No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨ ଏପ୍ରିଲ ଶୁକ୍ରବାର ) କଟକ/ବିଦ୍ୟାଧରପୁର :- ସହରର ବିଭିନ୍ନ ସ୍ଥାନରେ ଜାଇକା ମନମୁଖୀ ଢଙ୍ଗରେ କାର୍ଯ୍ୟ କରୁଥିବାରୁ ସାଧାରଣ ଜୀବନ ପ୍ରଭାବିତ ହୋଇଛି । ଅନେକ ସ୍ଥାନରେ କାମ ଅଧାରୁ ବନ୍ଦ କରି ଛାଡି ଦିଆଯାଇଛି । କେଉଁଠି ମ୍ୟାନହୋଲ୍ ଉପରେ ଘୋଡଣି ନାହିଁ ତ କେଉଁଠି ଚାମ୍ବର ଖୋଲା ରଖି କାର୍ଯ୍ୟ ଶେଷ କରାଯାଉ ନାହିଁ । ଖୋଲା ମ୍ୟାନହୋଲ୍ ଓ ଚାମ୍ବରରେ ପଡ଼ି ମଣିଷ ଓ ଗୋରୁଗାଈ ଗୁରୁତର ଆହତ ହେଉଥିବା ଅଭିଯୋଗ ହେଉଛି । ବାରମ୍ବାର ଅଭିଯୋଗ ପରେ ମଧ୍ୟ ଜାଇକା କାମରେ ସୁଧାର ଆସୁନାହିଁ । ନୂଆବଜାର ଗୋଶାଳା ରାସ୍ତା ସବୁବେଳେ ଚଳଚଞ୍ଚଳ ରହୁଛି । ଦୈନିକ ଏହି ରାସ୍ତାରେ ନୂଆବଜାରରୁ ତିନି ଘରିଆ, ବେଲେଶ୍ବର, ଓଏମପି, ଖପୁରିଆ ଶିଳ୍ପାଞ୍ଚଳ ଓ ସହରର ଅନ୍ୟ ସ୍ଥାନକୁ ଲୋକମାନେ ଯାଆସ କରୁଛନ୍ତି । ନୂଆବଜାର ପୂର୍ବାଞ୍ଚଳର ବଡ଼ ବ୍ୟବସାୟ କେନ୍ଦ୍ର । ସେଥିପାଇଁ ଏହି ଅଞ୍ଚଳରେ ସବୁବେଳେ ଭିଡ଼ ପରିଲକ୍ଷିତ ହୁଏ । ନୂଆବଜାର ଉପରେ ପୋଲ ନିର୍ମାଣ କରାଯାଇଛି । ଏହି ପୋଲ ଗୋଶାଳା ଶେଷ ଯାଏ ଲମ୍ବିଛି ।
ପୋଲର ଦୁଇପାଖରେ ଯିବା ଆସିବା ପାଇଁ ରାସ୍ତା ହୋଇଛି । ନୂଆବଜାରକୁ ଆସିବା ରାସ୍ତାରେ ଗୋଶାଳା ମୁଖ୍ୟ ଫାଟକ ପାଖରୁ ଶେଷ ପାଚେରୀ ପର୍ଯ୍ୟନ୍ତ ଜାଇକା ୭ଟି ମ୍ୟାନହୋଲ୍ ରାସ୍ତା କଡ଼ରେ କରିଛି । କିନ୍ତୁ ମ୍ୟାନହୋଲ୍ ଉପରେ ଘୋଡ଼ଣି ନାହିଁ । ଦୀର୍ଘ ୧ବର୍ଷରୁ ଉର୍ଦ୍ଧ ହେବ ଜାଇକା ମ୍ୟାନହୋଲ୍ କରି ପଳାଇଛି ବୋଲି ଅଭିଯୋଗ ହେଉଛି । ପୋଲ ଉପରେ ବିଦ୍ୟୁତ ଖୁଣ୍ଟରେ ଷ୍ଟ୍ରିଟ୍ ଲାଇଟ୍ ଜଳୁନାହି । ଫଳରେ ରାସ୍ତା ଅନ୍ଧାର ରହୁଛି । ଏହି ମ୍ୟାନହୋଲରେ ପଡ଼ି ବାଇକ ଆରୋହୀ, ଷଣ୍ଢ, ଗାଈ ଗୁରୁତର ଆହତ ହେଉଥିବା ଅଭିଯୋଗ କରିଛନ୍ତି ତିନି ଘରିଆ ବାସିନ୍ଦା l ଏହି ମ୍ୟାନହୋଲ୍ ଉପରେ ଘୋଡ଼ଣି ଲଗାଇବା ପାଇଁ ଜାଇକା ପାଖରେ ଅଭିଯୋଗ କରିଛୁ । କିନ୍ତୁ ଏପର୍ଯ୍ୟନ୍ତ କୋୖଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ ବୋଲି ସ୍ଥାନୀୟ ବାସିନ୍ଦାମାନେ ଅଭିଯୋଗ କରିଛନ୍ତି ।(ରିପୋର୍ଟ ଭଞ୍ଜ ବିହାରୀ ମହାନ୍ତି )
No Result
View All Result