No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨ ଏପ୍ରିଲ ଶୁକ୍ରବାର ) କଟକ :- ନୀଳଶୈଳ ଏବଂ ବିଶ୍ବ ଓଡ଼ିଆ ସମ୍ମିଳନୀ ପକ୍ଷରୁ କଟକ ରାଜାବଗିଚା ପୋଲିସ କଲୋନୀ ସ୍ଥିତ ସୁଦାମା କାର୍ଯ୍ଯାଳୟ ପରିସରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରାଯାଇଥିଲା । ଅନୁଷ୍ଠାନର ସାଧାରଣ ସମ୍ପାଦକ ବିଭୁପ୍ରସାଦ ନାୟକଙ୍କ ପରିଚାଳନାରେ ବିଶ୍ବ ଓଡ଼ିଆ ସମ୍ମିଳନୀର ସଭାପତି ଡକ୍ଟର ମୁରଲୀ ମନୋହର ଶର୍ମା , ଜଷ୍ଟିସ ମନୋରଞ୍ଜନ ମହାନ୍ତି , ସଂଗ୍ରାମ କେଶରୀ ସାମନ୍ତରାୟ , ସୁକାନ୍ତ ମହାନ୍ତି ,
ଡକ୍ଟର ମୃଣ୍ମୟ ମହାନ୍ତି , ଅଶୋକ କୁମାର ସାହୁ , ସୌମ୍ଯ ଶଂକର ରାଜ , ରାଜେଶ ଜୈନ , ଦିଲ୍ଲୀପ ମହାପାତ୍ର , ତରୁଣ କୁମାର ପତି , ମନୋରଞ୍ଜନ ରାଉତରାୟ , ଶକ୍ତି ଶଙ୍କର ରାଜ , ସନ୍ତୋଷ ଦାସ , ସୁଧାଂଶୁ ବାଳା ମିଶ୍ର , ବିଜୟ କୁମାର ପାଣି , ସ୍ବେତପଦ୍ମା ରାଜ , ତେଜସ୍ମିତା ରାଜ , ନୀତା ରାଜ ,ପ୍ରମୁଖ ଯୋଗଦେଇ ।
ପ୍ରକାଶ ଥାଉକି ଉତ୍କଳ ଦିବସ ଅବ୍ଯବହିତ ପୂର୍ବରୁ ଅନୁଷ୍ଠାନ ପକ୍ଷରୁ ଅନଲାଇନ ମାଧ୍ୟମରେ ଆୟୋଜିତ ବିଦ୍ୟାଳୟ ସ୍ତରୀୟ ବନ୍ଦେ ଉତ୍କଳ ଜନନୀ ସଂଗୀତରେ ରାଜ୍ୟ ଏବଂ ରାଜ୍ୟ ବାହାରୁ ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । କରୋନା କଟକଣାକୁ ଆଖିଆଗରେ ରଖି ଅଳ୍ପ କିଛି ଛାତ୍ରଛାତ୍ରୀଙ୍କୁ ଡକାଯାଇଥିଲା । ସେହି ଛାତ୍ରଛାତ୍ରୀଙ୍କ ସହିତ ଅତିଥି ଏବଂ ଅନୁଷ୍ଠାନର କାର୍ଯ୍ୟକର୍ତ୍ତା ଓଡ଼ିଶାର ଜାତୀୟ ସଂଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ ।
No Result
View All Result