No Result
View All Result
ଏକ ବାଲୁକା କଳାକୃତି ‘ଓଡ଼ିଶା କେ ଲିଏ କ୍ୟାପ୍ଚରିଂ ଦି ସିମ୍ବଲ୍ସ୍ ଅଫ୍ ପ୍ରାଇଡ୍ ଅଫ୍ ଓଡ଼ିଶା’ ସୃଷ୍ଟି କରିବାକୁ ସୁଦର୍ଶନ ପଟ୍ଟନାୟକଙ୍କ ସହ ସହଯୋଗିତା ସ୍ଥାପନ
ଓଡ଼ିଶା ତାଜା ନ୍ୟୁଜ୍ (୦୧ ଏପ୍ରିଲ ୨୦୨୧, ଗୁରୁବାର) ଭୁବନେଶ୍ୱର :- ଏହି ଉତ୍କଳ ଦିବସରେ ଟାଟା ଟି ପ୍ରିମିୟମ୍-ଦେଶ କି ଚାଏ ପକ୍ଷରୁ ପ୍ରସିଦ୍ଧ ପଦ୍ମଶ୍ରୀ ଭାରତୀୟ ବାଲୁକା କଳା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ସହ ସହାଯାଗିତା ସ୍ଥାପନ କରି ଏକ ବିଶାଳ ବାଲୁକା କଳାକୃତି ସ୍ଥାପନ କରି ରାଜ୍ୟ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ଏବଂ ଓଡ଼ିଶାର ଗୌରବ ଏବଂ ଐତିହ୍ୟର ପାଳନ କରାଯାଇଛି । ଓଡ଼ିଶା ଏହାର ସ୍ୱତନ୍ତ୍ର ଏବଂ ବିବିଧ ସମ୍ପଦ ପାଇଁ ଜଣାଶୁଣା ଥିବା ବେଳେ ଓଡ଼ିଶାର ଲୋକମାନେ ସେମାନଙ୍କ ସହନଶୀଳତା ପାଇଁ ପରିଚିତ ଏବଂ ଯେତବେଳେ ଦରକାର ପଡ଼େ ସେମାନେ ଦୃଢ଼ ଭାବେ ଠିଆ ହୁଅନ୍ତି । ତେଣୁ, ଏହି ରାଜ୍ୟ ନିଜର କଡ଼ା ସଂକଳ୍ପ ପାଇଁ ପରିଚିତ ଯାହା ବହୁତ ଭଲ ଭାବେ ଟାଟା ଟି ପ୍ରିମିୟମ୍ର ମୂଳ ଉପସ୍ଥାପନା ସହିତ ଖାପଖାଉଛି ଯାହା ଓଡ଼ିଶାର କଡ଼ା ଭାବ ରଖିଥିବା ଲୋକମାନଙ୍କ ପାଇଁ କଡ଼ା ଚା’ ପ୍ରଦାନ କରୁଛି ।
ଏହି ସନ୍ଦର୍ଭରେ ବାଲୁକା କଳାକୃତି ଓଡ଼ିଶାର ଲୋକମାନଙ୍କ କଡ଼ା ଭାବକୁ ଧରି ରଖିଛନ୍ତି ଏବଂ ସେହି ସଙ୍କେତଗୁଡ଼ିକୁ ଜୀବନ୍ତ କରିପାରିଛି ଯାହାକୁ ନେଇ ସେମାନେ ଗର୍ବିତ ମନେ କରୁଛନ୍ତି । ବାଲୁକା କଳାକୃତିରେ ସଂସ୍କୃତି, କୀର୍ତିରାଜି, ଦୃଶ୍ୟପଟ୍ଟ ଏବଂ ଐତିହ୍ୟର ଝଲକ ରହିଛି ଯାହା ଓଡ଼ିଶାକୁ ବିଶ୍ୱ ମାନଚିତ୍ରରେ ସ୍ଥାନ ଦେଇଛି । ବୃହତ୍ କୋଣାର୍କ ମନ୍ଦିର, ମୁକ୍ତେଶ୍ୱର ଫାଟକ, ଶାନ୍ତି ସ୍ତୁପ, ନିଜ ଆଭୂଷଣରେ ସୁସଜ୍ଜିତ ଓଡ଼ିଶୀ ନୃତ୍ୟାଙ୍ଗନା, ବହୁ ପ୍ରସିଦ୍ଧ ପୁରୀ ବେଳାଭୂମି ଆଦି ସେହି ସବୁ କିଛି ମୁହୂର୍ତ ଏଥିରେ ରହିଛି ଯାହା ଓଡ଼ିଶାର ଲୋକମାନଙ୍କ ପାଇଁ ଖୁସି ଆଣିଦେଇଛି । ଏହି ଅଭିଯାନ ସମ୍ପର୍କରେ ପୁନୀତ ଦାସ, ବରିଷ୍ଠ ଉପସଭାପତି-ମାର୍କେଟିଂ, ପ୍ୟାକେଜ୍ଡ୍ ବେଭରେଜେସ୍-ଇଣ୍ଡିଆ, ଟାଟା କଂଜ୍ୟୁମର୍ ପ୍ରଡକ୍ଟସ୍ କହିଛନ୍ତି ଯେ, “ଆକର୍ଷଣୀୟ ଭାସ୍କର୍ଯ୍ୟ, ଇତିହାସ, ଭାଷା, ଜୀବନ୍ତ କଳା ସଙ୍ଗୀତ ଏବଂ ନୃତ୍ୟ ଓଡ଼ିଶାକୁ ବାସ୍ତବରେ ସ୍ୱତନ୍ତ୍ର ଓ ବିବିଧ କରିପାରିଛି ।
