁ ଦିବାକର ଙ୍କ ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ।

ତତ୍ପରେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ୮ ଟା ବେଳେ ପହଞ୍ଚି ଅନୁଷ୍ଠାନ ର ସମସ୍ତ ସଦସ୍ୟ ତଥା ସୁରେଶ ଚନ୍ଦ୍ର ମିଶ୍ର , ଦେବାଶିଷ ପଟ୍ଟନାୟକ , ରାଜ କିଶୋର ପଟ୍ଟନାୟକ , ମନୋଜ ଦାସ , ସମ୍ପାଦକ ଅଭିମନ୍ୟୁ ମହାରଣା ଏବଂ ଆସୋସିଏସନ ର ଅନ୍ୟ ସଦସ୍ୟ ମାନଙ୍କ ଉପସ୍ଥିତି ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିଲା ।

ଅପରାହ୍ନ ୪ ଟା ବେଳେ ରଘୁ ଦିବାକର ଆସୋସିଏସନ ସାମ୍ନା ଶହୀଦ ଦିବସ ପାଳିତ ହୋଇଥିଲା । ସେଥିରେ ବିଧାୟକ ସତ୍ୟ ନାରାୟଣ ପ୍ରଧାନ ,ଅନୁଷ୍ଠାନରେ ଥିବା ଶହୀଦ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସଙ୍ଗେ ସଙ୍ଗେ ମଞ୍ଚ ଆରୋହଣ କରି ମଞ୍ଚରେ ଶ୍ରୀ ଜଗନ୍ନାଥ ଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଦୀପ ପ୍ରଜ୍ୱଳନ କରିଥିଲେ । ତତ୍ ସହିତ ରଘୁ ଦିବାକର ଆସୋସିଏସନ ର ସଭାପତି ଆଡ଼ଭୋକେଟ ସୁରେଶ ଚନ୍ଦ୍ର ମିଶ୍ର ମଞ୍ଚ ପରିଚାଳନା କରିଥିଲେ ଏହି ପରିପ୍ରେକ୍ଷୀ ରେ ” ଶହୀଦ ” ପୁସ୍ତକ ଉନ୍ମୋଚିତ ହୋଇଥିଲା ।

ଏବଂ ଏହି ସଭାରେ ଦୁଇ ଜଣ କୋଭିଡି ଯୋଦ୍ଧା ଏବଂ ଜଣେ ସାମ୍ବାଦିକ ଙ୍କୁ ସମ୍ମାନୀତ କରଯାଇଥିଲା । ସେମାନେ ହେଲେ ରାମଚନ୍ଦ୍ରପୁର ଅଙ୍ଗନୱାର୍ଡି କର୍ମୀ ସୁଶ୍ରୀ ମହାପାତ୍ର ଏବଂ ୧୧ ନମ୍ବର ୱାର୍ଡ ର ଆଶା କର୍ମୀ ମାଳବିକା ପ୍ରଧାନ ତତସହିତ ସତ୍ୟ ନାରାୟଣ ମହାପାତ୍ର ସୁନଖଳା ସାମ୍ବାଦିକ ଭାବେ ସମ୍ମାନିତ ହୋଇଥିଲେ । ରଣପୁର ସଙ୍ଗୀତ ବିଦ୍ୟାଳୟ ର ପ୍ରତିଷ୍ଠାତା ୰ ତ୍ରୀନାଥ ମହାପାତ୍ର ଙ୍କ ର ପୁତ୍ର ସତ୍ୟ ନାରାୟଣ ମହାପାତ୍ର ସ୍ୱାଗତ ସଙ୍ଗୀତ ଗାନ କରିଥିବା ସମସ୍ତ କଳାକାର ମାନେ ପରବର୍ତ୍ତୀ କାଳରେ ବିଧାୟକ ଙ୍କ ଠାରୁ ପୁରଷ୍କୃତ ହୋଇଥିଲେ ।

