• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପବିତ୍ର ଓଡିଶା ଦିବସ,ଏହି ଅବସରରେ ସାରା ଓଡିଶା  ତଥା  ଦେଶ ବିଦେଶରେ ରହୁଥିବା ସବୁ ଓଡିଆ ଭାଇଭଉଣୀ ଏବଂ ଆପଣମାନଙ୍କୁ ସମସ୍ତଙ୍କୁ ମୋର ଅଭିନନ୍ଦନ ଜଣାଉଛି ।

Proprietor Abhimanyu Maharana by Proprietor Abhimanyu Maharana
April 2, 2021
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ପବିତ୍ର ଓଡିଶା ଦିବସ,ଏହି ଅବସରରେ ସାରା ଓଡିଶା  ତଥା  ଦେଶ ବିଦେଶରେ ରହୁଥିବା ସବୁ ଓଡିଆ ଭାଇଭଉଣୀ ଏବଂ ଆପଣମାନଙ୍କୁ ସମସ୍ତଙ୍କୁ ମୋର ଅଭିନନ୍ଦନ ଜଣାଉଛି ।
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୦୧ ଏପ୍ରିଲ ୨୦୨୧, ଗୁରୁବାର) ଭୁବନେଶ୍ୱର :- ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ଖଲିକୋଟ ରାଜା ବାହାଦୂର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ, ପଣ୍ଡିତ ଗୋଦାବରୀଶ ମିଶ୍ର, ଫକୀର ମୋହନ ସେନାପତି, ଗଙ୍ଗାଧର ମେହରଙ୍କ ପରି ବରପୁତ୍ର ମାନଙ୍କ ତ୍ୟାଗ ଓ ସଂଗ୍ରାମ ଯୋଗୁ ସ୍ବତନ୍ତ୍ର ଓଡିଶାର ସ୍ବପ୍ନ ସଫଳ ହୋଇପାରିଥିଲା। ଏହି ଅବସରରେ ମୁଁ ସେମାନଙ୍କ ପ୍ରତି ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଓଡିଆ ଭାଷା, ସାହିତ୍ୟ, ନୃତ୍ୟ, ସଂଗୀତ ଓ କଳାକୁ ଯେଉଁମାନେ ସମୃଦ୍ଧ କରିଯାଇଛନ୍ତି ସେମାନଙ୍କ ପ୍ରତି ମୋର ସମ୍ମାନ ଜଣାଉଛି। ଆମର ବରପୁତ୍ରମାନେ ଓଡିଆ ଜାତି ପାଇଁ ଅନେକ ସ୍ବପ୍ନ ଦେଖିଥିଲେ। ଭାଷା, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ସହିତ ବିକାଶ କ୍ଷେତ୍ରରେ ଓଡିଶା ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିବ ବୋଲି ସେମାନେ ଦୃଢ ନିଶ୍ଚିତ ଥିଲେ।

ସେତେବେଳେ ଭାଷାଭିତ୍ତିକ ରାଜ୍ୟ ଗଠନ ପାଇଁ ଓଡିଶା ସାରା ଦେଶକୁ ରାସ୍ତା ଦେଖାଇଥିଲା । ଆଜି ମଧ୍ୟ ଆମେ ଅନେକ କ୍ଷେତ୍ରରେ ଆଗୁଆ ହୋଇ ସାରା ଦେଶ ପାଇଁ ଆଦର୍ଶ ସୃଷ୍ଟି କରିପାରିଛୁ । ଆଜି ମହିଳା ସଶକ୍ତିକରଣ, ବିପର୍ଯ୍ୟୟ ପରିଚାଳନା, ଆନ୍ତର୍ଜାତୀୟ କ୍ରୀଡା ପ୍ରତିଯୋଗୀତା ଆୟୋଜନ , ଗରିବ ଲୋକଙ୍କ ପାଇଁ କଲ୍ୟାଣ କାର୍ଯ୍ୟକ୍ରମ – ଏପରି ଅନେକ କ୍ଷେତ୍ରରେ ଆମେ ଦେଶ ପାଇଁ ମଡେଲ ହୋଇପାରିଛୁ । ଆଜି ବିଭିନ୍ନ କ୍ଷେତ୍ରରେ ଓଡିଆ ମାନଙ୍କ ସୁନାମ ଆମକୁ ଗର୍ବିତ କରୁଛି।  ରାଜ୍ୟର ବିକାଶ ହାର ଜାତୀୟ ହାର ଠାରୁ ଅଧିକ ରହିଛି । କୃଷି ଶିଳ୍ପ। ଶିକ୍ଷା, ସ୍ବାସ୍ଥ୍ୟ ଓ ଭିତ୍ତିଭୂମି କ୍ଷେତ୍ରରେ ଆମର visible development ଆସିଛି। ପ୍ରଶାସନକୁ ଦକ୍ଷ, ସ୍ବଚ୍ଛ ଓ ଉତ୍ତରଦାୟୀ କରିବା ପାଇଁ ୫-ଟି ଓ ମୋ ସରକାର ପରି କାର୍ଯ୍ୟକ୍ରମ  ଦେଶରେ ଏକ ଆଦର୍ଶ ତଥା ସମ୍ବେଦନଶୀଳ ପ୍ରଶାସନିକ ମଡେଲ ସୃଷ୍ଟି କରିବାରେ ସଫଳ   ହୋଇପାରିଛି।ଓଡ଼ିଶା ଆଜି ଶାନ୍ତି ଓ ବିକାଶ ର ନୂଆ ପରିଚୟ ହୋଇଛି ।

