No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨ ଏପ୍ରିଲ ଶୁକ୍ରବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ସଦର ମହକୂମା ପାରଳାଖେମୁଣ୍ଡି ସ୍ଥିତ ବେତlଗୁଡ଼ାଠାରେ ଥିବା ପୋଲିସ ପ୍ରଶାସନ ପକ୍ଷରୁ ପୋଲିସ ରିଜର୍ଭପଡ଼ିଆ ଠାରେ ଆଜି ଜିଲ୍ଲାସ୍ତରୀୟ ୮୬ ତମ ପୋଲିସ ପ୍ରତିଷ୍ଠା ଦିବସ-୨୦୨୧ କୋଭିଡ କଟକଣା ମାଡ଼ଯ୍ୟରେ ପାଳିତ ହୋଇଯାଇଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ତପନ କୁମାର ପଟନାୟକ ଏହି କାର୍ଯ୍ୟକ୍ରମ’ରେ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଥମେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ’ର ମୁଖ୍ୟ ପୁରୋଧା ତଥା ପାରଳା ଶ୍ରୀ କୃଷ୍ଣଚନ୍ଦ୍ର ଗକପତି’ଙ୍କ ପ୍ରତ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ପରେ ପୋଲିସ ଜନସାଧାରଣ’ଙ୍କୁ ସବୁବେଳେ ନିରବଛିନ୍ନ ସେବା ଯୋଗାଇ ଦେଇଆସୁଛି । ଏମିତିକି , ବିଭିନ୍ନ ସମସ୍ୟା’ର ସମାଧାନ ଦିଗରେ ପୋଲିସ ସର୍ବଦା ସମାଜ’ର ଜାଗ୍ରତ ପ୍ରହରୀ ଭଳି କାର୍ଯ୍ୟ କରିଆସୁଛି । ବିଭିନ୍ନ ସମୟ’ରେ ପୋଲିସ ବାହିନୀ’ର ସେବା ଓ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସମସ୍ତେ ମିଳିମିଶି ସମାଜ’ର ସେବା କରିବା ସହ ଜାତୀୟ ସଂହତି’କୁ ସର୍ବଦା ବଜାୟ ରଖିବାକୁ ଆହ୍ବାନ କରିଥିଲେ ।
ପରେ ଏହି ଅବସର’ରେ ମାନ୍ୟବର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ’ଙ୍କ ପ୍ରେରିତ ବାର୍ତ୍ତା ପାଠ କରିଥିଲେ । ପ୍ରତିଷ୍ଠା ଦିବସ ପାଳନ ଅବସରରେ ଉଲ୍ଲେଖନୀୟ ସେବା କ୍ଷେତ୍ରରେ ସଫଳତା ହାସଲ କରିଥିବା ଜିଲ୍ଲା ପୋଲିସ ଓ ଓଏସଏପି:’ର ସବଇନ୍ସପେକ୍ଟର , ଏଏସଆଇ:, ହାବିଲଦାର , ଜମାଦାର ଓ କନଷ୍ଟେବଳ ମାନଙ୍କ ସମେତ କରୋନା ଯୋଦ୍ଧା ମାନଙ୍କୁ ମାନପତ୍ର ଦେଇ ପୁରସ୍କୃତ କରା ଯାଇଥିଲା । ପରେଡ଼’ରେ କେବଳ ଏପିଆର: ଓ ଓଏସଏପି: ବାହିନୀ ସାମିଲ ଥିଲେ । ଏହାକୁ ରିଜର୍ଭ ଇନ୍ସପେକ୍ଟର ଶ୍ରୀ ଡମ୍ବରୁ ଧର ହନାଗା ଏବଂ ସରଜେଣ୍ଟ ଶ୍ରୀ ଏମ: ଲକ୍ଷ୍ମୀ ରଞ୍ଜନ ପରିଚାଳନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମ’ରେ ଓଏସଏପି : କମାନଡେଣ୍ଟ ଶ୍ରୀ ଜୁରିଆ ବେହେରା , ଡେପୁଟି କମାନଡେଣ୍ଟ ଶ୍ରୀ ପି: କିଶୋର କୁମାର ସୁବୁଦ୍ଧି , ଡିଏସପି ଶ୍ରୀ ରାମକୃଷ୍ଣ ପତି , ଡିଆଇବି-ଡିଏସପି ଶ୍ରୀ ଏଲବିଏସ ଆଚାରୀ ପ୍ରମୁଖ’ଙ୍କ ସମେତ ବହୁ ପୋଲିସ ଅଧିକାରୀ ଓ ଅବସରପ୍ରାପ୍ତ ଅଧିକାରୀ ଯୋଗ ଦେଇଥିଲେ ।
(ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result