ତତପରେ ବିଧାୟକ ଭୁବନେଶ୍ୱର ସଂସ୍କୃତି ଭବନ ରେ ପାଳିତ ଶହୀଦ ଦିବସ ରେ ଯୋଗଦାନ ନିମନ୍ତେ ଯାତ୍ରା ଆରମ୍ଭ କରିଥିଲେ । କିନ୍ତୁ ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ସଭାକାର୍ଯ୍ୟ ପରିଚାଳିତ ହୋଇଥିଲା । ସେଥିରେ କିଶୋର ପଟ୍ଟନାୟକ , ମନୋଜ ଦାସ , ଅଧ୍ୟାପକ ବିଜୟ ଜେନା , ଅବସର ପ୍ରାପ୍ତ ଶିକ୍ଷକ ବିରଞ୍ଚି ନାରାୟଣ ତ୍ରିପାଠୀ , ଜିଲ୍ଲା କଂଗ୍ରେସ ଅଧିକାରୀ ଧୃବ ଚରଣ ପରିଡା , ସୁଶ୍ରୀ ମହାପାତ୍ର , କର୍ମୀ ଙ୍କ ବିଜୁ ସଙ୍ଗଠନ ସଭାପତି ଇତ୍ୟାଦି ଅଭିଭାଷଣ ରଖିଥିବା ବେଳେ ସନ୍ଧ୍ୟା ୬ ଟା ୪୦ ରେ ଆସୋସିଏସନ ର ସଭାପତି ସୁରେଶ ଚନ୍ଦ୍ର ମିଶ୍ର ନିଜର ବକ୍ତବ୍ୟ ରଖିଥିଲେ

ଏବଂ ସଭାପତି ଙ୍କ ଅଭିଭାଷଣ ସମୟରେ ଚାନ୍ଦପୁର ଠାରୁ ସୁନାଖଳା ପର୍ଯ୍ୟନ୍ତ ରାସ୍ତା କୁ ରଘୁ ଦିବାକର ମାର୍ଗ ଭାବରେ ଅଭିଭୁଷଣ କରିବା ସଙ୍ଗେ ସଙ୍ଗେ ନୂଆ ଜଗନ୍ନାଥ ସଡ଼କ ରାସ୍ତା ଠାରୁ ତହସିଲ ଅଫିସ୍ ପର୍ଯ୍ୟନ୍ତ ରାସ୍ତା କୁ ସ୍ବାଧିନତା ସଂଗ୍ରାମୀ ବୀର ଷଡଙ୍ଗୀଙ୍କ ନାମରେ ନାମିତ କରାଯିବା ଆବଶ୍ୟକ ବୋଲି ଅଭିବ୍ୟକ୍ତ କରିଥିଲେ । ଏବଂ ସାମୁକା ସାହିର ନୂଆ ଜଗନ୍ନାଥ ସଡ଼କ ଠାରୁ ହାଟ ସାହି ପର୍ଯ୍ୟନ୍ତ ସ୍ବାଧିନତା ସଂଗ୍ରାମୀ କୃପାସିନ୍ଧୁ ମିଶ୍ର ଙ୍କ ନାମରେ ନାମିତ କରିବା ପାଈଁ ପ୍ରସ୍ତାବ ଗ୍ରହଣ କରଯାଇଥିଲା ।
ସ୍ଥାନୀୟ ବିଧାୟକ ତଥା ଲୋକ ପ୍ରତିନିଧି ମାନ୍ୟବର ସାଂସଦ ଏ ପ୍ରତି ଦୃଷ୍ଟି ଦେବାପାଇଁ ଅନୁରୋଧ କରାଯିବା ସଙ୍ଗେ ସଙ୍ଗେ ରଘୁଦିବାକର ଆସୋସିଏସନ ଉପରେ ଏକ ଭବନ ନିର୍ମାଣ କରି ତାହାକୁ ଗଡ଼ଜାତ ଭବନ ଭାବେ ଉଲ୍ଲେଖ କରାଯିବା ପାଇଁ ଉପସ୍ଥିତ ବରିଷ୍ଠ ସଦସ୍ୟ ଓ ୨୦୦ କାର୍ଯ୍ୟକର୍ତ୍ତା ଙ୍କ ସମ୍ମୁଖରେ ଏହା ଘୋଷଣା କରାଯାଇଥିଲା ଓ ବନ୍ଦେ ଉତ୍କଳ ଜନନୀ ଗାନ କରି ସଭାକାର୍ଯ୍ୟ ଶେଷ କରଯାଇଥିଲା ।

No Result
View All Result