ଏହି ଉତ୍କଳ ଦିବସରେ ଦୁନିଆର ଜଣେ ବିଶିଷ୍ଟ ଭାରତୀୟ ବାଲୁକା କଳା ଶିଳ୍ପୀ ଓ ପଦ୍ମଶୀ ଉପାଧିପ୍ରାପ୍ତ ସୁଦର୍ଶନ ପଟ୍ଟନାୟକଙ୍କ ସହ ସହଯୋଗିତା ସ୍ଥାପନ କରି ଆମେ ଗର୍ବିତ ମନେ କରୁଛୁ ଯିଏ ଓଡ଼ିଶାରୁ ଆସିିଛନ୍ତି ଏବଂ ଯାହାଙ୍କ ଜରିଆରେ ଏହି ସଂସ୍କୃତି ସମ୍ପନ୍ନ ରାଜ୍ୟକୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ଏବଂ ରାଜ୍ୟର ଲୋକମାନଙ୍କ କଡ଼ା ଭାବକୁ ପାଳନ କରୁଛୁ ।’’ ଗତବର୍ଷ ଏହି ବ୍ରାଣ୍ଡ୍ ପକ୍ଷରୁ ସ୍ୱତନ୍ତ୍ର ଭାବେ ଏହି ଅଂଚଳ ପାଇଁ ନୂଆ ପ୍ୟାକେଜିଂ ଡିଜାଇନ୍ ଅଣାଯାଇଥିଲା ଯେଉଁଥିରେ ଓଡ଼ିଶାର ତତ୍ତ୍ୱ ଏହାର ବାସ୍ତବ ଆକାରରେ ରହିଥିଲା । ଉତ୍ପାଦର ପୁନଃ ଉନ୍ମୋଚନ ଓଡ଼ିଶର ଗୌରବକୁ ପାଳନ କରି ସେହି ସବୁ ଉପାଦାନକୁ ପ୍ରଦର୍ଶିତ କରିଛି ଯାହା ସମଗ୍ର ରାଜ୍ୟର ସଂସ୍କୃତି ଓ ଆବେଗକୁ ପ୍ରତିଫଳିତ କରୁଛି ।
About Tata Consumer Products Limited Tata Consumer Products Limited is a focused consumer products company uniting the principal food and beverage interests of the Tata Group under one umbrella. The Company’s portfolio of products includes tea, coffee, water, salt, pulses, spices, ready-to-cook offerings, breakfast cereals, snacks and mini meals. Tata Consumer Products is the 2nd largest branded tea company in the world. Its key beverage brands include Tata Tea, Tetley, Eight O’Clock Coffee, Tata Coffee Grand, Himalayan Natural Mineral Water,
Tata Water Plus and Tata Gluco Plus. Its foods portfolio includes brands such as Tata Salt, Tata Sampann and Soulfull. In India, Tata Consumer Products has a reach of over 200 million households, giving it an unparalleled ability to leverage the Tata brand in consumer products. The Company has an annual turnover of ~Rs. 10,000 cr with operations in India and International markets. For more information, please visit www.tataconsumer.com
No Result
View All Result