No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୩ ଏପ୍ରିଲ ଶନିବାର ,ଶୁକ୍ରବାର ) ପାରଳାଖେମୁଣ୍ଡି :- ପାରଳାଖେମୁଣ୍ଡିଦେଇ ଦୁଇଯୋଡା ସ୍ୱତନ୍ତ୍ର ଏକ୍ସପ୍ରେସ ଟ୍ରେନ ପୁରୀ ଓ ବିଶାଖାପାଟଣାକୁ ଚଳାଚଳ କରିବା ପାଇଁ ପୂର୍ବତଟ ରେଳ ବିଭାଗ ନିଷ୍ପତ୍ତି ନେଇଛନ୍ତି । ଦୀର୍ଘ ୧୪ ମାସ ହେଲା କୋଭିଡ କଟକଣା ହେତୁ ଚଳାଚଳ ବନ୍ଦ ଥିବା ଟ୍ରେନକୁ ଚଳାଚଳ ନିଷ୍ପତ୍ତିକୁ ସ୍ୱାଗତ ଜଣାଯାଇଛି । ଏହା ସହିତ ଗୁଣୁପୁର-ପାରଳାଖେମୁଣ୍ଡି ଦେଇ ବିଶାଖାପାଟଣାକୁ ଚଳାଚଳ କରୁଥିବା ଟ୍ରେନଟିକୁ ହାଇଦ୍ରାବାଦ ପର୍ଯ୍ୟନ୍ତ ସମ୍ପ୍ରସାରଣ ପାଇଁ ଅନୁରୋଧ କରାଯାଇଛି । ରେଳ ବିଭାଗ ତରଫରୁ ବିଭିନ୍ନ ସ୍ଥାନକୁ ଟ୍ରେନ ଚଳ ବହୁ ଦିନ ହେଲା ଆରମ୍ଭ ହୋଇଥିଲେ ମଧ୍ୟ ଗୁଣୁପୁର ଓ ପାରଳାଖେମୁଣ୍ଡିକୁ ଉପେକ୍ଷା କରାଯାଇଥିଲା ।
ଏଥିପାଇଁ ଗୌରହରି ପାଠାଗାର ସମତେ ବିଭିନ୍ନ ସଂଗଠନ ତରଫରୁ ଦାବି ହେଉଥିଲା । ସରକାର ବିଳମ୍ବରେ ହେଲେ ମଧ୍ୟ ଯାତ୍ରୀ ମାନଙ୍କ ସୁବିଧା ପାଇଁ ପ୍ରଥମେ ଦୁଇ ଯୋଡା ଟ୍ରେନ ଚଳିତ ଚଳିତ ମାସ ୭ ଓ ୨୨ ତାରିଖରୁ ଚାଲିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଅଛି । ଏହି ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତ୍ତିକୁ ଗୌରହରି ବରିଷ୍ଠ ନାଗରିକ ତଥା ଗୌରହରି ପାଠାଗାର ସଭାପତି ରମେଶ ଚନ୍ଦ୍ର ପାଢୀ ଓ ସଂପାଦକ ପ୍ରଫୁଲ ଚନ୍ଦ୍ର ପାଣିଗ୍ରାହୀ ବିଭାଗୀୟ ରେଳ ଉଚ୍ଚ ଅଧିକାରୀ ଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇଛନ୍ତି । ଯାତ୍ରୀ ମାନଙ୍କ ସୁବିଧା ପାଇଁ ପାଠାଗାର ତରଫରୁ ପ୍ରଥମେ ବହୁବାର ଅଭିଯୋଗ ହୋଇ ଆସୁଥିଲା । ବର୍ତ୍ତମାନ ଏହାର ଅବସାନ ହୋଇଥିଲେ ମଧ୍ୟ ବିଶାଖାପାଟଣା ସ୍ୱତନ୍ତ୍ର ଟ୍ରେନକୁ ହାଇଦ୍ରାବାଦ ସଂପ୍ରସାରଣ ପାଇଁ ଅନୁରୋଧ କରାଯାଇଛି । (ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result