No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୩୦ ମାର୍ଚ୍ଚ ମଙ୍ଗଳବାର ) କଟକ :- କଟକ ମହାନଗର ନିଗମ ୫୯ ନମ୍ବର ୱ।ର୍ଡ଼ ଫୁଲନଖରା ନିକଟସ୍ଥ ଓମଫେଡ଼ କଲୋନୀ ୟୁଥ କ୍ଲବ ପକ୍ଷରୁ ଆୟୋଜିତ , ଦୁଇ ଦିନିଆ ଉଜ୍ୱଳ ଆଲୋକ ରାତ୍ରିକାଳୀନ ଓପିଏଲ କ୍ରୀକେଟ ଟୁର୍ଣ୍ଣାମେଣ୍ଟ ସୋମବାର ଉଦଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ରଞ୍ଜନ ପରିଡ଼ା, ନୀଳମଣି ରଣା, ସଞ୍ଜୟ କୁମାର ଜେନା, ସୁଶାନ୍ତ କୁମାର ଦାସ, ଲଲାଟେନ୍ଦୁ ଜେନାଙ୍କର ଚାରିଗୋଟି କ୍ରୀକେଟ ଟିମ୍ ,ଅଲଟିମେଟ ୱ।ରିୟର , ଡିଭାଇନ୍ ଇଲେଭେନ୍ ,ପାୱାର ହିଟର ଏବଂ ରୟାଲ ଫାଇଟର୍ସ ଅଂଶ ଗ୍ରହଣ କରିଥିଲେ ।
ରବିବାର ରାତିରେ ଆୟୋଜିତ କ୍ରୀକେଟ ଟୁର୍ଣ୍ଣାମେଣ୍ଟକୁ , କଟକ କମିଶନରେଟ ପୋଲିସ ଯୋନ୍-୪-ଏସିପି ସତ୍ୟରଞ୍ଜନ ମଲ୍ଲିକ , ମୁଖ୍ୟ ଅତିଥି ଭାବେ ଯୋଗଦେଇ ମ୍ୟାଚକୁ ଉଦଘାଟନ କରିଥିଲେ । ପୂର୍ବତନ କର୍ପୋରେଟର ସୁକାନ୍ତ କୁମାର ଭୋଇ, କଟକ ସଦର ପ୍ରସ୍ କ୍ଲବର ସଭାପତି ସୁରେନ୍ଦ୍ର କୁମାର ମହାପାତ୍ର, ଓମଫେଡ଼ର ଅବସରପ୍ରାପ୍ତ ଅଫିସର ମୁକ୍ତିକାନ୍ତ ମହାପାତ୍ର, କଟକ ଜିଲ୍ଲା କର୍ମଜୀବି ସାମ୍ବାଦିକ ସଂଘର ସଭାପତି ଅମୂଲ୍ୟ କୁମାର ବାରିକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଉଦଘାଟନୀ ମ୍ୟାଚ ଡିଭାଇନ୍ ଇଲେଭେନ୍ ବନାମ ଅଲ୍ଟିମେଟ ୱ।ରିଅର୍ସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।
ଅଲଟିମେଟ ୱ।ରିଅର୍ସ ୯୯ ରନ କରିଥିଲା ବେଳେ ଡିଭାଇନ ଇଲେଭେନ୍ ୭୦ ରନ କରିଥିଲା । ସୋମବାର ଦିନ ରାତ୍ରିରେ ଆୟୋଜିତ ସେମିଫାଇନାଲ ମ୍ୟାଚରେ ଭଲ ରନ କରିଥିବା ଅଲ୍ଟିମେଟ ୱ।ରିଅର ଏବଂ ରୟାଲ ଫାଇଟର୍ସ ଫାଇନଲକୁ ପ୍ରବେଶ କରିଥିଲେ । ଫାଇନଲ ମ୍ୟାଚରେ ପ୍ରଥମେ ଅଲ୍ଟିମେଟ ୱ।ରିଅର୍ସ ବ୍ୟାଟିଙ୍ଗ ନେଇ ନିର୍ଦ୍ଧାରିତ ଓଭର ମଧ୍ୟରେ ୭୦ ରନ ସଂଗ୍ରହ କରିଥିଲା ବେଳେ, ରୟାଲ ଫାଇଟର୍ସ ୫୦ ରନ ସଂଗ୍ରହ କରିଥିଲା । ଅଲ୍ଟିମେଟ ୱ।ରିଅର୍ସ ରୟାଲ ଫାଇଟର୍ସ କୁ ୨୦ ରନରେ ପରାସ୍ତ କରି ଚଳିତ ବର୍ଷ ଓପିଏଲ କ୍ରିକେଟ ବିଜୟୀ ହୋଇଥିଲା ।
ଦେବୀ ପ୍ରସାଦ ପାଢୀ ମ୍ୟାନ ଅଫଦି ମ୍ୟାଚ, ସିରିଜ ଏବଂ ସଫଳ ବ୍ୟାଟସ୍ ମ୍ୟାନ ଭାବେ ବିବେଚିତ ହୋଇଥିଲେ । ଅଲ୍ଟିମେଟ ୱ।ରିଅର୍ସ କୁ ଚମ୍ପିୟାନ ଟ୍ରଫି ଏବଂ ରୟାଲ ଫାଇଟର୍ସ କୁ ରନର୍ସ କପ ପ୍ରଦାନ କରାଯାଇଥିଲା । ପ୍ରତାପ କର, ସୁଦର୍ଶନ ତ୍ରିପାଠୀ, ପ୍ରଦୀପ୍ତ କର , ବସନ୍ତ କୁମାର ପଲେଇ , ସ୍ୱାଗତ ସାସମଲ ପ୍ରମୁଖ ଖେଳ ପରିଚାଳନା କରିଥିଲେ । ଏଥିରେ ଓସିୱ।ଇସିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ । (କଟକ ରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ)
No Result
View All Result