ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର 17.2.2020 :- ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ମହାଶିବରାତ୍ରି ଉପଲକ୍ଷେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ନୂଆ ଲିଙ୍ଗରାଜ ମାର୍କେଟ ଏକାମ୍ର ସାଂସ୍କୃତିକ ପ୍ରକାଶନୀ କାର୍ଯ୍ୟାଳୟରେ ସାମ୍ବାଦିକ ସମିଳନୀ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ସୁରେଶ କୁମାର ରାଉତରାୟ ଓ ସମ୍ପାଦକ ସନତ ମିଶ୍ର ଜାତୀୟସ୍ତରୀୟ ଏହି ଭଜନ ସମାରୋହ ସମ୍ପର୍କରେ କହିଥିଲେ ଯେ, ଚଳିତ ବର୍ଷ ୩୧ତମ ବର୍ଷ ପାଳନ କରିବ ।
ଏହାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଅନୁଷ୍ଠାନ ପକ୍ଷରୁ ଉଦ୍ୟମ ହୋଇଛି । ମୁମ୍ବାଇର ଖ୍ୟାତନାମା କଣ୍ଠଶିଳ୍ପୀ ବାପି ଲହରୀ, ଅନୁରାଧା ପଡ଼ୱାଲ, ଆରତୀ ମୁଖାର୍ଜି ସମେତ ସଙ୍ଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ରଙ୍କ ନିର୍ଦ୍ଦେଶନାରେ ଓଡ଼ିଶାର ବହୁ ଖ୍ୟାତନାମା କଳାକାର ସଙ୍ଗୀତ ପରିବେଷଣ କରିବେ । ଉକ୍ତ ଦିନ ଭୋର ୪ଟାରୁ ଶଙ୍ଖଧ୍ୱନି, ବେଦପାଠ, ଶିବ ସହସ୍ରନାମ, ଭାଗବତ, ଗୀତା ପାଠ, ଶିବ ଚେତନା, ହରିହର ଭଜନ, ରାମଚରିତ ପାରାୟଣ, ପ୍ରବଚନ ପ୍ରଭୃତି କରାଯିବା କାର୍ଯ୍ୟକ୍ରମ ରହିଛି । ଚଳିତ ବର୍ଷ ୫ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ, ପୂର୍ତ୍ତ ବିଭାଗ ସଚିବ ଡ କିଶନ କୁମାର, ବିଏମସି କମିଶନର ଡ ପ୍ରେମଚାନ୍ଦ ଚୌଧୁରୀ, ବିଧାୟକ ବବି ଦାସ, କଣ୍ଠଶିଳ୍ପୀ ବାପି ଲହରୀ, ଅନୁରାଧା ପଡ଼ୱାଲ, ଅ । ରତୀ ମୁଖାର୍ଜି, ମନ୍ମଥ ମିଶ୍ର, ଦିପୁ ମହାନ୍ତି, ସ୍ନେହାଶ୍ରୀ ସାହୁଙ୍କୁ ଏକାମ୍ରଶ୍ରୀ ସମ୍ମାନ ପ୍ରଦାନ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦେଇଥିଲେ ।