No Result
View All Result
ଓଡ଼ିଶା ତାଜା ନ୍ୟୁଜ (୩୧ ମାର୍ଚ୍ଚ ବୁଧବାର) କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅଧିନସ୍ଥ ରାକ୍ସି ଗ୍ରାମ ପଞ୍ଚାୟତର ବୁଢ଼ୀପଦର ଗ୍ରାମର ଗଜାନନ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ପ୍ରଥମ ବାର୍ଷିକ ଦିବା ରାତ୍ରି ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ରତନ ଅଗ୍ରୱାଲ , ସମ୍ମାନିତ ଅତିଥି ଭାବରେ ବିରୋଧୀ ଦଳ ନେତା ପ୍ରତିନିଧି ପ୍ରତାପ ବାଗ, ରାକ୍ସି ଗ୍ରାମ ପଞ୍ଚାୟତର ସରପଞ୍ଚ ଚନ୍ଦ୍ରମା ଧଙ୍ଗଡା ମାଝୀ, ପୂର୍ବତନ ସରପଞ୍ଚ ବିଜୟ ଧଙ୍ଗଡାମାଝୀ ,ଗାଡେ଼ବନ୍ଧ ସରପଞ୍ଚ , ସରିଆଁ ଗ୍ରାମ ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ମନୋଜ କୁମାର ଭୋଇ ,

ସରିଆଁର ନାଏବ ସରପଞ୍ଚ ପ୍ରଦୀପ ଛତ୍ରୀୟା,ବୁଢ଼ୀପଦରର ଅଙ୍ଗନବାଡ଼ି ମଦନବତୀ ଶିଖା, ବୁଢ଼ୀପଦରର ଆଶା ଏବଂ ସମାଜସେବୀ ବିଜୟ କୁମାର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରତିଯୋଗିତାରେ ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନ ସରିଆଁ ଦଳ ବିଜୟୀ ହୋଇଥିବା ବେଳେ ନେତାଜୀ କ୍ଲବ ବଲବସପୁର ଦଳ ଉପବିଜେତା ହୋଇଛନ୍ତି। ମ୍ୟାନ ଅଫ ଦି ମ୍ୟାଚ ଓ ମ୍ୟାନ ଅଫ ଦି ସିରିଜ ସରିଆଁର ସୌରଭ କୁମାର ଭୋଇ ଓ ସେଟର ଜୀବନ ଜାନି ପାଇଥିବା ବେଳେ ବେଷ୍ଟ ଡ଼ିଫେଣ୍ଡର ବଲବସପୁର ଦଳ ପୁରସ୍କାର ପାଇଥିଲେ।

ଉକ୍ତ ଟୁର୍ଣ୍ଣାମେଂଟରେ ୧୪ ଟି ଦଳ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତାରେ ଖେଳ ପରିଚାଳକ ଦାୟିତ୍ୱରେ ସରିଆଁର ପୂର୍ବତନ ଭଳିବଲ ଖେଳାଳି ସ୍ୱାଧୀନ କୁମାର ଭୋଇ, ହେମନ୍ତ କୁମାର ସାହୁ ,କାଣ୍ଡେଲ ସ୍କୁଲର କ୍ରୀଡା ଶିକ୍ଷକ ବିପିନ ପଧାନ , ରାଜ୍ୟ ସ୍ତରୀୟ ଭଳିବଲ ଖେଳାଳି ପ୍ରତ୍ୟୁଷ କୁମାର ଭୋଇ ଏବଂ ରଶ୍ମି ରଞ୍ଜନ ସା ସୁଚାରୁ ରୂପେ ଖେଳ ପରିଚାଳନା କରିଥିଲେ। ସ୍କୋର ଦାୟିତ୍ୱରେ ସୌମ୍ୟରଞ୍ଜନ ସା ଥିଲା ବେଳେ ଏଙ୍କରିଂରେ ସଞ୍ଜୟ ଧଙ୍ଗଡାମାଝୀ ମାଝୀ ଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ଗଜାନନ ସାଂସ୍କୃତିକ ଅନୁଷ୍ଠାନର ସଭାପତି ଶତୃଘ୍ନ ଧ. ମାଝୀ , ସମ୍ପାଦକ ଗୌତମ ବେନୁଆ , କ୍ଲବର ସମସ୍ତ ସଦସ୍ୟ ଓ ଗ୍ରାମବାସୀ ସହଯୋଗ କରି କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ ।( ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)
No Result
View All Result