ଓଡିଶାର ବିକାଶ ପାଇଁ ମୋ ସରକାର ନିରନ୍ତର ଉଦ୍ୟମ ଜାରି ରଖିଛି।    ତେବେ ବିକାଶ କେବଳ ଏକ ସରକାରୀ ଆଭିମୁଖ୍ୟ ହେବା ଉଚିତ ନୁହେଁ । ଜନସାଧାରଣ ଏବେ କେବଳ ଉପଭୋକ୍ତା ନୁହଁନ୍ତି, ସେମାନେ ବିକାଶର ଭାଗୀଦାର । ଆମର ପ୍ରକୃତ ବିକାଶ ପାଇଁ ବିକାଶ ପ୍ରକ୍ରିୟାକୁ ଏକ  ଜନ ଆନ୍ଦୋଳନରେ ପରିଣତ କରିବାକୁ ହେବ। ମୁଁ ଚାହେଁ, ବିକାଶର ସବୁ ପ୍ରକ୍ରିୟାରେ ଆମର ଜନସାଧାରଣ ଭାଗୀଦାର ହୁଅନ୍ତୁ । ଆମର ମୋ ସ୍କୁଲ ଓ ମୋ କଲେଜ ପରି କାର୍ଯ୍ୟକ୍ରମ ଏ ଦିଗରେ ଏକ ସ୍ବତନ୍ତ୍ର ଉଦ୍ୟମ। ଆଜି ଆମର ୫ ଲକ୍ଷ ପୁରାତନ ଛାତ୍ରଛାତ୍ରୀ  ସେମାନଙ୍କ ସ୍କୁଲର ବିକାଶ ଦିଗରେ ସହଯୋଗ ପାଇଁ ଆଗେଇ ଆସିଛନ୍ତି। ଏହା କିଛି କମ୍‌ କଥା ନୁହେଁ।  ଏହିଭଳି ଚିନ୍ତାଧାରା ନେଇ ଆମେ କାମ କଲେ ଓଡିଶା ନିଶ୍ଚୟ ଆଗରେ ରହିବ। 

୨୦୩୬ରେ ଆମେ ସ୍ବତନ୍ତ୍ର ଓଡିଶା ଗଠନର ୧୦୦ ବର୍ଷ ପାଳନ କରିବୁ । ସେତେବେଳେ ଓଡିଶାକୁ ସବୁ କ୍ଷେତ୍ରରେ ସାରା ଦେଶ ଓ ସାରା ବିଶ୍ବରେ ଏକ ବିକଶିତ ଓ ଏକ ଆଦର୍ଶ ରାଜ୍ୟ ଭାବରେ ଗଠନ କରିବା ଆମର ଲକ୍ଷ୍ୟ ହେବା ଉଚିତ । ତେବେ ଏଥିପାଇଁ ଆମକୁ ସବୁ କ୍ଷେତ୍ରରେ ବିଶ୍ବସ୍ତରୀୟ ଚିନ୍ତାଧାରା ନେଇ ଆଗକୁ ବଢିବାକୁ ହେବ। ତାହେଲେ ଆମର ନୂଆ ଓଡିଶା, ସଶକ୍ତ ଓଡିଶାର ସ୍ବପ୍ନ ବାସ୍ତବରୂପ ନେଇପାରିବ।

ବର୍ତ୍ତମାନ ଆମେ ଏକ ଅସାଧାରଣ ସମୟ ଦେଇ ଗତି କରୁଛୁ । ଏକ ବର୍ଷରୁ ଅଧିକ ସମୟ ଧରି ଆପଣ ମାନଙ୍କ ସମସ୍ତଙ୍କ ସହଯୋଗରେ ଆମେ କରୋନାର ସଫଳ ମୁକାବିଲା କରିପାରିଛୁ । ତେବେ ଏବେ ପୁଣି ଥରେ କରୋନାର ଦ୍ବିତୀୟ ସଂକ୍ରମଣର ଆଶଙ୍କା ସୃଷ୍ଟି ହୋଇଛି । ତେଣୁ ସମସ୍ତଙ୍କୁ ମୋର ନିବେଦନ, ଆପଣମାନେ କରୋନାର ସବୁ ନିୟମକୁ ପାଳନ କରନ୍ତୁ ।  ଆଗକୁ ମଧ୍ୟ କରୋନାକୁ ଦୂର କରିବାରେ ଆମେ ସଫଳ ହେବୁ, ଏହା ମୋର ଦୃଢ ବିଶ୍ବାସ । ବନ୍ଦେ ଉତ୍କଳ ଜନନୀ

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

May 6, 2026
ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

May 6, 2026
ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

May 6, 2026
ଗଜପତି ଜିଲା ରେ ଗଂଜେଇ ବିହନ ଶୂନ୍ୟ

ଗଜପତି ଜିଲା ରେ ଗଂଜେଇ ବିହନ ଶୂନ୍ୟ

May 6, 2026

Recent News

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

May 6, 2026
ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

May 6, 2026
ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

May 6, 2026
ଗଜପତି ଜିଲା ରେ ଗଂଜେଇ ବିହନ ଶୂନ୍ୟ

ଗଜପତି ଜିଲା ରେ ଗଂଜେଇ ବିହନ ଶୂନ୍ୟ

May 6, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

May 6, 2026
ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

May 6, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version